• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୧୦ତାରିଖରେ ରାଜ୍ୟସଭା ନିର୍ବାଚନ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ହେବ ନିର୍ବାଚନ ।
  2. ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍ ୪ ଦଶନ୍ଧି ପରେ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ସେହିପରି ମହିଳା ହକି ଟିମ୍‌ ମଧ୍ୟ ଅଲମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ।
  3. ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି ।
  4. ଜାପାନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍  ମେଣ୍ଟର ବୈଠକ ଚାଲିଥିବାବେଳେ ଜାପାନ ବାୟୁସେନା ନିକଟରେ ଚୀନ ଓ ରୁଷର ଲଢୁଆ ବିମାନଗୁଡ଼ିକ ଉଡ଼ୁଥିବା ଜାପାନ ପକ୍ଷରୁ କୁହାଯାଇଛି । 
  5.  ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ
  6. ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର । ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି ।
  7. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ଏ ନେଇ ପୁଲିସକୁ ଏକ ମାମଲା ରୁଜୁ କରିବାକୁ ସେ କହିଛନ୍ତି।
  8. ଜୁନ୍‌ ମାସରେ ପୁଣି ଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବ। ଏକ ଟିଭି ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁନ୍‌ରେ ସୁଧ ବଢ଼ିବା ଆକଳନ କରିବା ଅତ୍ୟନ୍ତ ସହଜ। 
  9. ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ (ଇବିଏଲଆର) ବୃଦ୍ଧି କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ଇବିଏଲଆରକୁ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୭.୦୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।
  10. ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଫଳରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
  11. ଅନେକ ଲୋକ ଏସିର ତାପମାତ୍ରା ୧୬ ଡିଗ୍ରୀ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଏମିତି କରିବା ଦ୍ବାରା ଆପଣ କେତେ ପ୍ରକାରର ରୋଗର ଶୀକାର ମଧ୍ୟ ହୋଇପାରନ୍ତି । ଏକ ରିସର୍ଚ୍ଚ ଅନୁସାରେ ମନୁଷ୍ୟ ଶରୀର ପାଇଁ ସାମାନ୍ୟ ତାପମାତ୍ରା ୨୪ ଡିଗ୍ରୀ ହୋଇଥାଏ । ଏହାଦ୍ବାରା ଆପଣଙ୍କ ବିଦ୍ୟୁତ ବିଲ୍ ମଧ୍ୟ କମ୍ ଆସିଥାଏ ।
  12. ରାଜସ୍ଥାନ ସରକାର ରାଜ୍ୟର ଘରୋଇ ବାହନ ଉପରେ ଟୋଲ ଟ୍ୟାକ୍ସ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କମର୍ସିଆଲ ବାହନଙ୍କ ଲାଗି ଟୋଲ ଟ୍ୟାକ୍ସ ପୂର୍ବ ପରି ଅନିବାର୍ଯ୍ୟ ରହିବ। ଏମପିଆରଡିସି ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ନୂଆ ଟେଣ୍ଡର ଆହ୍ୱାନ ମଧ୍ୟ କରିଛନ୍ତି।
  13. ହରିୟାଣାର ଗାୟିକ ସଂଗୀତା ଦିଲ୍ଲୀରେ ରହୁଥିଲେ ।ଦୁଇ ସପ୍ତାହ ଧରି ନିଖୋଜ ଥିବା ନିଖୋଜ ଥିଲେ ହରିୟାଣାର କଣ୍ଠଶିଳ୍ପୀ ସଂଗୀତା । ସଂଗୀତାଙ୍କ ମୃତଦେହ ହରିୟାଣା ରାଜ୍ୟର ରୋହତକ ଜିଲ୍ଲାର ଏକ ରାଜପଥ ନିକଟରେ ମିଳିଥିଲା ​​ଯେଉଁଠାରେ ତାଙ୍କୁ ହତ୍ୟାପରେ ପୋତିଦିଆଯାଇଥିଲା ।
  14. ସାରା ଦେଶରେ ପ୍ରଥମ କରି ଓଡ଼ିଶା ସରକାର ପାଠଶାଳାରୁ ‘ଅଲିମ୍ପିକ୍ସ’ ପ୍ରସ୍ତୁତି ଏପରି ପଦକ୍ଷେପ ନେଇଛନ୍ତି।। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  15.  କରୋନା ଭାଇରସ ସଂକ୍ରମଣ ଏବେ ପୂର୍ବାପେକ୍ଷା ହ୍ରାସ ପାଇଛି । କିନ୍ତୁ ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ରବିବାର ଚେତାବନୀ ଦେଇଛନ୍ତି ଯେ, ସଂକ୍ରମଣ ଏବେ ବି ପୂରା ଶେଷ ହୋଇନାହିଁ । ସେ କହିଛନ୍ତି ଏବେବି ସତର୍କତାର ସହିତ ଜଇଁବା ଦରକାର ଅଛି ।
  16. ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ। ଏନେଇ ଏକ ପ୍ରସ୍ତାବକୁ ବ୍ୟାଙ୍କର ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି।
  17. ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି  ବୀମା ଯୋଜନା(ପିଏମଜେଜେବିଓ୍ଵାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ବାର୍ଷିକ ନବୀକରଣ କରିବାର ଶେଷ ତାରିଖ ହେଉଛି ମେ ୩୧। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.