• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆସନ୍ତା ଜୁନ୍‌-ଜୁଲାଇ ମାସରେ ’ହର ଘର ଦସ୍ତକ ଅଭିଯାନ-୨’କୁ ଦୁଇମାସ ଧରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେମାନେ ଯୋଜନା ପ୍ରସ୍ତୁତ, ‘ହର ଘର ଦସ୍ତକ ୨.୦’ ଅଭିଯାନର ମୂଳ ଲକ୍ଷ୍ୟ ହେଲା – ଟିକାକରଣ କରାଯିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ପ୍ରଦାନ ଘର ଘର ବୁଲି ଅଭିଯାନ ମାଧ୍ୟମରେ ସଂପାଦନ କରିବା । ବିଶେଷକରି ବୃଦ୍ଧ ବ୍ୟକ୍ତିମାନଙ୍କୁ ଘରେ ଏହି ଅଭିଯାନ ମାଧ୍ୟମରେ ଟିକାକରଣ କରାଯାଇପାରିବ ।
  2. ଶୁକ୍ରବାର ନବଜୋତ ସିଂହ ସିଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପଟିଆଲାର କେନ୍ଦ୍ରୀୟ କାରାଗାରକୁ ପଠାଇଦିଆଯାଇଛି।
  3. ପ୍ରାକୃତିକ ଓ ମନୁଷ୍ୟକୃତ ସମଷ୍ଟିରୁ ଜନ୍ମ ନେଇଛି ‘ବ୍ଲୁ ଲେକ୍‌’ ବା ‘ନୀଳହ୍ରଦ’। ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ରହିଛି ଏହି ପର୍ଯ୍ୟଟନ କ୍ଷେତ୍ର।
  4. ଆଇପିଏଲ୍‌ରେ ଦୁଇ ଥର ବିଶ୍ବକପ୍‌ ବିଜେତା ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଆଇପିଏଲ୍‌ରେ ଦେଖିବାକୁ ପାଇବେ ତାଙ୍କ ପ୍ରଶଂସକ। ଶୁକ୍ରବାର ସେ ନିଜେ ଏହି ବିଷୟରେ ‌ସ୍ପଷ୍ଟ କରିଛନ୍ତି।
  5. ବାରବାଟୀ ଷ୍ଟାଡିୟମ୍‌ ଟି-ଟ୍ୱେଣ୍ଟି ପାଇଁ ପ୍ରଶାସନିକ ବୈଠକ ପରେ କ୍ରୀଡା ସଚିବ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କହିଛନ୍ତି ଯେ  ଅନଲାଇନରେ ଜୁନ ୧ ରୁ ଟିକେଟ ବିକ୍ରି ହେବ । ୯ ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି ।  ଗ୍ୟାଲେରୀ ଦର ବଢ଼ିବ ନାହିଁ ।
  6. ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦ୍ୱାଦଶ (+୨) ମେ‘ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪ରେ ହେବା ନେଇ ଘୋଷଣା ହୋଇଛି । କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
  7. ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରଜ ।  ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଏପ୍ରିଲ୍‌ ୨୭ ତାରିଖରେ ସାମୟିକ ଭାବେ ଜେଲରୁ ମୁକୁଳିଥିଲେ । ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଜାମିନ ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ। 
  8. ବ୍ରିଟେନ ଅର୍ଥମନ୍ତ୍ରୀ ଋଷୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ନାମ ବାର୍ଷିକ ‘ସଣ୍ଡେ ଟାଇମ୍ସ ରିଚ୍ ଲିଷ୍ଟ’ରେ ସ୍ଥାନ ପାଇଛି। ଏହି ଦମ୍ପତ୍ତି ୭୩ କୋଟି ପାଉଣ୍ଡର ମିଳିତ ସମ୍ପତ୍ତି ସହିତ ସୂଚୀର ୨୨୨ତମ ସ୍ଥାନରେ ଅଛନ୍ତି। ତେବେ ସୂଚୀର ଶୀର୍ଷ ସ୍ଥାନରେ ୨୮.୪୭୨ ବିଲିୟନ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ସହିତ ଭାରତୀୟ ମୂଳର ହିନ୍ଦୁଜା ଭ୍ରାତା ଅଛନ୍ତି।
  9. ଋଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅ କ୍ୟାଟେରିନା ଟିଖୋନୋଭାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଖବର ଅନୁଯାୟୀ, ପୁଟିନଙ୍କ ଝିଅ ଜେଲେନସ୍କିଙ୍କ ପ୍ରେମରେ ପଡିଛନ୍ତି । ତାଙ୍କୁ ଦେଖା କରିବାକୁ ସେ ୫୦ରୁ ଅଧିକ ଥର ଜର୍ମାନୀର ମ୍ୟୁନିଖ ସହରକୁ ଯାଇଛନ୍ତି ।
  10. ଗୁଜରାଟ ଜୁନାଗଡ଼ରେ ଏକ  ଲାଇବ୍ରେରୀ ଖୋଲାଯାଇଛି। ଏଠାରେ ଲୋକମାନେ ପରସ୍ପର ସହିତ ସୁଖଦୁଃଖ ହେବେ। ଭଲମନ୍ଦ ବାଣ୍ଟିବେ। ପ୍ରଶାନର ମୁଖ୍ୟ ଅଧିକାରୀ ଡ. ରଚିତ ରାଜ ଏନେଇ ଜିଲ୍ଲା ପ୍ରଶାସନିକ ଅଫିସ୍‌ରେ ହ୍ୟୁମାନ ଲାଇବ୍ରେରୀ ପାଇଁ ଏକ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରିଛନ୍ତି। ଯେଉଁଠି କର୍ମଚାରୀମାନେ ଦିନ ୧ଟାରୁ ୩ଟା ପର୍ଯ୍ୟନ୍ତ ବସିବେ ଓ ପରସ୍ପର ସହିତ ସୁଖଦୁଃଖ ବାଣ୍ଟିବେ।
