• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ଘଟିଛି। ୮୦ ବର୍ଷୀୟ ଏହି ଅଭିନେତା ଅନେକ ସୁପରହିଟ୍‌ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଆମେରିକୀୟ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି ଏବଂ ଆଜି ମଧ୍ୟ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।
  2. ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ୬୦ ଲକ୍ଷରୁ ଅଧିକ ଅନୁମୋଦିତ ସରକାରୀ ଚାକିରି ଖାଲିପଡ଼ିଛି। ସେଥିମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଏହି ପଦବୀଗୁଡିକ ଖାଲିପଡ଼ିଥିବା ଜଣାଯାଇଛି।
  3. କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୪ ମୃତ୍ୟୁ ରେକର୍ଡ କରାଯାଇଛି।
  4. ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘେ‌ା‌ଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି  ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି।
  5. ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ, କେବଳ ଆଧାର କାର୍ଡର ‘ମାସ୍କଡ୍‌ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି। 
  6. ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍‌ ନୋଟ୍‌ ସଂଖ୍ୟା ବୃଦ୍ଧି ପାଇଥିବା କଥା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରିପୋର୍ଟରୁ ଜଣାପଡ଼ିବା ପରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦ‌କ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।
  7. ଆମ୍ ଆଦମୀ ପାର୍ଟି ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରୁଛି। ଜଣେ ପରିବେଶପ୍ରେମୀ ପଦ୍ମଶ୍ରୀ ସନ୍ଥ ବଲବୀର ସିଂ ଓ ଅନ୍ୟ ଜଣେ ହେଉଛନ୍ତି ପଦ୍ମଶ୍ରୀ ବିକ୍ରମଜିତ୍ ସିଂ ସାହନି ।
  8. ଉତ୍ତରପ୍ରଦେଶର ସରକାରୀ ଆଦେଶରେ କୁହାଯାଇଛି ଯେ କୌଣସି ମହିଳା କର୍ମଚାରୀଙ୍କ ଲିଖିତ ସମ୍ମତି ବିନା ସକାଳ ୬ଟା ପୂର୍ବରୁ ଏବଂ ସନ୍ଧ୍ୟା ୭ଟା ପରେ କାମ କରିବାକୁ କେହି ବାଧ୍ୟ କରିପାରିବେ ନାହିଁ।
  9. ଆଇଏମଡିର ସୂଚନା ଅନୁଯାୟୀ ଜୁନ୍‌ ୧ରେ ମୌସୁମୀ ବାୟୁ କେରଳ ଛୁଇଁବାରଥିଲା । ହେଲେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ସୂଚନା ଦିଆଯାଇଛି
  10. ଶନିବାର ସୁପର-୪ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତକରି ଭାରତ ପୂରା ୩ ପଏଣ୍ଟ ପାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.