• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ ।  ଉପକୂଳ ଜିଲ୍ଲାଗୁଡ଼ିକ ସହ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି ।
  2. ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତକାଲି  ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 
  3. ଆସାମ ସିଲଂରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅରାଞ୍ଚଳ ଗାଁର ଜୟ ପ୍ରକାଶ  ମହାପାତ୍ର ଓରଫ୍ କାଳିଆ । ସୀମା ସୁରକ୍ଷା ବାହିନୀରେ କର୍ତ୍ତବ୍ୟରତ ଥିବା ବେଳେ ଦୁର୍ଘଟଣା ଘଟି ସହିଦ ହୋଇଛନ୍ତି ।
  4. ହାଇକୋର୍ଟ ଦେଲେନି ରହିତାଦେଶ । ଜାରି ରହିବ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଏଏସ୍ଆଇର ରିପୋର୍ଟ ଓ ତଥ୍ୟରେ ନାହିଁ ତାଳମେଳ । ନିର୍ମାଣ କାର୍ଯ୍ୟ ବନ୍ଦ ସଂକ୍ରାନ୍ତ ପିଟିସନ ଖାରଜ । କୁଚକ୍ରୀଙ୍କୁ ପୂରା ଚୂପ୍ କରିଦେଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ।
  5. ଭୁବନେଶ୍ୱରରେ ଉଦଘାଟିତ୍ ହେଲା ଦିବ୍ୟାଙ୍ଗଙ୍କ ପାଇଁ ନିର୍ମିତ ଦେଶର ପ୍ରଥମ ପାର୍କ। ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ଏହି ପାର୍କରେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସହିଦ ନଗରରେ ସେନସୋରି ପାର୍କ ଉଦଘାଟିତ ହୋଇଛି । ୧ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ ।
  6. କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ଉଦଘାଟନର ତିନି ଦିନ ପରେ ନଷ୍ଟ ହୋଇଯାଇଛି । ୧୦୦ ମିଟର ଲମ୍ବ ଓ ୩ ମିଟିର ପ୍ରସ୍ଥ ଥିବା ଏହି ଭସାପୋଲ ଗତ ୬ ତାରିଖରେ ଉଦଘାଟନ କରିଥିଲେ ସ୍ଥାନୀୟ ବିଧାୟକ । ଭସାପୋଲ ନିର୍ମାଣ ପାଇଁ କର୍ଣ୍‌ଣାଟକ ସରକାର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।
  7. ସାଉଥ ଇଣ୍ଡଷ୍ଟ୍ରିରୁ ମୋତେ ବହୁତ ଭଲ ପାଇବା ମିଳିଛି । ଏହା ସହ ଷ୍ଟାରଡମ୍ ଓ ବହୁତ ସମ୍ମାନ ମଧ୍ୟ ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ସାଉଥ ଇଣ୍ଡଷ୍ଟ୍ରି ଛାଡ଼ି ଅନ୍ୟ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମହେଶ ବାବୁ ।ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଏକ ପ୍ରେସ କନଫରେନ୍ସରେ କହିଛନ୍ତି।
  8.  କିମ୍ବଦନ୍ତୀ ସଂଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କର  ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି।  ସନ୍ତୁର ବାଦନ ପାଇଁ ଦେଶ ବିଦେଶରେ ବେଶ୍ ପ୍ରସିଦ୍ଧି ହାସଲ କରିଥିଲେ ପଣ୍ଡିତ ଶିବକୁମାର ଶର୍ମା । ସନ୍ତୁରର ଲୋକପ୍ରିୟତା ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । 
  9.  ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ନାତି କହିଛନ୍ତି। ମେ ୭ ତାରିଖରେ ୯୪ ବର୍ଷିୟ ସୁଖରାମଙ୍କୁ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା।
  10. ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେନେରାଲ୍‌ ପାଣ୍ଡେଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି ଏବଂ ଏଥିସହ ଅନ୍ୟ ୬ ଜଣଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୋଟ୍‌ ୧୩ ସୌର୍ଯ୍ୟ ଚକ୍ର ସହିତ ୧୪ ପରମ ବିଶିଷ୍ଟ ସେବା‌ ପଦକ, ୪ଟି ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ୨୪ଟି ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି।
