• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 14 ଟି ଡ୍ୟାନ୍ସ ବାରକୁ ଅନୁମତି ମିଲିଛି । 18 ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସ ବାରକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । 21 ବର୍ଷରୁ କମ ଝିଅ ମାନେ ଡ୍ୟାନ୍ସ ବାରରେ ନାଚ କରି ପାରିବେ ନାହିଁ ବୋଲି କୁହାଯାଇଥିବାବେଳେ ଦିନ 12 ରୁ ରାତି 12 ଖୋଲା ରହିବ ବାର  ।
  2. ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରକଳ୍ପ ସପକ୍ଷରେ ଦୃଢ ଯୁକ୍ତି ବାଢିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ ଭାବେ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ପୁରୀର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । 
  3. ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି।  ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଦୀର୍ଘ ଦିନ ଧରି ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିଲେ ।ମେଡିକାଲ କଲେଜର ପରିଚାଳନା ଓ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ MCL କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । 
  4. ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ମେ ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୧୦ରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ ।  ମେ ୩୧ ରହିଛି ରାଜ୍ୟସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲର ଶେଷ ଦିନ । ପରେ ୧ ଜୁନରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୩ ଜୁନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ପରେ ଜୁନ ୧୦ରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । 
  5.  ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି । ଗିରଫ ଯବାନଙ୍କ ନାଁ ଦେବେନ୍ଦ୍ର ଶର୍ମା 
  6. ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ମେ ୧୫ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ।
  7. ମହିଳା ଟାଇଟ୍ ଜିନ୍ସ ପିନ୍ଧି ପାରିବେନି କି କେଶ ରଙ୍ଗ ବି କରିପାରିବେନି । ଏପରି କଡ଼ା ନିୟମ କରିଥିବା ଦେଶ ହେଲା  ଉତ୍ତର କୋରିଆ । ଉତ୍ତର କୋରିଆର ଶାସନ ପଦ୍ଧତି ବିଶ୍ବର ସବୁ ରାଷ୍ଟ୍ରରେ ପ୍ରଚଳିତ ଶାସନଠାରୁ ଭିନ୍ନ ହୋଇଥାଏ । ଏହି ଦେଶ ଆଶ୍ଚର୍ଯ୍ୟ ଏବଂ ଅଜବ ନିଷ୍ପତ୍ତି ନେଉଥିବାରୁ ଦେଶର ସୁପ୍ରିମୋ କିମ୍ ଜୋଙ୍ଗ୍ ଉନ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
  8. କୋଭିଡ୍‌ ଟିକା ସତର୍କତା (ବୁଷ୍ଟର) ଡୋଜ୍‌ ପାଇଁ ନିୟମକୁ କୋହଳ କରି କେନ୍ଦ୍ର ଗୁରୁବାର ଦିନ ବିଦେଶ ଭ୍ରମଣ କରୁଥିବା ନାଗରିକମାନଙ୍କୁ ଗନ୍ତବ୍ୟ ଦେଶର ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧାରିତ ନଅ ମାସର ଅପେକ୍ଷା ଅବଧି ପୂର୍ବରୁ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ଦେଇଛି।
  9. ଦୂରଗାମୀ ସଂସ୍କରଣକୁ ଗୁରୁବାର ସୁ-୩୦ ଏମ୍‌କେଆଇ ଲଢ଼ୁଆ ଯୁଦ୍ଧ ବିମାନରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି, ବିମାନରୁ ଉତକ୍ଷେପଣ ଯୋଜନା ଅନୁଯାୟୀ ଏହି ପରୀକ୍ଷଣ ହୋଇଥିଲା ଏବଂ କ୍ଷେପଣାସ୍ତ୍ରଟି ବଙ୍ଗୋପସାଗର ଅଞ୍ଚଳରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଯାଇ ସିଧାସଳଖ ଭେଦ କରିଥିଲା।
