• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୧ ମେ’୧୯୯୮ । ମିଲିୟନ ମିଲିୟନ ଡଲାର ଖର୍ଚ୍ଚ କରି ଭାରତକୁ ଅଟକାଇବାକୁ ଚେଷ୍ଟା କରୁଥିବା ଆମେରିକା ଆଖି ଆଗରେ ଭାରତ ପୋଖରାଣରେ ଫୁଟାଇଥିଲା ପରମାଣୁ ବୋମା । 
  2. ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲ ଗିରଫ । ମନି ଲଣ୍ଡରିଂ ମାମଲାରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ମନରେଗା ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା 
  3. ବିବାଦୀୟ ଦେଶଦ୍ରୋହ ଆଇନର କାର୍ଯ୍ୟକାରିତା ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଏହି ଆଇନର ପୁନଃସମୀକ୍ଷା ଯାଏଁ ଆଇନ ଉପରେ ରୋକ୍ ଜାରି ରହିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିମାନେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
  4. ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଉପକୁଳକୁ ଭାସି ଆସିଲା ସୁନେଲି ମନ୍ଦିର  । ଏହା ଏକ ମନ୍ଦିର ଚୁଡା ବା ରଥ ସଦୃଶ ହୋଇଛି  । ବାହାର ଦେଶରରୁ ଏହା ଭାସି ଆସିଥିବା ଅନୁମାନ କରାଯାଉଛି  । ମାଲେସିଆରୁ ଭାସି ଆସିଥିବା ଚର୍ଚ୍ଚା ହେଉଛି  । ଏହି ରଥକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି  ।
  5. ୮୭ ବର୍ଷ ବୟସରେ ଦଶମ ପାସ୍ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଖ୍ୟାତ ରାଜନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା
  6. ସତ ହେଲା ଭାରତର ପରାଗ ଅଗ୍ରୱାଲ ଆକଳନ । ପୁଣି ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ । 
  7. ବିଲ୍ ଗେଟସଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସ୍ ।
  8. ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିବା ସମୟରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ସହ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍ କରିଛି । 
  9. ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ଭାଷାତତ୍ତ୍ୱବିତ୍‍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ।
  10. ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ।
  11. ଗତ ୨୦ ବର୍ଷ ଧରି ମହିଳା ୧୦୦ ମିଟର ହର୍ଡଲ୍‌ସରେ ଜାତୀୟ କୀର୍ତ୍ତିମାନ ଓଡ଼ିଶାର ନାମୀ ଆଥ୍‌ଲେଟ୍‌ ତଥା ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ନାମରେ ଥିଲା। ହେଲେ ବୁଧବାର ଅନୁରାଧାଙ୍କ ଏହି ଜାତୀୟ ରେକର୍ଡକୁ ଭାଙ୍ଗି ମହିଳା ୧୦୦ ମିଟର ହର୍ଡଲ୍‌ସରେ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି। 
