• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କର ହିନ୍ଦୀ ଉପନ୍ୟାସ ‘ଟୁମ୍‌ ଅଫ୍‌ ସ୍ୟାଣ୍ଡ୍‌’କୁ (ମୂଳ ହିନ୍ଦୀ ‘ରେତ୍‌ ସାମଧି’) ( ଓଡ଼ିଆରେ ‘ସୈକତ ସାମାଧି’) ଆନ୍ତର୍ଜାତିକ ‘ବୁକର୍‌ ପୁରସ୍କାର’ ମିଳିଛି। ଏହି ଉପନ୍ୟାସ ହେଉଛି ‘ବୁକର୍‌ ପୁରସ୍କାର’ ପାଇବାରେ ଯେକୌଣସି ଭାରତୀୟ ଭାଷାରେ ପ୍ରଥମ ପୁସ୍ତକ।
  2. ଆସନ୍ତାମାସରୁ ଗାଡ଼ି ମାଲିକଙ୍କୁ ତୃତୀୟ ପକ୍ଷ ବୀମା ଭା‌ବେ ଅଧିକ ରାଶି ଗଣିବାକୁ ହେବ। ତେବେ ଇଲେକ୍ଟ୍ରିକ୍ ଯାନ, ହାଇବ୍ରିଡ୍‌ ଯାନ ଉପରେ ଯଥାକ୍ରମେ ୧୫% ଓ ୭.୫%ର ରିହାତି ମିଳିବ। ଶିକ୍ଷାନୁଷ୍ଠାନ ବସ୍‌ଗୁଡ଼ିକ ମଧ୍ୟ ପ୍ରିମିୟମ୍ ଉପରେ ୧୫% ରିହାତି ପାଇପାରିବେ। ଭିଣ୍ଟେଜ୍ କାର୍ ଭାବେ ପଞ୍ଜୀକୃତ ହୋଇଥିବା ଘରୋଇ କାର୍‌ ପ୍ରିମିୟମ୍‌ରେ ୫୦%ର ରିହାତି ପାଇଁ ଅନୁମତି ଦିଆଯାଇଛି ।
  3. ଟିଭି ଅଭିନେତା ଅମରିନ୍ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ୪ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି ।
  4. ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବ ଡୋନ୍‍ବାସ ଅଞ୍ଚଳରେ ଥିବା ୟୁକ୍ରେନର ୪୦ରୁ ଅଧିକ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ରକେଟ ମାଡ କରିଛନ୍ତି। ଏଥିସହିତ ସେମାନେ ନାଗରିକଙ୍କ ପାଇଁ ଶେଷ ମୁଖ୍ୟ ପ୍ରସ୍ଥାନ ପଥକୁ ଅବରୋଧ କରିବା ପ୍ରୟାସ ଆରମ୍ଭ କରିଛନ୍ତି। 
  5. କେନ୍ଦ୍ର ସରକାରଙ୍କ ଟେଲକମ୍ ମନ୍ତ୍ରଣାଳୟ ନିୟମ ମୁତାବକ, ଏଣିକି ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କମ୍ପାନୀ ସିମ୍ କାର୍ଡ ଦେବ ନାହିଁ । ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସିମ୍ ପାଇଁ ପାଇଁ ଆଧାର ବା ଡିଜିଲକରରେ ଡକ୍ୟୁମେଣ୍ଟ ଭେରିଫାଏ କରିବାକୁ ପଡ଼ିବ ।
  6. ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ର ୨୦ବର୍ଷ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ହେଲେ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ପହଞ୍ଚି ନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)। 
  7. ବ୍ରିଟେନର ନ୍ୟାସନାଲ ବ୍ରଡକ୍ରାଷ୍ଟର BBC ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନିର ବୟାନ ଅନୁସାରେ, ଆସନ୍ତା କିଛି ବର୍ଷରେ ୧୦୦୦ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରାଯିବ। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫୦ କୋଟି ପାଉଣ୍ଡର ସଞ୍ଚୟ ହୋଇପାରିବ।
  8. ଖଣି କ୍ଷେତ୍ରରେ ଅଭିବୃଦ୍ଧିକୁ ପୁଣି ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ସରକାର ।  ଖଣିଜ ବ୍ଲକଗୁଡ଼ିକର ଏକ୍ସପ୍ଲୋରେସନ ବା ସନ୍ଧାନ କାର୍ଯ୍ୟ ପାଇଁ ପୂର୍ବରୁ ଆବଶ୍ୟକ ହେଉଥିବା ଜଙ୍ଗଲ ଅନୁମତି ବା ଫରେଷ୍ଟ କ୍ଲିୟରାନ୍ସ ନିୟମକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି ।
  9. ରାଜ୍ୟପାଳଙ୍କ ପରିବର୍ତ୍ତେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟଗୁଡ଼ିକ‌ରେ କୁଳାଧିପତି ହେବେ। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କ୍ୟାବିନେଟ ଦ୍ୱାରା ଅନୁମୋଦନ ହୋଇଛି ଏବଂ ବର୍ତ୍ତମାନ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ।
  10. ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି।
