• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡ଼ିହା ଗାଁ ପାଖରେ ସୁନାଖଣି ନେଇ ନମୁନା ସଂଗ୍ରହ ଚାଲିଛି । ଜଙ୍ଗଲରେ ସୁନାଖଣି ନେଇ ଦେଢ଼ କିଲୋମିଟର ପରିଧିରେ ମାଟି ଭିତରେ ଗାତ ଖୋଳି କରାଯାଉଛି ନମୁନା ସଂଗ୍ରହ । ୬ ମାସ ଧରି ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ନମୁନା ସଂଗ୍ରହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
  2. ଦିଲ୍ଲୀ ମୁଣ୍ଡକା ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଏକ କମର୍ସିଆଲ ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିଲଡିଂରୁ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ଡିସିପି ସମୀର ଶର୍ମା ।
  3. ଆସନ୍ତା ୧୭ ତାରିଖରୁ ଭାରତୀୟ ଦୂତାବାସ ପୁଣି ଥରେ କିଭରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଅନୁସାରେ ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣ ପରେ କିଭ୍ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ କରିଦିଆଯାଇଥିଲା । 
  4. ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ ।
  5. ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ାକଡ଼ି ହୋଇଛି ନିୟମ । ବ୍ୟାଙ୍କ ଓ ପୋଷ୍ଟ ଅଫିସର ନିୟମ ବଦଳାଇଲେ ସରକାର । ବ୍ୟାଙ୍କ, ଡାକଘର ଓ ସମବାୟ ସଂସ୍ଥାରେ ୨୦ ଲକ୍ଷରୁ ଅଧିକ ପରିମାଣର  ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ଲୋକମାନଙ୍କ ପାଇଁ ନିୟମ କଡ଼ାକଡ଼ି କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି । 
  6.  ନାଟୋ ମେମ୍ବରସିପକୁ ନେଇ ଫିନଲାଣ୍ଡକୁ ଚେତାବନୀ ଦେଇଛି ଋଷ। ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହା ଋଷ-ଫିନଲାଣ୍ଡ ସମ୍ପର୍କକୁ ପ୍ରଭାବିତ କରିବ ଓ ଏହାଦ୍ୱାରା ଉତ୍ତର ୟୁରୋପରେ ସ୍ଥିରତା ଓ ସୁରକ୍ଷାକୁ ଅତ୍ୟଧିକ ପ୍ରଭାବିତ କରିବ ବୋଲି ଋଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
  7. ୪୪ ବିଲିୟନ ଡଲାରର ଟ୍ୱିଟର ଚୁକ୍ତି ସାମୟିକ ସ୍ଥଗିତ । ସ୍ପାମ ଓ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ସବିଶେଷ ବିବରଣୀକୁ କେନ୍ଦ୍ର କରି ଏହି ଚୁକ୍ତି ସାମୟିକ ସ୍ଥଗିତ ରହିଛି ବୋଲି କହିଛନ୍ତି ମାଲିକ ଏଲନ ମସ୍କ । ଗତ ଏପ୍ରିଲ ୨୫ରେ ଏଲନ ମସ୍କଙ୍କ ୪୪ ବିଲିୟନ ଡଲାର ଚୁକ୍ତିକୁ ଟ୍ବିଟର ଗ୍ରହଣ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚା ହୋଇଥିଲା ।
  8. ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍ସ) ରାଷ୍ଟ୍ରପତି ‌ଶେଖ୍‌ ଖଲିଫା ବିନ୍‌ ଜାୟେଦ ଅଲ୍‌ ନହୟାନଙ୍କର ଶୁକ୍ରବାର ଦିନ ୭୩ ବର୍ଷ ବୟସରେ ପର‌ଲୋକ ଘଟିଛି।
  9. ଆଉ ୧୦ ଦିନ ପରେ ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଯିବ। ୟୁକ୍ରେନ୍‌ ଯୁଦ୍ଧକୁ ୧୧ ସପ୍ତାହ ଚାଲିଥିବା ବେଳେ ରୁଷ୍‌ ଏବେ ରଣନୀତି ବଦଳାଇ ପୂର୍ବ ୟୁକ୍ରେନକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆକ୍ରମଣ ଜୋରଦାର କରିଛି।