  12. ଦେଶ ସ୍ବାଧୀନତା ପାଇଁ ହୋଇଥିବା ପ୍ରଥମ ଯୁଦ୍ଧ ସିପାହି ବିଦ୍ରୋହରେ ସହିଦ ହୋଇଥିବା ସୈନ୍ୟଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ୧୮୫୭ରେ ହୋଇଥିବା ଏହି ଯୁଦ୍ଧରେ ସହିଦ ସୈନ୍ୟଙ୍କ ମଧ୍ୟରୁ ୨୮୨ ଜଣଙ୍କ କଙ୍କାଳ ପଞ୍ଜାବର ଅମୃତସରରୁ ପ୍ରତ୍ନତାତ୍ତ୍ବିକ ଖନନ ସମୟରେ ଉଦ୍ଧାର କରାଯାଇଛି। 
  13. ସୁପ୍ରସିଦ୍ଧ ତାମିଲ୍ ଲେଖକ ତଥା ପ୍ରତିନିଧି ସ୍ତରୀୟ ଭାରତୀୟ ଲେଖକ ପେରୁମାଲ୍ ମୁରୁଗାନଙ୍କୁ ୨୦୨୨ ମସିହା ପାଇଁ ‘ଫକୀର ମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ କୁଳସଚିବ କୁକୁମୀନା ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। 
  14. ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍‌ରୁ ରୁଷ୍‌ ସେନା ହଟି ଯାଇଛନ୍ତି। ୟୁକ୍ରେନ୍‌ ସେନା ଖାରକିଭ୍‌ରୁ ରୁଷ୍‌ ସୈନିକଙ୍କୁ ହଟାଇବାରେ ସକ୍ଷମ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଆଜି କହିଛନ୍ତି। 
  15.  ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ଭିତରେ ଭାରତରେ ୪.୮ ଲକ୍ଷ ଲୋକ କୋଭିଡ୍‌ରେ ମରିଛନ୍ତି ବୋଲି ଭାରତ ସରକାର ରିପୋର୍ଟ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ରିପୋର୍ଟରେ କହିଥିଲା ଯେ ବାସ୍ତବ ମୃତ୍ୟୁସଂଖ୍ୟା ଏହାର ୧୦ ଗୁଣ ଅର୍ଥାତ୍ ୪.୭ ନିୟୁତ।
  16. ମୁମ୍ବାଇର ରାସ୍ତା କଡ଼ରେ ଫୁଲ ବିକୁଥିବା ଝିଅ ସରିତା ମାଳି ତାଙ୍କ ପିଏଚ୍‌ଡି ସ୍ବପ୍ନ ସାକାର କରିପାରିଛନ୍ତି। ୨୮ ବର୍ଷୀୟା ସରିତା ଏବେ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରେ ଜଣେ ରିସର୍ଚ୍ଚ ସ୍କଲାର। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ସେ ପିଏଚ୍‌ଡି କରିବେ।
  17. ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ଭାରତକୁ ‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା କରିଥିଲେ, ତଥାପି ୨୦୧୯-୨୧ରେ କରାଯାଇଥିବା ସର୍ବଶେଷ ଏନଏଫଏଚଏସ ସର୍ଭେରୁ ଜଣାପଡିଛି ଯେ ଏବେବି ୧୯ ପ୍ରତିଶତ ପରିବାର କୌଣସି ଶୌଚାଳୟ ସୁବିଧା ବ୍ୟବହାର କରନ୍ତି ନାହିଁ।
  18. ସର୍ବଶେଷ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ଅନୁଯାୟୀ ୧୫-୨୪ ବର୍ଷ ବୟସର ପ୍ରାୟ ୫୦ ପ୍ରତିଶତ ମହିଳା ଏପର୍ଯ୍ୟନ୍ତ ଋତୁସ୍ରାବ କାଳରେ ସୁରକ୍ଷା ପାଇଁ କପଡା ବ୍ୟବହାର କରନ୍ତି ବୋଲି ଜାଣିବାକୁ ମିଳିଛି।
  19.  ଗୋଟିଏ ଦିନରେ ୧୯ ଜଣ ପ୍ରଥମ ଶ୍ରେଣୀ ଅଫିସର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ରେଲ୍‌ୱେ ବିଭାଗ । ଏହା ପୂର୍ବରୁ ବୋର୍ଡ ୭୫ ଜଣଙ୍କୁ ଭିଆର୍‌ଏସ୍‌ ଦେଇଥିଲା ।
  20. ପ୍ରଥମେ ବ୍ୟାକଫୁଟରେ ଥିବା ୟୁକ୍ରେନ ଏବେ କାଉଣ୍ଟର ଦେବା ଆମ୍ଭ କରିଛି । ୟୁକ୍ରେନ ଋଷ ଉପରେ ଆକ୍ରମଣ କରିଥିବା କୁହାଯାଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଏକ ନାବାଳିକା ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.