• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟ କ୍ୟାବିନେ୍‌ଟ୍‌ରେ ବୁଧବାର ୩୨ଟି ପ୍ରସ୍ତାବକୁ ମଂଜୁରି ମିଳିଛି। ଏଥିରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। 
  2. ମାଆ ତାରାତାରିଣୀ ପୀଠରେ ବିଭିନ୍ନ ସୁବିଧାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତି ପୀଠର ନୂଆ ରୂପ ସମସ୍ତ ଭକ୍ତଙ୍କୁ ଅଭିଭୂତ କରିଛି । 
  3. ଓ୍ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (WATCO)କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ । WATCOକୁ ଗ୍ଲୋବାଲ ଓ୍ୱାଟର ଲିଡର ଆଓ୍ୱାର୍ଡ ୨୦୨୨ ମିଳିଛି । ସ୍ପେନର ମାଦ୍ରିଦରେ ହେଉଥିବା ଗ୍ଲୋବାଲ ଓ୍ୱାଟର ସମିଟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
  4. ଭାରତୀୟ ନୌସେନାର ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ୱର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି । ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।
  5. ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ନିର୍ଦ୍ଦେଶ । ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲନ ।
  6. ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ସେ ପାଞ୍ଚ ବର୍ଷ ଚାରି ମାସ ଧରି ଦିଲ୍ଲୀର ଉପରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଜଣାପଡିଛି।
  7. ଜନସ୍ବାର୍ଥ ମାମଲା ଦାୟର କରିବା ଏବେ ୨ ଜଣ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡିଛି। ଏଭଳି ଘଟଣାରେ ସର୍ବୋର୍ଚ୍ଚ ନ୍ୟାୟାଳୟ ଏହି ଦୁଇ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ନିର୍ଦେଶ ଦେଇଛନ୍ତି। ଅଦାଲତଙ୍କ ସମୟ ଅପଚୟ କରିଥିବାରୁ ଏଭଳି ଅର୍ଥଦଣ୍ଡାଦେଶ କରାଯାଇଛି।
  8. ଗତ ଦୁଇବର୍ଷ ଧରି ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ବିବାଦ ଲାଗିରହିଥିବାବେଳେ ଏକାଧିକ ଥର ଦୁଇ ଦେଶର କୋର୍‍ କମାଣ୍ଡରସ୍ତରୀୟ ଆଲୋଚନା ସତ୍ତ୍ବେ ସେଥିରୁ କୌଣସି ସମାଧାନ ସୂତ୍ର ବାହାରୁନାହିଁ। ଭାରତ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବରେ ଚୀନ ଆଦୌ ରାଜି ହେଉନଥିବାରୁ ଶାନ୍ତି ଆଲୋଚନାକୁ ସ୍ଥଗିତ ରଖାଯାଉଛି।
  9. ପଶ୍ଚିମବଙ୍ଗରେ ୭୮.୯ ପ୍ରତିଶତ ପରିବାରରେ ‘ଶୂନଗାଡ଼ି’ (ସାଇକେଲ) ଅଛି; ଯାହା କି ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏ-୫) ଅନୁଯାୟୀ ସମଗ୍ର ଦେଶରେ ସର୍ବାଧିକ।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଜୈବ ଇନ୍ଧନ ନୀତି -୨୦୧୮ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
  11. ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ ଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମ୍‌କୋର୍ଟ କଲେଜିୟମର ଏକ ବୈଠକରେ ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପାଞ୍ଚ ଜଣ ବିଚାରପତିଙ୍କୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ତେଲେଙ୍ଗାନା ହାଇକୋର୍ଟ ବିଚାରପତି, ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ପାଇଁ ସୁପାରିଶ କରାଯାଇଛି।