  10. ମାଡ୍ରାସ ହାଇକୋର୍ଟର ଅଧିକାରିକ ଭାଷା ହେଉ ତାମିଲ | କିଛି ଏଭଳି ଦାବି ନେଇ ଆଜି ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ |
  11. ତାଜମହଲର ୨୨ଟି ବନ୍ଦ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଆଗତ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ।
  12. ପୁଲିସ ବିଭାଗ ଠାରୁ ଆରମ୍ଭ କରି ସିବିଆଇ ସବୁ ବିଭାଗରେ ଅଫିସର ଭ୍ରଷ୍ଟ ହେଲେଣି। ଏବେ ସିବିଆଇ ଦୁର୍ନୀତି ଅଭିଯୋଗରେ ନିଜ ଭାବଗରେ ୪ ଅଫିସରଙ୍କୁ ଗିରଫ କରିଛି। ଦୁର୍ନୀତି ଅଭିଯୋଗରେ ଗୁରୁବାର ସିବିଆଇ ନିଜର ୪ ଜଣ ସବ୍‌-ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରିଛି।
  13. ସର୍ଚ୍ଚ ଇଞ୍ଜିନ ‘ଗୁଗଲ’ ତାଙ୍କ ଅନୁବାଦ ପ୍ଲାଟଫର୍ମରେ ସଂସ୍କୃତ ସମେତ ୮ ଭାରତୀୟ ଭାଷାଙ୍କୁ ସଂଯୁକ୍ତ କରିଛନ୍ତି। ୩୦ କୋଟିରୁ ଅଧିକ ଲୋକେ କହୁଥିବା ୨୪ ନୂଆ ଭାଷାଙ୍କୁ ଗୁଗଲ ଅନୁବାଦ ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି।
  14. ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରୁ ଏକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୋଲିସ କର୍ମଚାରୀ ୬ ବର୍ଷର ଶିଶୁର ଗଳାକାଟି ହତ୍ୟା କରିଦେଇଛି । ବୁଧବାର ଦିନ ପୋଲିସ କହିଛି ଯେ, ଭୋକିଲା ଶିଶୁ ଜଣଙ୍କ ଜଣେ କନଷ୍ଟେବଳଙ୍କୁ ଟଙ୍କା ମାଗିଥିଲେ । ସେହି କନଷ୍ଟେବଳ ଜଣକ ତାଙ୍କୁ ହତ୍ୟା କରିଛି ।
  15. ଉତ୍ତର ପ୍ରଦେଶ ବାରାଣସୀ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ଘଟଣାର ଗବେଷଣା ବନ୍ଦ ହେବ ନାହିଁ। ବରଂ ଗବେଷଣା ସାରି ମେ ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବା ବାରାଣସୀ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
  16. ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ସହିତ ବିଶ୍ୱ ବାଣିଜ୍ୟିକ ସଂଗଠନ(ୱାର୍ଲ୍ଡ ଟ୍ରେଡ୍‌ ଅର୍ଗାନାଇଜେସନ୍)ର ନିୟମରେ ବିଶେଷକରି ବାଣିଜ୍ୟିକ ସମ୍ପର୍କିତ ବ୍ୟବସ୍ଥାରେ ମଧ୍ୟ ନମନୀୟତା ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।
  17. ଉତ୍ତର ପ୍ରଦେଶରେ ଧୀରେ ଧୀରେ କଡ଼ା ହେଉଛି ନିୟମ। ଏଣିକି ମଦ୍ରାସାରେ ଗାଇବେ ଜାତୀୟ ସଂଗୀତ। ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ପିଲାମାନେ ଜାତୀୟ ସଂଗୀତ ଗାନ କରିବେ ବୋଲି ଉତ୍ତର ପ୍ରଦେଶ ସରକାର ନିୟମ କରିଛନ୍ତି। କ୍ଲାସ୍ ଆରମ୍ଭ ପୂର୍ବରୁ ମଦ୍ରାସାର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୁଳକ ବୋଲି ୟୁପି ସରକାର କହିଛନ୍ତି। ଆଜି(ମେ ୧୨.୨୦୨୨) ଠାରୁ ଏହି ନିୟମ ଲାଗୁ ହେବ।  
  18. ସିଏନବିସି ଆୱାଜର ରିପୋର୍ଟ ଅନୁସାରେ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ଆସନ୍ତା ୬ରୁ ୮ ମାସ  ଯାଏଁ ବିଭିନ୍ନ ପଦକ୍ଷେପ ନେଇପାରେ। ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ପୁଣି ଥରେ ନିଜର ଦରରେ ବୃଦ୍ଧି କରିପାରେ।
  19. ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରି ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି। ରୁଷ ଆକ୍ରମଣରେ ୟୁକ୍ରେନରେ ମାନବିକ ଅଧିକାର ଦୁର୍ବିସହ ହୋଇ ପଡିଥିବା ଭାରତ ଜାତିସଂଘ ମାନବାଧିକାର ପରିଷଦରେ କହିଛି।
  20. ଛତିଶଗଡ଼ ରାୟପୁରରେ ହେଲିକପ୍ଟର କ୍ରାସ୍ । ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା ଓ ଏ.ପି. ଶ୍ରୀବାସ୍ତବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.