• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡୁ ସାଇମଣ୍ଡସଙ୍କ ପରଲୋକ ହୋଇଛି । ଗତକାଲି ଆଣ୍ଡୁ ସାଇମଣ୍ଡସ ଏକ କାର୍‌ ଚଳାଇ ଯାଉଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । 
  2. ମହିଳା ଜଣଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ସଦାନନ୍ଦପୁର ଅଞ୍ଚଳର ସୁପ୍ରଭା ପଣ୍ଡା । ସୁପ୍ରଭା ସବୁ ସମ୍ପତ୍ତି ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଇଥିଲେ । ଯାହାକୁ ସେ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ଦାନ କରିଦେଇଛନ୍ତି ।
  3. ଉଦୟପୁରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର ଚାଲିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସୁନୀଲ ଝାକର ।
  4. ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ।
  5.  ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଶନିବାର ଦିନ ଶ୍ରୀନଗର ଗସ୍ତରେ ଆସି ନୂଆ ହାଇକୋର୍ଟ ଭବନର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ହେଲେ ହିଁ ଶାନ୍ତି କାଏମ ରହିପାରିବ।
  6. ମହାନଦୀ ଜଳ ବିବାଦ ମାମଲାରେ ୧୧ଟି କେନ୍ଦ୍ରୀୟ ସଂସ୍ଥା ମଧ୍ୟରୁ ୮ଟି ସଂସ୍ଥା ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାରଙ୍କ ଜରିଆରେ ନଥି ଓ ଦସ୍ତାବିଜ୍‌ ଉପଲବ୍‌ଧ କରାଇଛନ୍ତି।
  7. ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ସକାଳେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିମାଡ଼ରେ ୩ ପୁଲିସ କର୍ମୀ ନିହକ ହୋଇଛନ୍ତି।
  8. ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଧାରାରେ, କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଓ ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଇଟ୍‌ ଅଫ୍‌ ୱେ (ଆର୍‌ଓଡବ୍ଲୁ) ଅନୁମୋଦନ ପାଇଁ ‘ଗତିଶକ୍ତି ସଞ୍ଚାର’ ପୋର୍ଟାଲ (www.sugamsanchar.gov.in)କୁ ଶନିବାର ଉନ୍ମୋଚନ କରିଛନ୍ତି ।
  9. ରୁଷ-ୟୁକ୍ରେନ ଯୁଦ୍ଧକୁ ୭୯ ଦିନ ବିତିଗଲାଣି। ହେଲେ ଏବେ ବି ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିଛି ରୁଷ। କିଛି ଦିନ ତଳେ ରୁଷ ବିଜୟ ଦିବସ ପାଳନ କରିଥିବା ବେଳେ ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଏବେ ଏକ ବଡ଼ ଦାବି କରିଛନ୍ତି। 
  10. ବିପ୍ଲବ ଦେବଙ୍କ ଇସ୍ତଫା ପରେ ସାଂସଦ ମାଣିକ୍ ସାହା ହେଲେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ।
  11. ଜେଲରେ ଚାଲିଥିବା ଭିଆଇପି ସେଲକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଜେଲରେ ଥିବା ଭିଆଇପି ସେଲକୁ ହଟାଇ ଦେଇଛନ୍ତି। ଭଗୱନ୍ତ ମାନ କହିଛନ୍ତି ଯେ ବର୍ତ୍ତମାନ ଜେଲ ଭିତରୁ କଳା ବ୍ୟବସାୟ ଚାଲିବ ନାହିଁ। ଏହି ପ୍ରସଙ୍ଗରେ ଅବହେଳା କରିଥିବା କିଛି ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
  12. ଭୋଟର ତାଲିକା ସହ ଲିଙ୍କ୍ ହେବ ଭୋଟର ତାଲିକା । ଏ ନେଇ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର ।
  13. ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି।ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍‌ଡିଂର ଅଡିଟ କରାଯିବ ଏବଂ ମେ’ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ତୃଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି।
  14. ଭିଜିଲାନ୍ସର ନିର୍ଦ୍ଦେଶ ପରେ ଆଇଆଇସି ନିହାର ଆଜି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଗତକାଲି ରାତିରେ ନିହାରଙ୍କ ପତ୍ନୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗରିଫ କରିଥିଲା । ଗାଡ଼ିରେ ୬ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ନିନାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛି। 
  15. ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ।
  16. ପୁରୀ ମଙ୍ଗଳାଘାଟ ଛକ ନିକଟରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ଚଢ଼ାଉ ବେଳେ ଜଣେ ଧଳାଜହର ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ୩ କେଜି ଧଳାଜହରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି ।
  17.  ଗଞ୍ଜାମ ଏସ୍.ପି.ଙ୍କ କାର୍ଯ୍ୟାଳୟ ଆଗରେ ରମ୍ଭା ବୋରିଗାଁ ର ବାଦଲ ସାହୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ।
  18.  ସରକାରୀ କମ୍ପାନୀ ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆର ଲାଭରେ ବଡ଼ ଅଭିବୃଦ୍ଧି ରେକର୍ଡ କରାଯାଇଛି । ୨୦୨୨ ମାର୍ଚ୍ଚ ତ୍ରୈମାସରେ ଶିପିଂ କର୍ପୋରେସନ ଅଫ ଇଣ୍ଡିଆର ମୂଳ ଲାଭ ୭୭.୪୨ ପ୍ରତିଶତ ବୃଦ୍ଧି ସହ ୧୫୨.୧୬ କୋଟି ଟଙ୍କା ହୋଇଛି।
  19. ଦେଶରେ ଏବେ ହାଇଡ୍ରୋଜନ ଇନ୍ଧନ ପ୍ରତି କେଜି ୫ ଡଲାର ରହିଛି। ତେବେ ୨୦୩୦ ବେଳକୁ ଏହାକୁ ହ୍ରାସ କରି ୧ ଡଲାରକୁ ଆଣିବାକୁ ଦେଶର ପ୍ରମୁଖ ଉଦ୍ୟୋଗ ସମୂହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଘୋଷଣା କରିଛନ୍ତି। ଏଥିଲାଗି କମ୍ପାନୀ ଗ୍ରୀନ ହାଇଡ୍ରୋଜନ ସେକ୍ଟରରେ ୭୫ ବିଲିନୟ ଡଲାରର ନୂଆ ନିବେଶ ଘୋଷଣା ମଧ୍ୟ କରିଛି। ଏଥିରେ ସରକାରୀ କ୍ଷେତ୍ରର ଗ୍ୟାସ କମ୍ପାନୀ ଗେଲ ହାଇଡ୍ରୋଜନ ପରିବହନ ଲାଗି ଭିତ୍ତିଭୂମି ସୁବିଧା ନିମନ୍ତେ ସବୁଠୁ ବଡ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଦେଇଛନ୍ତି।
  20. ଭାରତ ନିଜ ଦେଶର ନାଗରିକଙ୍କର ଖାଦ୍ୟ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହା ସାରା ବିଶ୍ୱର ହଇଚଇ ସୃଷ୍ଟି କରିଛି। ତତ୍‌କାଳ ପ୍ରଭାବରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଛି ଭାରତ  ଦେଶରେ ଗହମର ମୂଲ୍ୟ ବୃଦ୍ଧିକୁ ରୋକିବାକୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଚିନ୍ତାରେ ପଡ଼ିଯାଇଛି ବିଶ୍ୱ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.