  10.  ୫ ବର୍ଷର କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ ପୂର୍ବରୁ ଓଡ଼ିଶା ଫେରିବେ ୧୯୯୮ ବ୍ୟାଚ୍‌ ଆଇଏଏଏସ୍‌ ବିଶାଲ ଗଗନ। ନିଯୁକ୍ତି ସଂପର୍କିତ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଛନ୍ତି।
  11. ବାରଣାସୀରେ ଜ୍ଞାନବାପି ମସଜିଦ୍‌ ସର୍ଭେ କାର୍ଯ୍ୟ ତୁରନ୍ତ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଅଂଜୁମାନ ଇନ୍ତେଜାମିଆ ମସ୍‌ଜିଦ କମିଟି ପକ୍ଷରୁ ଆଜି ବରିଷ୍ଠ ଓକିଲ ହୁଫେଜା ଅହମଦି ଏନେଇ କୋର୍ଟରେ ଆବେଦନ କରିଥି‌ଲେ।
  12. ନିକଟରେ ମୋହାଲିସ୍ଥିତ ପଂଜାବ ପୁଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ଖଲିସ୍ଥାନୀ  ଆତଙ୍କବାଦୀ ସଂଗଠନ ବାବର ଖାଲସା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରହିଛି ବୋଲି ପଂଜାବ ପୁଲିସ ପକ୍ଷରୁ କୁହାଯାଇଛି ।
  13. ଚୀନ୍‌ର ଗୁଆଙ୍ଗଝୋଓରୁ ପାଣି ପାଇପ୍‌ ଫିଟିଙ୍ଗ୍‌ର ଏୟାର କାର୍ଗୋ ଆସିଥିଲା । ଡାଇରେକ୍ଟୋରେଟ୍‌ ଅଫ୍‌ ରେଭେନ୍ୟ ଇଣ୍ଟିଲିଜେନ୍ସିକୁ କାର୍ଗୋରେ ସୁନା ଚୋରା ଚାଲଣ ହେବା କଥା ସୂଚନା ମିଳିଥିଲା । ତଦନ୍ତ ବଲେ ପାଣିପାଇବ୍‌ର ଏଲ୍‌ ଟାଇପ୍‌ ଭାଲ୍ଭ୍‌ ଏବଂ ପେଚରେ ସୁନା ଥିବା କଥା ଜଣା ପଡିଥିଲା । ଜବତ ସୁନାର ପରିମାଣ ୬୧.୫ କିଲୋଗ୍ରାମ । ଏହାର ମୂଲ୍ୟ ୩୨.୫ କୋଟିଟଙ୍କା ।ଏହା ୯୯ ପ୍ରତିଶତ ଶୁଦ୍ଧ ସୁନା ।
  14. ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ୨୩୬ ସିସିଟିଭି କ୍ୟାମେରା ଲାଗିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ଆଜି ସିସିଟିଭି ଲାଗିବା ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
  15. ନିଟ୍‌ ପିଜି ୨୦୨୨ ପରୀକ୍ଷା ସ୍ଥଗିତ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ। 
  16. ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବଶ୍ୟକ ହେଲେ ଜୁନ୍‍ ୧୩ରେ ଭୋଟ ଗ୍ରହଣ ହେବ। ଜୁନ ୧୩ରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ। 
  17. ଚଳିତ ମାସ ୨୧ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। 
  18. ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୋନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ପଞ୍ଜାବ କିଙ୍ଗ୍ସ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ବଡ ବିଜୟ ହାସଲ କରିଛି। ଆଇପିଏଲର ୬୦ତମ ମୁକାବିଲାରେ ବେଙ୍ଗାଲୁରୁକୁ ୫୪ ରନରେ  ହରାଇଛି ପଞ୍ଜାବ। 
  19. ଇଟାଲିୟମ ଓପନର ତୃତୀୟ ରାଉଣ୍ଡରେ ବଡ ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିଅନ ତଥା ତୃତୀୟ ସିଡ୍ ରାଫେଲ ନାଡାଲ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି।
  20. ସୁପ୍ରିମକୋର୍ଟ ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ ଗିରଫ ଉପରେ ଶୁକ୍ରବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ପାଟନା ହାଇକୋର୍ଟରେ ତାଙ୍କର ଶୁକ୍ରବାର ବ୍ୟକ୍ତିଗତ ହାଜିର ହେବାର ଥିଲା। ତେବେ ସେ ନ ଆସିବାରୁ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି  କରିଥିଲେ। ତେବେ ଏହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.