• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୃଷକ ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ରାକେଶ ଟିକାୟତଙ୍କୁ ଜୋରଦାର ଝଟକା । ଭାରତୀୟ କିଷାନ ୟୁନିୟନରୁ ରାକେଶ ଟିକାୟତଙ୍କୁ ହଟାଇ ଦିଆଯାଇଛି । ଟିକାୟତଙ୍କ ଉପରେ କେବଳ କୃଷକ ୟୁନିୟନର ଛାଟ ବାଜିନାହିଁ । ତାଙ୍କ ଭାଇ ନରେଶ ଟିକାୟତଙ୍କ ହାତରୁ ଅଧ୍ୟକ୍ଷ ପଦ ମଧ୍ୟ ଯାଇଛି । ନରେଶଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି ।
  2. ବର୍ତ୍ତମାନ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କିମ୍ବା ପ୍ରତ୍ୟାହାର ପାଇଁ ଏହି ନିୟମ ଲାଗୁ ହେବ । ୧୦ ମେ’ ରେ ବିଜ୍ଞପ୍ତି ଜାରି କରି CBDT ଏହି ସୂଚନା ଦେଇଛି । ଏହା ବ୍ୟତୀତ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲିବା ମଧ୍ୟ ଆବଶ୍ୟକ ହେବ । ଏମିତି କରିବା ଦ୍ୱାରା ଆର୍ଥିକ କାରବାରରେ ସ୍ୱଚ୍ଛତା ବୃଦ୍ଧି ପାଇବ ।
  3. ପୁଟିନ୍‌ଙ୍କ ସହ ନିବିଡ଼ ସମ୍ପର୍କ ଥିବା ଜଣେ ଅଜ୍ଞାତ ବିତ୍ତଶାଳୀ ଓ ପ୍ରଭାବଶାଳୀ ରାଜନେତା ମଧ୍ୟ କହିଛନ୍ତି ଯେ, ରକ୍ତ କର୍କଟ ରୋଗ ଯୋଗୁଁ ପୁଟିନ୍‌ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଛନ୍ତି।
  4. ଥୋମାସ କପ୍ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ୧ କୋଟି ପୁରସ୍କାର ଘୋଷଣା।ଦୀର୍ଘ ୭୩ ବର୍ଷ ପରେ ଭାରତ ଜିତିଲା ଥୋମାସ୍ କପ୍ I ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ହାସଲ କଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଫାଇନାଲରେ ଭାରତ ଠାରୁ ୩-୦ରେ ହାରିଲା ଇଣ୍ଡୋନେସିଆ I
  5. ବଢୁନି ଓଡ଼ିଶାର ଚାଷୀଙ୍କ ଆୟ: ଭାରତରେ ୫୯% ବୃଦ୍ଧି, ଓଡ଼ିଶାରେ ମାତ୍ର ୩% ।
  6. ଅମୃତସର ନିକଟରେ ଚାଲିଥିବା ଏକ ପ୍ରତ୍ନତାତ୍ତ୍ୱିକ ଖନନ କାଳରେ ସେଠାରୁ ୧୮୫୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୮୨ ଜଣ ଭାରତୀୟ ସୈନିକଙ୍କ କଙ୍କାଳ ମିଳିଛି।
  7. ମୁମ୍ୱାଇ ହାଇକୋର୍ଟ କହିଲେ ‘‘ଚୁମ୍ୱନ ଦେବା ଯୌନ ଅପରାଧ ନୁହେଁ’’, ଯୌନ ଉତ୍ପୀଡ଼ନ ମାମଲାରେ ଜାମିନ ପାଇଲା ଅଭିଯୁକ୍ତ   ।
  8. ପଞ୍ଜାବ ଜେଲରେ ଥିବା ଅପରାଧୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ; ୫୦ ଦିନରେ ଜେଲରୁ ଜବତ ହେଲାଣି ୭୧୦ଟି ମୋବାଇଲ ଫୋନ ।
  9. ଓଡ଼ିଶାରେ ଜଳ ବିଦ୍ୟୁତ୍‌ରେ ସମ୍ଭାବନା ଅଧିକ: ଅକ୍ଷୟ ଶକ୍ତିରେ ୭ ବର୍ଷରେ ୧୫ ଲକ୍ଷ କୋଟି ନିବେଶ ଆବଶ୍ୟକ ।
  10. ରୁଷ ବିରୋଧରେ ଯୁଦ୍ଧ ଜିତି ପାରିବ ୟୁକ୍ରେନ, ଦୃଢୋକ୍ତି ପ୍ରକାଶ କଲେ ନୋଟୋ ମୁଖ୍ୟ ।
  11. ତେଲେଙ୍ଗାନା ସମେତ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ କେବଳ ତେଲେଙ୍ଗାନାର ବଳକା ଉଷୁନା ଚାଉଳ ଉଠାଇ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି । ସଂସଦରେ ଏହି ପ୍ରସଙ୍ଗ ପୁଣି ଉଠାଇବ ବିଜେଡି ।
