• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡ୍-୧୯ର ଆତଙ୍କ ସତ୍ତ୍ୱେ କ୍ୱାଡର ଭୂମିକା ବ୍ୟାପକ ହୋଇଛି । ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସମେତ କ୍ୱାଡର ଅନ୍ୟ ସଦସ୍ୟ ଦେଶ ବିଶ୍ୱର ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିକୁ ନୂଆ ଜୋଶ ଓ ଶକ୍ତି ଦେଉଥିବା କ୍ୱାଡ୍ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
  2. ଦୁନିଆର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାର୍ଷିକ ଲିଷ୍ଟ ଜାରି କରିଛି ଟାଇମ ମାଗାଜିନ । ଏହି ସୂଚୀରେ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ, ସୁପ୍ରିମକୋର୍ଟର ଆଇନଜୀବୀ କରୁଣା ନନ୍ଦୀ ଏବଂ କାଶ୍ମୀରୀ ସମାଜସେବୀ ଖୁର୍ରମ ପରଭେଜଙ୍କ ନାଁ ସାମିଲ ରହିଛି। 
  3. ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଶିବାନୀ ଦାସ ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ୨୦୨୧ ବର୍ଷ ପାଇଁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାମକୁ ସୁପାରିଶ୍ କରାଯାଇଛି ।
  4. ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାଇ ଦେଇଛନ୍ତି ।
  5. ବିମାନ ଯାତ୍ରୀଙ୍କ ନେଇ କଟକଣା ଜାରି କରିଛି ସାଉଦି ଆରବ । ଭାରତ ସମେତ ଅନ୍ୟ କିଛି ଦେଶରୁ ଫେରୁଥିବା ନାଗରିକଙ୍କ ଉପରେ କଟକଣା ଜାରି କରିଛି ସାଉଦି ଆରବ ।
  6.  ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଶିବାଜୀ ପଟ୍ଟନାୟକ  । ବୟସ ଅଧିକ ହେତୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ ସେ  । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି  । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଶିବାଜୀ ପଟ୍ଟନାୟକ  ।
  7. ଖଦି ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଥିବା ବିନୟ କୁମାର ସାକ୍ସେନାଙ୍କୁ ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ଅନୀଲ କୁମାର ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଥିଲା ।
  8. ଏବେ ସୁଦ୍ଧା ପୃଥିବୀରେ ସମୁଦାୟ ୯୨ ଜଣ ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଛନ୍ତି। ସମସ୍ତ ମାମଲା ୟୁକେ, ୟୁରୋପୀୟ ଦେଶ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ୧୨ଟି ଦେଶରେ ଚିହ୍ନଟ ହୋଇଛି।
  9. ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି 
  10. ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ  । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ  ।
  11. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି ମାମଲାର ଆଜି ବାରାଣସୀ କୋର୍ଟର ବରିଷ୍ଠ ବିଚାରପତି ମାମଲାର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ମଇ ୨୪ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି କେଉଁଠାରୁ ଶୁଣାଣି ଆରମ୍ଭ ହେବ ସେ ସଂକ୍ରାନ୍ତରେ ରାୟ ଦେବେ ।
  12.  ମିଲିୟନ ଆଶା କର୍ମୀଙ୍କ ପାଇଁ ଭାରତର ଅପହଞ୍ଚ ଇଲାକାରେ ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୭୫ତମ ଓ୍ୱାର୍ଲଡ ହେଲଥ ଆସେମ୍ବଲି ଅବସରରେ WHO ଭାରତର ଆଶା କର୍ମୀଙ୍କୁ ପ୍ରଶଂସା କରି ଏଭଳି ଟ୍ୱିଟ କରିଛି । WHOର ପ୍ରଶଂସା ପରେ ଆଶା କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟ । 
  13. କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିଜେପି ରାଜ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ୱାଧୀନ ସରକାର ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲିି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦିଦି।
  14. ଦେଶର ସବୁଠ ବଡ଼ ଟିକା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା କହିଛନ୍ତି ଯେ ତାଙ୍କ କମ୍ପାନି ପ୍ରାୟ ୨୦ କୋଟି ଡୋଜ୍ କୋଭିଡ୍ ଟିକା ନଷ୍ଟ କରିବାକୁ ବିଚାର କରୁଛି । କାରଣ ଦେଶରେ କୋଭିଡ ଟିକାର ଚାହିଦା କମିଥିବାବେଳେ ପ୍ରଚୁର ପରିମାଣରେ ଟିକା ମହଜୁଦ ରହିଛି । ଏସବୁ ଟିକାକୁ ନଷ୍ଟ କରାଯିବ କାରଣ ସେଗୁଡ଼ିକର ଏକ୍ସପାରି ତାରିଖ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସ ରେ ପଡ଼ିବ ।
  15. ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଦ୍ଧି ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ କୃଷକମାନଙ୍କୁ ୬ ହଜାର ଟଙ୍କା ଦିଆଯାଏ। ଏହି ରାଶି ୪ ମାସ ବ୍ୟବଧାନରେ ୩ଟି କିସ୍ତିରେ ମିଳିଥାଏ। ଥରକେ ୨ ହଜାର ଲେଖାଏ ୩ଟି କିସ୍ତିରେ ୬ ହଜାର ଟଙ୍କା କୃଷକଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି। ପିଏମ୍‌ କିଷାନ ଯୋଜନାର ୧୧ତମ କିସ୍ତିର ୨ ହଜାର ଟଙ୍କା ମେ ୩୧ ତାରିଖରେ ମିଳିବ।
  16. ମେ ୨୪ ତାରିଖରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିବ। ଗତ ୩ ମାସର ଲଢ଼େଇରେ ୟୁକ୍ରେନ୍‌ର ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ରୁଷ୍‌ ମଧ୍ୟ ୧୦ ହଜାରରୁ ଅଧିକ ସୈନିକ ହରାଇଛି।
  17. ଦିଲ୍ଲୀର ବାସିନ୍ଦାମାନଙ୍କ ପାଇଁ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଖବର ସରବରାହ ସଂସ୍ଥା  ଏଏନଆଇ ଅନୁସାରେ ଆସନ୍ତାକାଲି ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫୦ଟି ଇଲେକ୍ଟ୍ରିକ ବସକୁ ସବୁଜ ସଙ୍କେତ ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରାଇବେ। ଶୁଭାରମ୍ଭ କରିଥିବା ୧୫୦ଟି ଇଲେକ୍ଟ୍ରିକ ବସରେ ଦିଲ୍ଲୀବାସୀମାନେ ଏବେ ୩ ଦିନ ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।
  18. ଡିଫେଣ୍ଡିଂ ଚାମ୍ପିଅନ ଭାରତ ଶେଷ ମୁହୂର୍ତ୍ତରେ ଗୋଲ୍ ବରଣ କରି ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପୁଲ ଏର ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ୧-୧ରେ ଡ୍ର ରହିଛି। ଭାରତ ନବମ ମିନିଟରେ କାର୍ତ୍ତି ସେଲଭମଙ୍କ ଗୋଲ୍‌ ଜରିଆରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
  19. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ ପାଇଁ ଛୁଟି ତାଲିକା ଜାରି କରିଛି । ଏହି ତାଲିକା ଅନୁସାରେ ଜୁନ୍ ମାସରେ ମୋଟ୍ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ।
  20. ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ପେଟ୍ରୋଲ ଦର ୯.୫ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ହ୍ରାସ ହୋଇଛି । ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆର ରପ୍ତାନୀ ଖୋଲିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.