• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦ ଅଷ୍ଟ୍ରେଲିଆନ ଖବର କାଗଜ ନ୍ୟୁଜପୋଲ୍ ଅନୁଯାୟୀ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଥିବା ବେଳେ ସ୍କଟ ମରିସନ ନିର୍ବାଚନ ହାରିଛନ୍ତି। ଏନେଇ ସ୍କଟ ମରିସନ ପରାଜୟ ସ୍ଵୀକାର କରି ବିରୋଧୀ ନେତା ଆନ୍ଥୋନୀ ଅଲବାନିସଙ୍କୁ ଶୁଭକାମନା ଜଣାଇଛନ୍ତି। ଅଲବାନିସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ସମ୍ଭାବନା ରହିଛି।
  2.  ନୂତନ ‘ଆନ୍ତଃରାଜ୍ୟ ପରିଷଦ୍‌’ ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଆନ୍ତଃରାଜ୍ୟ ପରିଷଦ୍‌ ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
  3. ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି ।
  4. ବିଶ୍ୱ ଅର୍ଥନୈତିକ ମଞ୍ଚ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀ ଆଜିଠୁ ସୁଇଜରଲାଣ୍ଡର ଡାଭୋସଠାରେ ଆରମ୍ଭ ହେବାକୁ ଯାଉଛି । ମେ’ ୨୬ ଯାଏ ଚାଲିବାକୁ ଥିବା ଏ ବୈଠକର ପ୍ରମୁଖ ଏଜେଣ୍ଡା ହେଉଛି ବିଶ୍ୱ ଆର୍ଥିକ ସୁଧାର ।
  5. କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରାଯାଇଛି ।ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା କମିବ ।
  6. ଉଜ୍ଜଳା ଗ୍ୟାସ ଯୋଜନାର ୯ କୋଟି ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସୀଡି ଦିଆଯିବ । ବର୍ଷକୁ ୧୨ଟି ସିଲିଣ୍ଡର ପାଇଁ ଏହି ରିହାତି ଲାଗୁ ହେବ ।
  7. ପ୍ଲାଷ୍ଟିକ ସାମଗ୍ରୀର କଞ୍ଚାମାଲ ଓ ଆନୁଷଙ୍ଗିକ ସାମଗ୍ରୀ ଉପରୁ ସୀମା ଶୁଳକ ହ୍ରାସ କରାଯାଇଛି ।
  8. ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍‌ କାରଣରୁ ଗତରାତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର୍‌ଙ୍କୁ ଗିରଫ କରାଯାଇଥିଲା।
  9. ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣ ପୁଣି ତୀବ୍ର ହୋଇଛି। ବିଗତ ୩ ଦିନ ମଧ୍ୟରେ ରୁଷ ଅହରହ ବୋମାବର୍ଷା କରି ଡୋନ୍‌ବାସ ଅଞ୍ଚଳକୁ ଛାରଖାର କରିଦେଇଛି। ସଂପୂର୍ଣ୍ଣ ଅଞ୍ଚଳକୁ ପୂରା ବରବାଦ କରିବା ପାଇଁ ରୁଷ୍‌ ଅତି ଘାତକ ଅସ୍ତ୍ର ପ୍ରୟୋଗ କରୁଛି।
  10. ସିରିଆର ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲ୍ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ସିରିଆ ଏୟାର ଡିଫେନ୍ସ ଏଜେନ୍ସି ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲ୍ ନିୟନ୍ତ୍ରିତ ଗୋଲାନ୍ ହାଇଟ୍ସରୁ ଆସି ମାଡ଼ ହୋଇଥିବାବେଳେ ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସିରିଆର ବାୟୁ ପ୍ରତିରକ୍ଷା ଦଳର ଚାରିଜଣ ସଦସ୍ୟ ଆହତ ହୋଇଛନ୍ତି। 
  11.  ମିସନ ଏନର୍ଜି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଫ୍ଲାଏ ଆସ୍ ଉପଯୋଗିତା ସମ୍ମିଳନୀ ଏକ୍ସପୋ ପୁରସ୍କାରର ୧୧ତମ ସଂସ୍କରଣ ସମାରୋହରେ ବେଦାନ୍ତ ଆଲୁମିନିୟମକୁ ପୁରସ୍କୃତ କରାଯାଇଛି
  12. ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଏନଜିଓ ମନମ ଫାଉଣ୍ଡେସନକୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛି ଓଡ଼ିଶା ଷ୍ଟିଭେଡର୍ସ ଲିଃ ବାଓଏସଏଲ । ଓଏସଏଲ ପକ୍ଷରୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଏଚଆରଏଣ୍ଡ ଆଇଆର)ପି.କେ.ପଣ୍ଡା ମନମ ଫାଉଣ୍ଡେସନର ପ୍ରତିଷ୍ଠାତା ଡ.ଅନୁରାଧା ମହାପାତ୍ରଙ୍କୁ ୧୦ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।
  13. ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)କୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ସତର୍କ ସୂଚନା ଜାରି କରି ବିଦେଶରେ ମଙ୍କିପକ୍ସ ରୋଗ ମାମଲାରେ ଘଟୁଥିବା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି।
  14. ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନର ଦାଦାଗିରି ଏବଂ ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା ସକାଶେ ଭାରତ ଆସନ୍ତା ମାସରେ ଚୀନ ଓ ପାକିସ୍ତାନ ସୀମାରେ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରିବାକୁ ଯାଉଛି।
  15. ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)କୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ସତର୍କ ସୂଚନା ଜାରି କରି ବିଦେଶରେ ମଙ୍କିପକ୍ସ ରୋଗ ମାମଲାରେ ଘଟୁଥିବା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି। 
  16. ଦେଶର ୧୫% କର୍ମଜୀବୀ ଲୋକଙ୍କ ମାସିକ ଆୟ ୫ ହଜାର ଟଙ୍କାରୁ କମ୍‌ ରହିଛି। ୧ ପ୍ରତିଶତ ଲୋକଙ୍କ ଆୟ ବୃଦ୍ଧି ପାଉଥିବାବେଳେ ତଳେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ସଂକୁଚିତ ହେବାରେ ଲାଗିଛି। ଫଳରେ ଆର୍ଥିକ ବୈଷମ୍ୟ ବଢ଼ୁଛି।
  17. ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୦ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ  ।
  18. କଳିଙ୍ଗ ଷ୍ଟାଡିୟମ୍‌ ଆଥ୍‌ଲେଟିକ୍ସ ଟ୍ରାକ୍‌କୁ ଶନିବାର ‌ଫେରିବ ଏକ ପ୍ରମୁଖ ପ୍ରତିଯୋଗିତା। ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶନିବାର ସଂଧ୍ୟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ପଡ଼ିଆରେ ଥିବା ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ଅଭ୍ୟାସ ପଡ଼ିଆରେ ଏହା ଖେଳାଯିବ।
  19. ବାହାରିନ୍ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପୁରୁଷ ଏକକ ଓ ମିଶ୍ରିତ ଯୁଗଳର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି।
  20.  ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ହାଇଦ୍ରାବାଦରେ ପ୍ରଥମ ମାମଲା ଚିହ୍ନଟ କରାଯାଇଥିବାବେଳେ ଆଜି ଦ୍ଵିତୀୟ ମାମଲା ତାମିଲନାଡୁର ଚେନ୍ନାଇରୁ ସାମ୍ନାକୁ ଆସିଛି 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.