• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସିଏନବିସି-ଟିଭି-୧୮କୁ ପ୍ରତିକ୍ରିୟା ଦେଇ ଡବ୍ଲୁଇଏଫ ମୁଖ୍ୟ ବୋର୍ଜ ବ୍ରେଣ୍ଡ କହିଛନ୍ତି, ଗତ କିଛି ମାସ ଧରି ଦରବୃଦ୍ଧିର ଚାପକୁ ଆମେ ସମସ୍ତ ଅନୁଭବ କରୁଛୁ। ମୁଦ୍ରାସ୍ପୀତି ହାର ଆହୁରି ବଢିବା ପୂର୍ବରୁ ସୁଧ ହାର ବଢାଇବା ଦରକାର। ଏହାସହ ଭାରତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ଆକଳନ କରି ଏହା ୮ ପ୍ରତିଶତ ରହିପାରେ ବୋଲି ସେ କହିଛନ୍ତି।
  2. ଜାପାନର ଟୋକିଓରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ବାଡ ସମ୍ମିଳନୀରେ୍ ଯୋଗଦେବାକୁ ରବିବାର ସଂଧ୍ୟାରେ ଟୋକିଓ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ବର ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀର ଗୁରୁତ୍ବ ବଢିଯାଇଛି ।
  3. ନବନିର୍ମିତ ମେଘାଳୟ ବିଧାନସଭା ଭବନର ଏକ ଅଂଶ ଶନିବାର ବିଳମ୍ବିତ ରାତ୍ରୀରେ ଭୁଶୁଡ଼ି ପଡିଛି। ତେବେ, ସୌଭାଗ୍ୟକୁ ଏହି ଅଘଟଣରେ କିନ୍ତୁ କେହି ମୃତାହତ ହୋଇ ନଥିବା ରବିବାର ବିଧାନସଭାର ଅଧିକାରୀମାନେ କହିଛନ୍ତି।
  4. କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌। ୨୦୧୯ରେ କମ୍ପ‌ାନି ବନ୍ଦ ହୋଇଥିବା ବେଳେ ଆଗୁଆ ବୁକିଂ କରିଥିବା ଟିକେଟ ପାଇଁ ଲୋକଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା।
  5. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ୨୦୨୧-୨୨ ଆର୍ଥିକ ବର୍ଷରେ ଗ୍ରାହକଙ୍କ ଠାରୁ ଏଟିଏମ କାରବାର ଶୁଳ୍କ ବାବଦରେ ୬୪୫ କୋଟିରୁ ଅଧିକ ଟଙ୍କା ଆହାୟ କରିଛି।
  6.  ଆଇଆଇଟିରେ ନାମ ଲେଖାପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷା ଆଇଆଇଟି-ଜେଇଇ ଏବେ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହେବ । ଏହି ୨୫ଟି ଦେଶଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ସିଂଗାପୁର, ଚୀନ, ନେପାଳ, ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ବାହାରିନ,ୟୁଏଇ, କୁଏତ, କାତାର ପ୍ରଭୃତି ଦେଶ ।
  7. ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ପୁରୀଘାଟ ଥାନାରେ ସୋସିଆଲ ମିଡ଼ିଆରେ ଅନୁଭବଙ୍କ ଭିଡ଼ିଓ ଭାଇରାଲକୁ ନେଇ ଏତଲା ଦାୟର କରିଛନ୍ତି। ଏତଲାରେ ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି।
  8. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାର ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗରେ ନ୍ୟୁୟର୍କ ବିଚାରପତି ତାଙ୍କୁ ଭାରତୀୟ ମୁଦ୍ରାରେ ୮୫ ଲକ୍ଷ ୬୦ହଜାର ଟଙ୍କା (୧୧୦,୦୦୦ଡଲାର) ଜୋରିମାନା କରିଛନ୍ତି।
  9. କିଭ୍‍ ଓ ମସ୍କୋ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଅଚଳବସ୍ଥା ସୃଷ୍ଟି ହୋଇଥିବାବେଳେ ଶନିବାର ଜେଲେନସ୍କି କହିଛନ୍ତି, କେବଳ କୂଟନୈତିକ ପ୍ରୟାସ ଦ୍ୱାରା ଏହା ସମାଧାନ କରାଯାଇପାରିବ। 
  10. ବିହାରର ୧୬ ଜିଲାରେ କରକାପାତ ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଅପରାହ୍ଣରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ପ୍ରାଣହାନୀ ଘଟିଛି। 
  11. ବେରକପୁରରୁ ସାଂସଦ ଅର୍ଜୁନ ସିଂହ ରବିବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ କୋଲକାତାରେ ଅର୍ଜୁନ ସଦସ୍ୟତା ଗ୍ରହଣ କରିଛନ୍ତି।