  11. ସିବିଆଇ କୋର୍ଟ ଗୁରୁବାର ନିଠାରୀ କାଣ୍ଡର ଦୁଇ ଦୋଷୀଙ୍କ ଦଣ୍ଡ ଘୋଷଣା କରିଛନ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ  ଭାରତୀୟ ଦଣ୍ଡବିଧି ଆଇନର (ଆଇପିସି)ର ଧାରା ୩୬୪ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜାବଜ୍ଜୀବନ କାରାଦଣ୍ଡାଦେଶ ଓ ଆଇପିସିର ଧାରା ୩୦୨ ଅନୁସାରେ ମୃତ୍ୟୁଦଣ୍ଡାଦେଶ ହୋଇଛି। ସେହିପରି ଅନ୍ୟତମ ଦୋଷୀ ମନିନ୍ଦର ସିଂହ ପାନ୍ଧେରକୁ ଅନୈତିକ ବ୍ୟାପାର (ନିୟନ୍ତ୍ରଣ) ଅଧିନିୟମ ଧାରା ୫ ଅନୁସାରେ ୭ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି।
  12. ଦିଲ୍ଲୀରେ  ଦୁଇ ଚକିଆ ଯାନ ଚାଳକମାନେ ଠିକ ଭାବେ ହେଲମେଟ ନ ପିନ୍ଧିଲେ ଅଥବା ହେଲମେଟଟି ବିଆଇଏସ ମାର୍କା ହୋଇନଥିଲେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । କେବଳ ଏତିକି ନୁହେଁ, ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯାଇପାରେ । 
  13. ବାରାଣସୀର ବହୁଚର୍ଚ୍ଚିତ ଜ୍ଞାନବାପୀ ସମ୍‌ଜିଦ୍‌ ମାମଲାକୁ ବାରାଣସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହାସହ ଅଦାଲତ ଆହୁରି ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଶିବଲିଙ୍ଗ ଚିହ୍ନଟ ହୋଇଥିବା ଅଞ୍ଚଳ ସିଲ୍‌ ରହିବ। 
  14.  ୧୯୮୮ର ଏକ ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।
  15. ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ନିଜର ବଳକା ପାଣ୍ଠିରୁ ୩୦,୩୦୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କର ୫୯୬ତମ କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
  16. ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଇଆଇଟି ମାଡ୍ରାସ୍‌ରେ ଭାରତର ପ୍ରଥମ ୫ଜି ଅଡିଓ ଓ ଭିଡିଓ କଲ୍‌ କରିଛନ୍ତି। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ବିକାଶିତ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ସୋସିଆଲ୍‌ ମିଡିଆ ‘କୁ’ରେ ସୂଚନା ଦେଇଛନ୍ତି। 
  17. ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ ଲଗାଯାଇଛି। ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ୩ ମାସ ପାଇଁ ରହିତାଦେଶ ଲଗାଯାଇଛି।
  18. ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରାମବନ୍ ଜିଲ୍ଲାର ନିର୍ମାଣାଧୀନ ଚାରି ଲେନ ବିଶିଷ୍ଟ ଟନେଲର ଏକ ଅଂଶ ଗତ ରାତିରେ ଭୁଷୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି
  19. ବିଶ୍ବକୁ ଏବେ ଘାରିଛି ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଡ଼ର । ପ୍ରଥମେ ଏ କ୍ଷେତ୍ରରେ ଅତିମାରୀ କରୋନା ଆଣିଥିଲା ସଙ୍କଟ। ଏବେ ଏହାକୁ ଅଧିକ ଉତ୍କଟ କରିଛି ଗତ ୮୫ ଦିନ ଧରି ଲାଗି ରହିଥିବା ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ। 
  20.  ବର୍ଷ ୨୦୨୨ ବିଶ୍ୱ ଅର୍ଥନୀତି ପାଇଁ ଖରାପ ରହିବ। କାରଣ ମିଳିତ ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରିଛି ତାହା ଚକିତ କରିଦେବା ଭଲି ରହିଛି। ଚଳିତବର୍ଷ ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ ବୋଲି ଜାତିସଂଘ କହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.