• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 5T ଅଧୀନରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
  2. ଭିତରକନିକାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ । ଧାମରାରୁ ହୁକିଟୋଲ୍ଲା ପର୍ଯ୍ୟନ୍ତ ଚାଲିବ କ୍ରୁଜ୍‌ ଲାଇନର୍‌ ।
  3. ଡାକ୍ତର ସୁନୀତାଙ୍କ ଝିଅ ସ୍ମୃତି ସମୃଦ୍ଧି । ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି । ଫଳରେ ବଞ୍ଚି ଯାଇଛି ଆଉ ଦୁଇ ଦୁଇଟି ଜୀବନ । ଏସସିବି ଓ ଆପଲୋ ହସ୍ପିଟାଲରେ ହୋଇଥିବା ୨ଟି ଯାକ ଅସ୍ତ୍ରୋପଚାର ସଫଳ ହୋଇଛି । ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ଟିମ୍ ୪ ଘଣ୍ଟାର ଅପରେସନ ପରେ ସଫଳତା ହାସଲ କରିଛନ୍ତି । ସ୍ମୃତିଙ୍କ ପରିବାର ଲୋକଙ୍କ ସହମତିରେ କିଡନୀକୁ ୨ଟିକୁ ଆପଲୋ ଓ ଏସସିବି ନିଆଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ୨ କିଡନୀ ରୋଗୀଙ୍କ ଠାରେ ସ୍ମୃତିଙ୍କ କିଡନୀ ପ୍ରତିରୋପଣ କରାଯାଇଛି ।
  4. ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ ।
  5. ପ୍ଲାଷ୍ଟିକ ସର୍ଜରୀ ସଫଳ ନହେବାରୁ ତାଙ୍କର ମୃତ୍ୟୁ ଘଟିଛି । ଏକ ଘରୋଇ ହସପିଟାଲରେ ଫ୍ୟାଟ୍ ଫ୍ରି ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଚେତନାରାଜ । କିନ୍ତୁ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।
  6. ଏଲଆଇସି ନିବେଶକଙ୍କୁ ଲାଗିଛି ବଡ ଝଟକା ।  ୮୭୨ ଟଙ୍କାରେ ଲିଷ୍ଟିଂ ହେଲା ଦେଶର ସବୁଠାରୁ ବଡ଼ IPO । ଏନଏସଇରେ ୮୭୨ ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ ୮୬୭ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର ୯୦୨ରୁ ୯୪୯ ଟଙ୍କା ଥିଲା ।
  7.  ଗ୍ରୀଷ୍ମାବକାଶରେ ସୁପ୍ରିମକୋର୍ଟ ୨୫୦୦ ମାମଲାର ଫଇସଲା କରିବେ। ପ୍ରଥମ ଥର ପାଇଁ ଏଭଳି ଏକ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ‌ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କୁହାଯାଉଛି। ଶୁଣାଣି ହେବାକୁ ଥିବା ମାମଲାଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ସବୁ ମାମଲା ସୁପ୍ରିମକୋର୍ଟରେ ୨୦୧୦ ରୁ ୨୦୨୨ ମଧ୍ୟରେ ବିଚାରାଧୀନ ରହିଛି। 
  8. ଉତ୍ତର ୟୁକ୍ରେନରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି।
  9. ଉତ୍ତରପ୍ରଦେଶର ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଗତ ସପ୍ତାହରେ ୧୬ଟି ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗ୍ୟାଙ୍ଗ୍‌ ଏହି ଚୋରି କରିଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଚୋରମାନେ ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିଥିଲେ। ଏହାପରେ ସେମାନେ ସମସ୍ତ ଚୋରି ମୂର୍ତ୍ତି ଫେରାଇ ଦେଇଛନ୍ତି।
  10.  ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ ହେବ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
  11. ଦିଲ୍ଲୀ ହାଇକୋର୍ଟ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଏମ ନାଗେଶ୍ୱର ରାଓଙ୍କ ଆବେଦନକୁ ଖାରଜ କରିବା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ସୂଚନା ଥାଉ ନାଗେଶ୍ୱର ତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇବା ପାଇଁ କୋର୍ଟରେ ଏକ ଆବେଦନ କରିଥିଲେ |
