• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର। ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପି ସାଧନା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯିବ। ଧର୍ମପଦ ପୁରସ୍କାର ବାବଦକୁ ୫ ଲକ୍ଷ ଓ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଜଣାପଡିଛି।
  2. ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ବାମୀ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ରୁଦ୍ଧଦ୍ୱାର ଆଲୋଚନା ହୋଇଛି। 
  3. ପ୍ରଥମ ଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଛି ଅନ୍ତର୍ଜାତୀୟ ’ବୁକର’ ପୁରସ୍କାର । ପ୍ରଖ୍ୟାତ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ ରେତ ସମାଧୀ ବା ଟମ୍ବ ଅଫ୍ ସ୍ୟାଣ୍ଡକୁ ମିଳିଛି ଏହି ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାର । ଭାରତୀୟ ଭାଷାରେ ବୁକର ପୁରସ୍କାର ପାଇବାରେ ପ୍ରଥମ ଉପନ୍ୟାସ ଭାବେ କୀର୍ତ୍ତିମାନ ସୃଷ୍ଟି କରିଛି ରାତ ସମାଧୀ । ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ଡେଜି ରକବେଲ ଏହାକୁ ଇଂରାଜୀରେ ଅନୁବାଦ କରିଥିଲେ ।
  4. ବହୁ ଚର୍ଚ୍ଚିତ କୋର୍ଡେଲିଆ ଡ୍ରଗ୍ସ ପାର୍ଟି ମାମଲାରେ ଜୁନିୟର କିଙ୍ଗ ଖାନଙ୍କୁ କ୍ଲିନ ଚିଟ ଦେଇଛି ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବି ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଦାଖଲ ଚାର୍ଜସିଟରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁ ନଥିବା ଜଣାପଡ଼ିଛି ।
  5. ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଛି ୯୩ ଦିନ । ଭୟଙ୍କର ଯୁଦ୍ଧରେ ଛାରଖାର ହୋଇଛି ୟୁକ୍ରେନର ଅଧିକାଂଶ ସହର।
  6. ଜାପାନର ଜଣେ ବ୍ୟକ୍ତିଙ୍କ ଅଜବ କାରନାମା ପାଇଁ ସବୁଠି ଚର୍ଚ୍ଚାରେ। ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଟୋକୋ ନାମକ ଯୁବକ କୁକୁର ବେଶ ଧାରଣ କରିଛନ୍ତି।
  7.  ଇସ୍ରାଏଲର କମ୍ପାନୀ Watergen ଭାରତରେ ଲଞ୍ଚ କରିଛି ଏକ ଅଭିନବ ପ୍ରଡକ୍ଟ। ଆଉ ଏଥିପାଇଁ କମ୍ପାନୀ ପକ୍ଷରୁ SMV Jaipuria Group ସହ ପାର୍ଟନରସିପ୍ କରିଛି ।ଏହି ମେସିନ୍ ଏମ୍ବିଅଣ୍ଟ ଏୟାରରୁ ମିନରଲାଇଜଡ୍, ସେଫ୍ ଡ୍ରିଙ୍କିଂ ୱାଟର୍ ତିଆରି କରିପାରିବ । ଏହି ଅପରେସନ୍ ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ମଧ୍ୟ ଭାରତରେ ଲଞ୍ଚ କରାଯିବ ।
  8. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧ ସତ୍ତ୍ୱେ ତାଇଓ୍ୱାନ ଚାରିପଟେ ସମରାଭ୍ୟାସ କରିବା ଲାଗି ଚୀନର ଘୋଷଣା ।
  9. ଭାରତରେ ରାସ୍ତାକଡ଼ରୁ ପରିବା କିଣିବା ଭଳି ଆମେରିକୀୟ ବନ୍ଧୁକ କିଣିଥାନ୍ତି । ଆଉ ଏବେ ଆମେରିକାର ଏହି ବନ୍ଧୁକ ରଖିବା ପରମ୍ପରା ଦେଶ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଆମେରିକାର ଜନସଂଖ୍ୟା ଯେତିକି ତା’ଠାରୁ ଅଧିକ ବନ୍ଧୁକ ରହିଛି ଦେଶରେ । 
  10. ସଞ୍ଜୟ ରାଉତ ନିତିନ ଗଡକରୀଙ୍କୁ ପ୍ରଶଂସା କରିବାବେଳେ କହିଛନ୍ତି ଯେ ବିକାଶ ପ୍ରତି ଗଡକରୀଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସେ ବିକାଶ କାର୍ଯ୍ୟରେ ରାଜନୀତିକୁ କେବେ ଦେଖି ନାହାଁନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ଆଜି ଆମେ ଦେଶରେ ଯାହା ବିକାଶ ଦେଖୁଛୁ, ଏଥିରେ ପ୍ରାୟ ୯୦% ନିତିନ ଗଡକରୀଙ୍କର ହାତ ରହିଛି |
  11. ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଶୁକ୍ରବାର ଦିନ ମୋହାଲିର ଏକ ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇ ଦେଇଛନ୍ତି।
  12. ରୁଷରୁ ପ୍ରଚୁର ପରିମାଣରେ ତେଲ ମଗାଇଛି ଭାରତ । ଏସବୁ ତେଲ ଜାହାଜରେ ଭର୍ତ୍ତି ହୋଇ ଭାରତ ଅଭିମୁଖେ ଆସୁଛି ବୋଲି ଜଣାପଡ଼ିଛି । କେବଳ ଭାରତ ନୁହେଁ, ଚୀନ ମଧ୍ୟ ପ୍ରଚୁର ପରିମାଣରେ ତେଲ ଅର୍ଡର ଦେଇଛି ।
  13. ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପି ଚୌତାଲାଙ୍କୁ ଚାରି ବର୍ଷ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି।
  14. ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କାଲ୍‌କାଟା ହାଇକୋର୍ଟକୁ ବଦଳି ହେବେ।
  15. ଦେଶର ସର୍ବବୃହତ ଡ୍ରୋନ୍ ଉତ୍ସବ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’କୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଡ୍ରୋନ୍ ଏକ ଉନ୍ନତ ଯନ୍ତ୍ର, ଯାହା ଖୁବ୍ ଶୀଘ୍ର ପ୍ରତ୍ୟେକ ଲୋକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ହେବାକୁ ଯାଉଛି। କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା, ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଡ୍ରୋନ୍ଉ ନ୍ନତ ସେବା ପ୍ରଦାନରେ ସହାୟତା କରିବ। 
  16. ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଥ୍‌ମେଟିକ୍ସ)କୁ ଏକ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଉଦ୍ୟମ ହେବ ବୋଲି ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।
  17. ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ ଇଣ୍ଡିଆର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍‌ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଂଚିପାରିବ । ଓଡିଶା ସ୍ଥିତ ବାୟୋଟେକ୍ କମ୍ପାନୀ ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ ।
  18. ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି। 
  19. ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବାକୁ ପରିସ୍ଥିତି ଅନୁକୂଳ ଥିବା ପରି ଲାଗୁଛି ବୋଲି ଆଇଏମଡି କହିଛନ୍ତି।
  20. ଆରବିଆଇ କହିଛି, ୨୦୨୦-୨୧ରେ ମୋଟ ନୋଟ ପ୍ରଚଳନରେ ୨୦୦୦ ଟଙ୍କିଆ ନୋଟର ଭାଗଦାରୀ ୧୭.୩ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୩.୮ ପ୍ରତିଶତ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.