  12. ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ସଞ୍ଜୀବ କୁମାର ବଲିୟାନଙ୍କ ଗାଡି ଉପରକୁ ପୁରୀରେ କାଳି ମାଡ । ଛାତ୍ର କଂଗ୍ରେସ ପକ୍ଷରୁ ଏହି କାଳିମାଡ଼ କରାଯାଇଛି । ଦରଦାମ ବୃଦ୍ଧି, ଛାତ୍ର ଓ ଯୁବ ମରଣା ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗାଡି ଉପରକୁ କାଳିମାଡ଼ ହୋଇଛି ।
  13. ଏକ ବ୍ୟକ୍ତି-ଏକ ପଦବୀ ଓ ଏକ ପରିବାର ଏକ ଟିକେଟ ପ୍ରସ୍ତାବ ଉପରେ ବାଜିଲା ସିଡବ୍ଲୁସି ମୋହର ।
  14. ଉତ୍ତରପୂର୍ବାଞ୍ଚଳର ଚାରୋଟି ରାଜ୍ୟରେ ଏବେ ବିଜେପି ଶାସନ କରୁଛି। କଂଗ୍ରେସ ଛାଡ଼ି ଗୈରିକ ଦଳରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପରି ଉଚ୍ଚ ପଦଭାର ପ୍ରଦାନ କରିଛି।
  15. କେରଳରେ ଆଜି ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦୁଇଟି ଜିଲ୍ଲାରେ ରେଡ୍ ଆଲର୍ଟ ଏବଂ ୬ଟି ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। 
  16. ଦେଶରେ ସଂଖ୍ୟାଗରିଷ୍ଠତାର ଯେଉଁ ଧାରା ଜାରି ରହିଛି ତାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସରକାରୀ ନୀତିକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉ ନଥିବା ରାଜନଙ୍କ ମତରେ ସଂଖ୍ୟାଗରିଷ୍ଠବାଦ ହେଉଛି ବିଭାଜନକାରୀ।
  17. ଆମାଜନ ଇଣ୍ଡିଆ ଦେଶରେ ୧୧ ଲକ୍ଷ ୬୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଦାବି କରିଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଏହା ୧,୩୫,୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ୨୦୨୫ ସୁଦ୍ଧା କଂପାନି ଦ୍ବାରା ସୃଷ୍ଟି ହେବାକୁ ଥିବା ନିଯୁକ୍ତି ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି।
  18. ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ୯୨୯.୭୬ କୋଟି ଟଙ୍କା ନିଟ୍ ଲାଭ କରିଛି। ଚତୁର୍ଥ ତ୍ରୟମାସରେ ବ୍ୟାଙ୍କର ନିଟ୍‌ ଲାଭ ୩୧୨.୧୮ କୋଟି ଟଙ୍କା ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତୁଳନାରେ ୨୯୦.୧୧ ପ୍ରତିଶତ ଅଧିକ। 
  19. କୁନି କୁନି ପିଲାମାନେ ପାଠ୍ୟ ପୁସ୍ତକରେ ‘କୁର୍‌କୁରେ’, ‘ଚକୋଲେଟ୍‌’, ‘ଫ୍ରୁଟି’ ଆଦି ଜଙ୍କ୍‌ ଫୁଡ୍‌ର ଛବି ପଢୁଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଭଳି ପାଠ୍ୟପୁସ୍ତକକୁ ବଦଳାଇବାକୁ ସେମାନେ ଦାବି କରିଛନ୍ତି । କରୋନା ଯୋଗୁଁ ଗତ ଦୁଇବର୍ଷ ସ୍କୁଲ ବନ୍ଦ ରହିବାରୁ ପାଠପଢ଼ା ବହୁଳ ଭାବେ ପ୍ରଭାବିତ ହୋଇଛି 
  20. ଭାରତର ବିଦେଶୀ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ମେ ୬ରେ ଶେଷ ହୋଇଥିବା ସପ୍ତାହରେ ୧.୭୭୪ ବିଲିୟନ ଡଲାର ହ୍ରାସ ହୋଇ ୫୯୫.୯୫୪ ବିଲିୟନ ଡଲାରରେ ପହଞ୍ଚିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.