  12. ଭାରତରେ କେତେଜଣ ବାଇକ ବ୍ୟବହାର କରନ୍ତି ଓ କେତେଜଣଙ୍କ ଘରେ କାର ଅଛି ତାହାକୁ ନେଇ ଏକ ସର୍ଭେ କରାଯାଇଥିଲା | ପରିସଂଖ୍ୟାନ ଦର୍ଶାଏ ଯେ ଭାରତରେ ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ୭.୫% ପରିବାର ପାଖରେ କାର ଅଛି |ସଂଖ୍ୟାଗୁଡିକ ୨୦୧୯-୨୦୨୦ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ରୁ ଏଭଳି ତଥ୍ୟ ଆସିଥିବାବେଳେ ୨୦୧୮ରେ, କେବଳ ୬% ପରିବାରର କାର ଥିଲା |
  13. ଦେଶର ପ୍ରାୟ ୪୯.୭% ପରିବାରରେ ଦୁଇ ଚକିଆ ଯାନ ଥିବାବେଳେ ଗୋଆରେ ସର୍ବାଧିକ ସଂଖ୍ୟକ ପରିବାର, ୮୬.୭% ପାଖରେ ଦୁଇ ଚକିଆ ଯାନ ଅଛି | ଏହି ତାଲିକାରେ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ ପରେ ରାଜସ୍ଥାନ, ତାମିଲନାଡୁ, ହରିୟାଣା, ଗୁଜୁରାଟ ରହିଛି |
  14. ସାଇକେଲ ଚାଳକମାନଙ୍କ କଥା କହିବା ତେବେ ସର୍ବାଧିକ ପଶ୍ଚିମବଙ୍ଗର ୭୮.୯% ପରିବାର ପାଖରେ ସାଇକେଲ ଥିବାବେଳେ ଦ୍ୱିତୀୟ ନମ୍ବରରେ ଉତ୍ତରପ୍ରଦେଶ(୭୫.୬%), ତୃତୀୟ ନମ୍ବରରେ ଓଡିଶା( ୭୨.୫%) ଲୋକ ସାଇକେଲ ବ୍ୟବହାର କରୁଛନ୍ତି। ସେହିପରି ଓଡ଼ିଶାର ମାତ୍ର ୨.୭ ପ୍ରତିଶତ ପରିବାର ପାଖରେ କାର ଅଛି |
  15. କୋଇଲା ଚୋରା ଚାଲାଣ ମାମଲାରେ ସୁପ୍ରିମକୋର୍ଟ ତୃଣ ମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ସେମାନଙ୍କୁ ପଶ୍ଚିମବଙ୍ଗର କୋଲକାତାରେ ପଚରାଉଚରା କରିବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। 
  16. ମେ ୧୭ ରୁ  ୨୦ ପର୍ଯ୍ୟନ୍ତ ସଂଘ ପ୍ରମୁଖ ମୋହନ ଭାଗବତ ପଶ୍ଚିମବଙ୍ଗର କେଶିୟାରୀରେ ରହିବେ। ଏନେଇ ଯେପରି କୌଣସି ଦଙ୍ଗା ନହୁଏ  ଓ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଶିୟାରୀ ଥାନାଧିକାରୀଙ୍କୁ କହିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଫଳ ଓ ମିଠା ପଠାଇବା ପାଇଁ ମଧ୍ୟ କହିଛନ୍ତି।
  17. ଆମେରିକା ବାୟୁସେନା ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି, ୟୁଏସ ଏୟାର ଫୋର୍ସ ଭି-52 ଏଚ ଷ୍ଟ୍ରେଟୋଫୋଟ୍ରେସ ମେ ୧୪ ତାରିଖରେ ଦକ୍ଷିଣ କାର୍ଲିଫର୍ନିଆ ଉପକୂଳରେ ଏଜିଏମ-୧୮୩ଏ ଏୟାର-ଲଞ୍ଚ ରାପିଡ୍ ରେସପନ୍ସ ୱେପନ ଅର୍ଥାତ ARRWର ସଫଳ ପରୀକ୍ଷଣ କରିଛି।
  18. ୨୦୨୦ ମାର୍ଚ୍ଚ ମାସରୁ ପ୍ରାୟ ପ୍ରାୟ ଦୁଇ ବର୍ଷ ମଧ୍ୟରେ ରେଲୱେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତି ନଦେଇ ପ୍ରାୟ ୧୫୦୦ କୋଟି ଟଙ୍କ ଆୟ କରିଛି। ଆରଟିଆଇର ଏକ ଆବେଦନ ପରେ ଏହି ତଥ୍ୟ ସାମନାକୁ ଆସିଛି।
  19. ଗତ ମେ’ ୨ ତାରିଖରୁ ସ୍କୁଲ୍‍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଛି। ତେବେ ପାଗରେ ପରିବର୍ତନ ଆସିଥିବାରୁ ପାଠପଢ଼଼ା ସମୟକୁ ଦିନ ୧୦ଟା ପର୍ଯ୍ୟନ୍ତ ବଢ଼଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।
  20. କାଶୀ ବା ବନାରସ୍‌ରେ ଶିବଙ୍କ ମନ୍ଦିର ଭାଙ୍ଗି ସେଠାରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା କୁହାଯାଏ । ଜ୍ଞାନବାପୀ ଏକ ସଂସ୍କୃତ ଶଦ୍ଦ ହୋଇଥିବା ବେଳେ ସେଠାରେ ଶିବ ମନ୍ଦିର ଥିଲା ଏବଂ ଔରଙ୍ଗଜେବ୍‌ ଏହାକୁ ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରିଥିଲେ ।ସୁପ୍ରିମକୋର୍ଟରେ ଏ ବିଷୟରେ ଦାୟର ମାମଲାର ଶୁଣାଣୀ କରି ଶିବ ଲିଙ୍ଗ ମିଳିଥିବା ସ୍ଥାନର ସୁରକ୍ଷା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହା ସହ ସେଠାର ନମାଜ ପାଠ ଯେପରି ବନ୍ଦ କରା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.