• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପଦରୁ ନରିନ୍ଦର ବାତ୍ରା ଇସ୍ତଫା ଦେଇଛନ୍ତି। ବାତ୍ରା ୨୦୧୭ରେ ଆନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ର ସଭାପତି ହୋଇଥିଲେ | ହକି ଇଣ୍ଡିଆ ପାଣ୍ଠି ସହ ଜଡିତ ୩୫ ଲକ୍ଷ ଟଙ୍କା ଅପବ୍ୟବହାର ଅଭିଯୋଗରେ ସିବିଆଇ ଗତ ମାସରେ ନରିନ୍ଦର ବତ୍ରାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।
  2. ଏକ ନୂଆ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଆମ ନିଦ ଉପରେ ବି ପ୍ରଭାବ ପକାଉଛି ।କୋପନହାଗନ ବିଶ୍ବ ବିଦ୍ୟାଳୟର ଗବେଷକମାନଙ୍କ ଗବେଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଉଛି । ଏହା ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ଆସୁନାହିଁ । ଲୋକମାନେ ବିଳମ୍ବିତ ରାତିରେ ଶୋଉଛନ୍ତି ଓ ବିଳମ୍ବରେ ଉଠୁଛନ୍ତି । ଏହାଫଳରେ ଆମେ ବହୁମୂଲ୍ୟ ରାତ୍ରିକାଳୀନ ନିଦ୍ରା ହରାଉଛନ୍ତି ଓ ସକାଳେ ଉଠିବା ବେଳେ କ୍ଲାନ୍ତ ଅନୁଭବ କରୁଛନ୍ତି ।
  3. ମଙ୍ଗଳବାର ଦିନ ଟେକ୍‌ସାସ୍‌ ଅନ୍ତର୍ଗତ ୟୁଭାଲ୍‌ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍‌ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିଲେ। ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଆବୋଟ୍‌ ଏନେଇ ସୂଚନା ଦେଇଥିଲେ।
  4. ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ଏ. ଜି. ପେରାରୀବଲନ ନିକଟରେ ମୁକ୍ତ ହୋଇଥିଲେ | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହୋଇଥିବା ଏ. ଜି. ପେରାରୀବଲନଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସ୍ୱାଗତ କରିଥିଲେ |
  5. ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା।
  6. ମେ ୧୬ ତାରିଖ ଦିନ ଦଳରୁ ଇସ୍ତଫା ଦେଇଥିବା କଂଗ୍ରେସର ପ୍ରଭାବଶାଳୀ ନେତା କପିଲ୍‌ ସିବଲ୍‌ ‘ସମାଜବାଦୀ ପାର୍ଟି’ର ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ସେ ନିଜେ କହିଛନ୍ତି। 
  7. ତାମିଲନାଡୁରେ ବିଜେପି ପଦାଧିକାରୀଙ୍କୁ ହତ୍ୟା। ମୃତକ ଜଣକ ୩୦ ବର୍ଷିୟ ବାଲଚନ୍ଦର। ବାଲଚନ୍ଦର ବିଜେପିର ଆନୁସୂଚିତ ଜାତି ଶାଖାର ଚେନ୍ନାଇ କେନ୍ଦ୍ରୀୟ ଜିଲ୍ଲା ସଚିବ ଥିଲେ।
  8. ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି  ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ହାଭଭାବକୁ ନେଇ ଆଶଙ୍କାରେ ଥିବା ବିଜେପି ଏବେ ତାର ପ୍ଲାନ-ବିରେ କାମ ଆରମ୍ଭ କରିଦେଇଛି। ନିର୍ବାଚନରେ  ଜନତାଦଳ ୟୁନାଇଟେଡ(ଜେଡିୟୁ)ରୁ ସମର୍ଥନ ନ ମିଳିବା ସ୍ଥିତିରେ ଓଡିଶାର ବିଜୁ ଜନତା ଦଳ (ବିଜେଡି) ଓ ଆନ୍ଧ୍ରର  ୱାଇଏସଆର କଂଗ୍ରେସ ସମର୍ଥନ ହାସଲ ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି।
  9. କ୍ୟାପ୍ଟେନ୍ ଅଭିଳାଶା ବାରାକ ଦେଶର ପ୍ରଥମ ମହିଳା ଅଫିସର ଭାବେ ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ପାଇଛନ୍ତି। ସେ ପ୍ରଥମ ମହିଳା କମ୍ବାଟ ଏଭିଏଟର ଭାବେ ନିଯୁକ୍ତ ହୋଇଛନ୍ତି।
  10.  ବ୍ରିଟେନର କୋଭେଣ୍ଟ୍ରି ସହରର ନିର୍ମିତ ହୋଇଛି  ସ୍ୱତନ୍ତ୍ରଧରଣର ବିମାନ ବନ୍ଦର ଏୟାର-ୱାନ୍। ଏହି ବିମାନ ବନ୍ଦରଟି ଫ୍ଲାଇଂ କାର, ଡ୍ରୋନ ଓ ଫ୍ଲାଇଂ ଟ୍ୟାକ୍ସିଙ୍କ ଉଡାଣ ଓ ଅବତରଣ ଲାଗି ବ୍ୟବହୃତ ହେବ। ଫ୍ଲାଇଂ କାର ଦୀର୍ଘ ସମୟରୁ ମଣିଷର ସ୍ୱପ୍ନ ହୋଇ ରହିଛି।
  11. ଭାରତ ନିର୍ବାଚନ ଆୟୋଗ ଆରପି ଅଧିନିୟମ ୧୯୫୧ର ଧାରା ୨୯-ଏ ଓ ୨୯-ସିର ପାଳନ କରୁନଥିବା ଦେଶର ୨ ହଜାର ୧୦୦ରୁ ଅଧିକ ପଞ୍ଜିକୃତ ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପିଏସ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ।