  12. ଲଜିଷ୍ଟିକ୍ ଏବଂ ଯୋଗାଯୋଗ (କନେକ୍ଟିଭିଟି) ସହ ଜଡିତ ମୌଳିକ ଭିତ୍ତିଭୂମି ସହ ଜଡିତ ୫୦୦ କୋଟି ଟଙ୍କାରୁ ଅଧିକ ସବୁ ଯୋଜନା ପାଇଁ ଏବେ ପିଏମ ଗତିଶକ୍ତି ଯୋଜନା ଅଧିନରେ ଗଠିକ ନେଟୱାର୍କ ଯୋଜନାର ସଂଗଠନ(ଏନପିଜି)ରୁ ମଞ୍ଜୁରୀ ନେବାକୁ ପଡିବ।
  13. ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।  ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହୋଇଥିଲା । ଏବେ କେରଳ ଓ ରାଜସ୍ଥାନ ଭାଟ୍ କମାଇଛନ୍ତି ।
  14. ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ୫୦ ଜଣ ମହିଳା ୫୦ ଏକର ଚାଷ ଜମିରେ ଜୈବିକ ପ୍ରଣାଳୀରେ ଚାଷ କରି ସଫଳତା ପାଇଥିବା ଦେଖାଯାଇଛି । ରୋହିବାଙ୍କ ପଞ୍ଚାୟତ ମା ବୈଷ୍ଣବୀ ଦେବୀ ମହାସଂଘ ଅଧିନରେ ୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ସେଗୁଡ଼ିକ ମଧ୍ୟରୁ ୫୦ ଜଣ ସଦସ୍ୟା ଏମବିକେ ପୂଷ୍ପଲତା ଗୈାଡ଼ଙ୍କ ନେତୃତ୍ୱରେ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଆଗଭର ହୋଇଥିଲେ । ଏଥିପାଇଁ କିଛି କିଛି ପାଣ୍ଠି ସଂଗ୍ରହ କରିବା ସହ ମିଶନ ଶକ୍ତିରୁ ସହଯୋଗ ପାଇଥିଲେ ।
  15. ଶାହରୁଖ ଖାନ କରଣ ଜୋହରଙ୍କ ଚାଟ ସୋ 'କଫି ୱିଥ୍ କରଣ'ରେ ତାଙ୍କ ଝିଅ ସୁହାନା ଖାନଙ୍କ ପ୍ରେମିକ ବିଷୟରେ ମଧ୍ୟ କହିଥିଲେ । କରଣ ଶାହାରୁଖଙ୍କୁ ପଚାରିଥିଲେ ଯେ ତୁମର ଝିଅ ୧୬ ବର୍ଷର, ଯଦି ତାଙ୍କ ପ୍ରେମିକ ତୁମ ଝିଅକୁ କିସ୍ କରନ୍ତି ତେବେ ତୁମେ ସେହି ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେବ କି? ଏହାର ଉତ୍ତରରେ ଶାହାରୁଖ୍ ଡ଼େରି ନକରି ମୁଁ ତାଙ୍କ ଓଠ କାଟିଦେବି ବୋଲି ମଧ୍ୟ କହିଥିଲେ ।
  16.  ଭଦ୍ରକ ଟାଉନ ଥାନା ପୋଲିସ ଶନିବାର ଚେକିଂ କରୁଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବିନା ହେଲମେଟରେ ସହର ଭିତରକୁ ପ୍ରବେଶ କରୁଥିଲେ । ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ୫୦ଟି ବ୍ରାଉନସୁଗାର ପୁଡିଆ ଜବତ କରିଥିଲା । 
  17. ଏବେ ବି ଦେଶର ପ୍ରାୟ ୨୬% ଲୋକ ଖୋଲାରେ ମଳତ୍ୟାଗ କରୁଥିବା ସ୍ୱୀକାର କରିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୩୫ କୋଟି, ଯାହା ଆମେରିକା ଜନସଂଖ୍ୟା ପ୍ରାୟତଃ ସମାନ। ଏହି ଲୋକଙ୍କ ଘରେ ଆଧୁନିକ ଏବଂ ବ୍ୟବହାରଯୋଗ୍ୟ ପାଇଖାନା ନଥିବା ସଦ୍ୟତମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାଯାଇଛି।
  18. ୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ବିହାରରେ ବାସ କରୁଛନ୍ତି। ବିହାରର ୪୪% ଲୋକ ଖୋଲାରେ ମଳତ୍ୟାଗ କରୁଥିବାବେଳେ ତାମିଲନାଡୁରେ ପ୍ରାୟ ୩୪% ଲୋକ ଏହି ପୁରୁଣା ଅଭ୍ୟାସକୁ ଛାଡିନାହାନ୍ତି। ତେବେ କେରଳରେ ସର୍ବନିମ୍ନ ୦.୪% ଲୋକ ଖୋଲାରେ ମଳତ୍ୟାଗ କରୁଥିବା ସର୍ବେକ୍ଷଣରୁ ଜଣାଯାଇଛି।
  19. ଛତିଶଗଡ଼ ପାର୍ଶ୍ବ କଲମା ବ୍ୟାରେଜ୍‌ ଠାରେ ସମୁଦ୍ର ଭଳି ଲହଡ଼ି ଭାଙ୍ଗୁଛି ମହାନଦୀର ଅକାତକାତ ପାଣି; ମାତ୍ର ଅପରପାର୍ଶ୍ବ ଓଡ଼ିଶାର ପ୍ରବେଶଦ୍ବାର ସୁଖାସୋଡ଼ା ଶୁଖିଲା ପଡିଛି।
  20. ସୋମବାର ଭୋର୍‌ରୁ ନୋଏଡା, ଗାଜିଆବାଦ, ଏନସିଆରର ଅଧିକାଂଶ ସ୍ଥାନରେ ପ୍ରବଳ ପବନ ପରେ ବର୍ଷା ହୋଇଛି । ଏବେବି କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଉତ୍ତର ପ୍ରଦେଶର ସହାରନପୁର, ଦେବବନ୍ଦ, ନଜିବାବାଦ, ଶାମଲୀ, ମୁଜଫରନଗର, ବିଜନୋର, ଖତୋଲୀରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.