  12. ଅନୁଦାନ ତାଲିକାରୁ ନୂଆ ମଦ୍‌ରସାଗୁଡ଼ିକୁ ବାଦ ଦେବା ନିମନ୍ତେ ଆଗତ ପ୍ରସ୍ତାବକୁ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ଏବେଠାରୁ ନୂଆ ମଦ୍‌ରସା ସବୁ କୌଣସି ଅନୁଦାନ ପାଇବେ ନାହିଁ \
  13. ବିଶ୍ବବ୍ୟାପୀ ବର୍ଷକୁ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ପାଇଁ ଏକ ନୂତନ ଅଧ୍ୟୟନ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ଦାୟୀ କରିଛି। ଏଥିରେ ରହିଛି, କାର୍‌, ଟ୍ରକ୍‌ ଏବଂ ଶିଳ୍ପରୁ ନିର୍ଗତ ଅପରିଷ୍କାର ବାୟୁଜନିତ ୫୫% ମୃତ୍ୟୁ। ୨୦୦୦ ମସିହାରୁ ପ୍ରଦୂଷଣ ଉପରେ ଏହି ଅଧ୍ୟୟନ ଚାଲିଥିଲା।
  14. ରାଜ୍ୟ କ୍ୟାବିନେ୍‌ଟ୍‌ରେ ବୁଧବାର ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାକୁ ଆଇନ୍‌ ପ୍ରଣୟନ ପ୍ରସ୍ତାବ ଦିଆଯାଇଛି।
  15. ରାଜ୍ୟ କ୍ୟାବିନେ୍‌ଟ୍‌ରେ ବୁଧବାର ୨୪ଟି ଘରୋଇ ପ୍ରାଥମିକ ଉଚ୍ଚବିଦ୍ୟାଳୟକୁ ସରକାରୀ ଅନୁଦାନ, ଅନୁଗୁଳଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ  ବ୍ୟୟ ବରାଦକୁ ମଧ୍ୟ ମଞ୍ଜୁରି ମିଳିଛି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି ସ୍ଥିର ହୋଇଛି ।
  16. ସଲମାନଙ୍କ ଭଉଣୀ ଅର୍ପିତ‌ା ଖାନଙ୍କ ଇଦ ପାର୍ଟିରେ ଯୋଗ ଦେଇଥିଲେ କଙ୍ଗନା ରାଣାୱତ୍। ତାଙ୍କୁ ପାର୍ଟିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଲିଉଡରେ କେହି ବନ୍ଧୁ ନଥିବା କଥା କହୁଥିବା ବେଳେ ସେ ସଲମାନଙ୍କ ପାର୍ଟିକୁ କେମିତି ଗଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା।
  17. ଗୁଗଲ ଓ ଆମାଜନ ଭଳି ପ୍ରତିଯୋଗୀଙ୍କ କମ୍ପାନୀରେ ଯୋଗ ଦେବାରୁ କର୍ମଚାରୀଙ୍କୁ ନିବୃତ୍ତ କରିବା ନିମନ୍ତେ ମାଇକ୍ରୋସଫ୍ଟ ତାଙ୍କ ବଜେଟ୍ ୨ ଗୁଣା କରିଛନ୍ତି। ଏକ ଘୋଷଣାରେ ମାଇକ୍ରୋସଫ୍ଟ ଏହି ସୂଚନା ଦେଇଥିବା ବେଳେ ମେରିଟ୍ ଆଧାରିତ କର୍ମଚାରୀଙ୍କ ବେତନ ବୃଦ୍ଧି ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି।
  18.  ୩୦ ବର୍ଷରୁ ଅଧିକ ସମୟ ହେଲା ଋଷରେ ବ୍ୟବସାୟ କରିଆସୁଥିବା ଆମେରିକୀୟ କମ୍ପାନୀ ମ୍ୟାକ୍‌ଡୋନ୍ଡର ଦେଶରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରି ଋଷ ଛାଡ଼ିଦେବାକୁ ମନ ବଳାଇଛି କମ୍ପାନୀ।
  19. ରାଜ୍ୟରେ ଗ୍ରୀଷ୍ମଲହର ଜାରି ରହିଥିବାରୁ ବିଦ୍ୟୁତ କାଟ ନକରିବା ପାଇଁ ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ବିଭାଗ। ମେ’ ୧ତାରିଖରୁ ରାଜ୍ୟରେ ପାଓ୍ୱାର ସମସ୍ୟା ନାହିଁ ବୋଲି ଶକ୍ତି ସଚିବ କହିଛନ୍ତି । ବିଦ୍ୟୁତ ବିଭାଗରେ ସଂସ୍କାର  ଓ ସଶକ୍ତ କରିବା ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିଲାଗି ୫ବର୍ଷ ଭିତରେ ୫ହଜାର ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ।
  20. ଓଡ଼ିଶାର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁବିଧା ପାଇଁ ରାଜ୍ୟ ସରକାର ଅତୀତରେ ‘ଓଡ଼ିଶା ଲୋନ୍ ଷ୍ଟାଇପେଣ୍ଡ ଫଣ୍ଡ’ରୁ ଋଣ ଆକାରରେ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ।ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କ ଠାରୁ ଋଣ ଉପରେ ୧୦% ହାରରେ ସୁଧ ଆଦା‌ୟ କରିବାକୁ ନିଷ୍ପତ୍ତି ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.