  11. ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ମୌସୁମୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଳଦ୍ବୀପ, ଲକ୍ଷଦ୍ବୀପର ନିକଟବର୍ତ୍ତୀ ଅଂଚଳ ଓ କୋମୋରିନ ଅଂଚଳର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଅଟକଳ ଅନୁସାରେ  ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୭ରେ କେରଳ ଛୁଇଁବାର ଥିଲା ।
  12. ରାଜ୍ୟ ସଭା ନିମନ୍ତେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ଦଳ ତରଫରୁ ତୃତୀୟ ପ୍ରାର୍ଥୀ ଭାବେ ଜୟନ୍ତ ଚୌଧୁରୀଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମନୋନୀତ କରିଛନ୍ତି।
  13. ଦେଶର ସର୍ବାଧିକ ଜରାଶ୍ରମ ଓଡ଼ିଶାରେ ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ୫୩୪ଟି ଜରାଶ୍ରମ ଥିବାବେଳେ କେବଳ ଓଡ଼ିଶାରେ ରହିଛି ୮୫।
  14.  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ତାମିଲକୁ ହିନ୍ଦୀ ସହ ସମକକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ଏହାସହ ଭାରତ ସରକାରଙ୍କ କାର୍ଯ୍ୟାଳୟ ଏବଂ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଏହାକୁ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ କହିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହି ସମାନ ମଞ୍ଚରୁ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତାମିଲ ଭାଷା ଶାଶ୍ୱସ୍ତ ଏବଂ ତାମିଲ ସଂସ୍କୃତି ସାରା ବିଶ୍ୱରେ ବ୍ୟାପ୍ତ ।
  15. ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବେ ପଞ୍ଜାବର ପଟିଆଲା କେନ୍ଦ୍ରୀୟ କାରାଗାରରେ ବନ୍ଦି ହୋଇ ରହିଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ତା ଖରାପ ଥିବାରୁ ସେ କଠିନ କାମ କରିବେ ନାହିଁ। ସେଥିପାଇଁ ଜେଲ୍‌ରେ ସେ ଏବେ କିରାଣୀ ଭାବେ କାମ କରିବେ। ପ୍ରଥମେ ୩ ମାସ ପ୍ରଶିକ୍ଷଣ ପାଇଁ ତାଙ୍କୁ ଏବେ ଦରମା ମିଳିବ ନାହିଁ।
  16. ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହାରୁ ନେଇ ଟ୍ବିଟର ଉପରେ ୧୫ କୋଟି ଡଲାରର ଜରିମାନା ମଧ୍ୟ ଲଗାଯାଇଛି । ଏହାସହ କମ୍ପାନୀ ନିଡ ୟୁଜରଙ୍କ ଡାଟାର ସୁରକ୍ଷା ପାଇଁ ମାନକ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି 
  17. ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଶିଶୁ ମୃତୁ୍ୟହାର ୩୯ ପଏଣ୍ଟ ହ୍ରାସ ପାଇଛି। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।
  18. ଚଳିତ ବର୍ଷ ପୂର୍ବତଟ ରେଳପଥ ମେ’ ୨୮ ଦିନ ୬୭ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ ଆୟୋଜନ କରୁଛି। 
  19. ଭାରତରେ ବିଏମ୍‌ଡବ୍ଲୁର i4 ସିଡାନ୍‌ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ ହୋଇଛି । ଏହାକୁ ଥରେ ଚାର୍ଜ କଲେ ୫୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ୮୩.୯ କିଲୋଓ୍ୱାଟର ବ୍ୟାଟେରୀ ପ୍ୟାକ ରହିଛି । କାର୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୬୯.୯ ଲକ୍ଷ ଟଙ୍କା । ଏହାକୁ ମାତ୍ର ୧୦ ମିନିଟ୍‌ ଚାର୍ଜ କଲେ ୧୬୪ କିଲୋମିଟର ଯାତ୍ରା କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
  20. ବାଙ୍ଗଲାଦେଶରେ ଆସନ୍ତା ଜୁନ ୧୫ରୁ ୨୧ ତାରିଖ ମଧ୍ୟରେ ପ୍ରଥମ ଡିଜିଟାଲ୍‍ ଜନଗଣନା ହେବ। ଏହା ବାଂଲାଦେଶର ଷଷ୍ଠ ଜନଗଣନା। ଏଥିରେ ୩ ଲକ୍ଷ ୭୦ ହଜାର ଜନଗଣନାକାରୀ, ୬୪ ହଜାର ପର୍ଯ୍ୟବେକ୍ଷକ ଓ ୪ ହଜାର ୫୦୦ ଅଫିସର ଅଂଶ ଗ୍ରହଣ କରିବେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.