  11. ଡ଼ିଜିସିଏ ବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ୪୧ଜଣ ଏୟାରଲାଇନ୍ସ କ୍ରୁ ସଦସ୍ୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧ ଜାନୁୟାରୀ ୨୦୨୨ ରୁ ୩୦ ଏପ୍ରିଲ ମଧ୍ୟରେ, ୩୨ ଜଣ କ୍ୟାବିନ କ୍ରୁ ମେମ୍ବର ଏବଂ ୯ ଜଣ ପାଇଲଟଙ୍କର ପରୀକ୍ଷା(ବ୍ରିଦ ଅନଲାଇଜର ଟେଷ୍ଟ) କରାଯାଇଥିଲା |
  12. ବିଦେଶୀ ପାଣ୍ଠି ସହାୟତା ନିୟମର ଉଲ୍ଲଂଘନ ନେଇ ଦେଶର ବିଭିନ୍ନ ଏନ୍‌ଜିଓ ସଂସ୍ଥା ଉପରେ ଚଢ଼ାଉ କରିଛି ସିବିଆଇ। ନୂଆଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ଚେନ୍ନାଇ ଏବଂ ମମୟୁଶୁର ଭଳି ଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ୧୦ ଜଣ ଲାଞ୍ଚ ନେଉଥିବା ରେଡ୍‌ହେଣ୍ଡେଡ୍‌ ଧରିଛି ସିବିଆଇ। 
  13. ଏୟାରଲାଇନର ୪୧ କ୍ରୁ ସଦସ୍ୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ୨୦୨୨ ଜାନୁଆରୀ ୧ ରୁ ଏପ୍ରିଲ ୩୦ ମଧ୍ୟରେ ୩୨ କେବିନ କ୍ରୁ ଏବଂ ୯ ପାଇଲଟ୍‌ ବ୍ରେଥ ଅନଲାଇଜର ଟେଷ୍ଟରେ ଅନଫିଟ୍ ଘୋଷିତ ହୋଇଥିଲେ। ଏହାର ଅର୍ଥ ସମସ୍ତେ ହାଲୁକା ନିଶାରେ ଥିଲେ।
  14. ପାକିସ୍ତାନରେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପରିଯୋଜନା ଅଧୀନରେ କାମ କରୁଥିବା ୨୫ଟି ଚୀନ କମ୍ପାନୀ ତାଙ୍କର ବାକି ଟଙ୍କା ପାକିସ୍ତାନ ପାଖରୁ ପାଇ ନଥିବାରୁ ପାକିସ୍ତାନକୁ ଏବେ ୩୦୦ ଅରବ ଡଲାର ଦେବା ପାଇଁ କହିଛନ୍ତି।
  15. ରାଜଦ୍ରୋହ ଆଇନର ବୈଧତା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରାଜଦ୍ରୋହ ଆଇନକୁ ନେଇ ବୁଧବାର ସୁଦ୍ଧା ନିଜର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ରାଜଦ୍ରୋହ ଆଇନ ଉପରେ ରୋକ ଲାଗାଯାଇ ପାରିବ ଏବଂ ଆଇନର ସମୀକ୍ଷା ସମୟରେ ଏଥିରେ ଦୋଷୀ ସାବସ୍ତ୍ୟ ବକ୍ତିଙ୍କୁ ସୁରକ୍ଷା ମିଳିପାରିବ କି ?
  16. ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏବେ ଆରଟିଓ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବନାହିଁ । ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବାପରେ ଆପଣଙ୍କୁ ସେହିଠାରୁ ଟେଷ୍ଟ ପାସ୍ କରାଇବାକୁ ହେବ । ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ଟ୍ରେନିଂ ସ୍କୁଲ ଏକ ସାର୍ଟିଫିକେଟ୍ ଦେବେ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ କରାଯିବ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ ।
  17. ବିଳମ୍ବିତ ଥିବା ସମସ୍ତ ପୌର ନିର୍ବାଚନ ସାରିବାକୁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅନ୍ୟ ପଛୁଆ ବର୍ଗ ସଂରକ୍ଷଣ ପାଇଁ ଅପେକ୍ଷା ନକରିବାକୁ ମଧ୍ୟ କହିଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ ମଧ୍ୟ ପ୍ରଦେଶରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । କୋର୍ଟ ମଧ୍ୟପ୍ରଦେଶ ନିର୍ବାଚନ ଆୟୋଗଙ୍କୁ ଶୀଘ୍ର ଅଧିସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  18. ଫଟୋ ସାମ୍ବାଦିକ ଦାନିସ୍‍ ସିଦ୍ଦିକିଙ୍କୁ ୨୦୧୨ ମସିହା ପାଇଁ ସମ୍ମାନଜନକ ପୁଲିଜର ପୁରସ୍କାର ମିଳିଛି। ତାଙ୍କ ସହକର୍ମୀ ଆଧନାମ ଆବିଦି, ସାନା ଇର୍ଶାଦ ମଟୁ ଓ ଅମିତ୍‍ ଡାବେ ଏହି ପୁରସ୍କାର ପାଇଛନ୍ତି।
  19. ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହାଦ୍ୱାରା ଶତପ୍ରତିଶତ ସଠିକ ତଥ୍ୟ ମିଳିପାରିବ। ସେ କହିଛନ୍ତି, ଜନ୍ମ ଓ ମୃତ୍ୟୁକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବ। 
  20. ଶ୍ରୀଲଙ୍କାରେ ସର୍ବସାଧାରଣରେ ସମ୍ପତ୍ତି ଲୁଟିଲେ ଗୁଳି ନିର୍ଦେଶ। ଗୁଳି ନିର୍ଦେଶ ଦେଲା ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ। ସମ୍ପତ୍ତି ଲୁଟ ସହ ଅନ୍ୟର କ୍ଷତି ପହଞ୍ଚାଇଲେ ମଧ୍ୟ ଗୁଳି ନିର୍ଦେଶ ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.