  12. ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ହୋଇଛନ୍ତି ଟେଡ୍ରୋସ ଅଦନୋମ ଘେବ୍ରେୟସସ। ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଏନେଇ ମଙ୍ଗଳବାର ସବୁ ରାଷ୍ଟ୍ର ମିଳିତ ସହମତି ପ୍ରକାଶ କରିଛନ୍ତି।
  13. କେନ୍ଦ୍ରର ମୋଦି ସରକାର କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଲାଗି ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ ସୋୟାବିନ ଓ ସନଫ୍ଲାୱାର ଅଏଲ ଆମଦାନୀକୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ କରିଛନ୍ତି। ସେହିପରି  ଗୃହ ନିର୍ମାଣ ଖର୍ଚ୍ଚ ନିୟନ୍ତ୍ରଣ ଲାଗି ଷ୍ଟିଲର ଆମଦାନୀ ଶୁଳ୍କ ମଧ୍ୟ ଛାଡ କରିଛନ୍ତି।
  14. ବରିଷ୍ଠ ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ କେସ୍ ଲଢିବା ଲାଗି ପ୍ରତି ଶୁଣାଣିରେ ୨୦ରୁ ୨୫ ଲକ୍ଷ ଟଙ୍କା ଫି ନେଉଥିବା ବେଳେ ହାଇକୋର୍ଟରେ ଶୁଣାଣି ନିମନ୍ତେ ୯ରୁ ୧୬ ଲକ୍ଷଟଙ୍କା ଚାର୍ଜ କରୁଛନ୍ତି।
  15. ଡାକ୍ତରମାନେ ଏକ କ୍ଲିନିକାଲ୍ ପରୀକ୍ଷା ସମୟରେ ଏକ ଭୂତାଣୁକୁ ମନୁଷ୍ୟର ଇଂଜେକ୍ସନ୍ ଦେଇଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଶରୀରରେ କର୍କଟ କୋଷକୁ ମାରିବା । ଏହି ଜୀବାଣୁ ପଶୁମାନଙ୍କ ଉପରେ ସକରାତ୍ମକ ଫଳାଫଳ ଦେଖାଇଛି। ଏହି ଚିକିତ୍ସାକୁ ଅଙ୍କୋଲାଇଟିସ୍ ଭାଇରସ୍ ଥେରାପି କୁହାଯାଏ | ଅଙ୍କୋଲାଇଟିକ୍ ଭାଇରସ୍ ହେଉଛି ଏକ ଇମ୍ୟୁନୋଥେରାପି, ଯାହା କର୍କଟ କୋଷକୁ ସଂକ୍ରମଣ ଏବଂ ନଷ୍ଟ କରିବା ପାଇଁ ଭାଇରସ୍ ବ୍ୟବହାର କରିଥାଏ।
  16. ସାମୁଦ୍ରିକ ମାଇକ୍ରୋବାୟୋଲୋଜି ପାଇଁ ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସମୁଦ୍ର ଭିତରେ ଚିନିର ଏକ ପର୍ବତ ଆବିଷ୍କାର କରିଛନ୍ତି । ପୃଥିବୀ ମହାସାଗରରେ ସମୁଦ୍ର ତୃଣଭୂମି ତଳେ ଚିନିର ବିଶାଳ ପର୍ବତ ଦେଖିବାକୁ ମିଳିଥିବା ନେଇ ବୈଜ୍ଞାନିକ ମାନେ କହିଛନ୍ତି।
  17. ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କାର ଜରିମାନା ଆଦାୟ ହେଉଛି । ଏସବୁ ପରେ ବି ଅନେକ ଲୋକ ଟ୍ରାଫିକ ନିୟମକୁ ମାନିବାକୁ ନାରାଜ୍ । ତେବେ ଅନେକ ଗାଡ଼ି ଚାଳକଙ୍କର ରୁଙ୍ଗ ରୁଟରେ ଡ୍ରାଇଭିଂ କରିବାର ଅଭ୍ୟାସ ଥାଏ । ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ ହୋଇପାରେ ।
  18. ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ଦାମ ୧୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ତେବେ ଏହି ମାସ୍କକୁ ଲଞ୍ଚ କରିଛି ଏଲଜି କମ୍ପାନୀ ।
  19. ଚଳିତ ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପ୍ରୟାସରେ ରହିଛି କ୍ଷମତାସୀନ ବିଜେପି । ରାଜନୀତିକ ଗଣିତ ମୁତାବକ, ରାଷ୍ଟ୍ରପତି ନିର୍ବାଚନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପାଖରେ ଏବେ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀ ମାନଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । 
  20. ନ୍ୟାସନାଲ ମେଡକାଲ କମିଶନ (ଏନଏମସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇ କୁହାଯାଇଛି ଯେ ଏଣିକି ଏମବିବିଏସ ଡିଗ୍ରୀଧାରୀ ବା ଏଲୋପ୍ୟାଥିର ରେଜିଷ୍ଟର୍ଡ ଡାକ୍ତରମାନେ ନିଜର ନାମ ପୂର୍ବରୁ ଡକ୍ଟର ବଦଳରେ ମେଡିକାଲ ଡକ୍ଟର ଲେଖି ପାରିବେ । ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଏନଏମସି ଆକ୍ଟ ୨୦୧୯ ଅନୁଯାୟୀ ରେଜିଷ୍ଟର୍ଡ ଡାକ୍ତରଙ୍କ ପାଇଁ ପ୍ରଫେସନାଲ ଆଚାର ସଂହିତା ଡ୍ରାଫ୍ଟ ଜାରି କରାଯାଇଛି । ଏହାଦ୍ୱାରା ଏଲୋପ୍ୟାଥି ଡାକ୍ତରଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.