• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଇଫା(IIFA) ଆୱାର୍ଡରେ ଯୋଗ ଦେବା ପାଇଁ ଅବୁଧାବୀ ଯାଇପାରିବେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲୀନ ଫର୍ଣ୍ଣାଣ୍ଡିଜ୍। କୋର୍ଟ ତାଙ୍କୁ ବିଦେଶଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ମେ ୩୧ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ IIFA ଆୱାର୍ଡ ଆୟୋଜିତ ହେବ। ଏଥିରେ ସେ ଯୋଗ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।
  2. ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ ବଗିରୁ କୋଇଲାରେ ନିଆଁ ଲାଗି ଧୂଆଁ ବାହାରୁଚି।  କୋଇଲା ବୋଝେଇ ଟ୍ରେନଟି ଖୋର୍ଦ୍ଦାରୁ ଯଖପୁରା ଯାଉଥିବା ସମୟରେ ହରିଦାସପୁରରେ ଟ୍ରେନର ତିନୋଟି ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଛି।
  3. ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ବିଜେପି ଉତ୍ତରପ୍ରଦେଶରୁ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପାୟୀ, ଡ ରାଧା ମୋହନ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣ୍ଣାଟକରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଜିଗ୍ନେଶଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ମହାରାଷ୍ଟ୍ରରୁ ପ୍ରାର୍ଥୀ ଭାବରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଡକ୍ଟର ଅନିଲ ସୁଖଦେବରାଓଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ରାଜସ୍ଥାନରୁ ବିଜେପି ଘନଶ୍ୟାମ ତିୱାରୀଙ୍କୁ ଟିକେଟ ଦେଇଛି ।
  4. ନେପାଳ ବିମାନ କ୍ରାସ ଘଟଣାରେ ନିଖୋଜ ୪ ଭାରତୀୟ ଙ୍କ ପରିଚୟ ମିଳିଛି ।ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବ ତ୍ରିପାଠୀ । ସେମାନେ ଓଡିଶାର ହୋଇଥିବା ସୂଚନା ମିଳିଛି । ନେପାଳକୁ ସେମାନେ ବୁଲିବାକୁ ଯାଉଥିଲେ ।
  5.  ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ଚର୍ଚ୍ଚରେ ହୋଇଥିବା ଦଳାଚକଟା ଯୋଗୁଁ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ‘ଶପ୍ ଫର୍ ପ୍ରି’ କାର୍ଯ୍ୟକ୍ରମରେ ଲୋକେ ଅଂଶଗ୍ରହଣ କରିଥିଲେ ।
  6. ଶିଳ୍ପପତି ଗୌତମ ଅଦାନୀ ଏବେ ଦେଶର ନୂଆ ସିମେଣ୍ଟ କିଙ୍ଗ୍ ହେବେ । ତାଙ୍କର ଅଦାନୀ ଗ୍ରୁପ ଦେଶର ୨ ବଡ ସିମେଣ୍ଟ କଂପାନୀ ଏସିସି ଲିମିଟେଡ ଓ ଅମ୍ବୁଜା ସିମେଣ୍ଟ କିଣିଛନ୍ତି । 
  7. ଫ୍ଲିପ୍‌କାର୍ଟ ବିଗ୍ ସେଭିଂ ଡେ’ ସେଲ୍ ଗ୍ରାହକଙ୍କ ପାଇଁ ମେ’ ୩ ତାରିଖ ଠାରୁ ଆରମ୍ଭ ହେବ । ଏହି ସେଲ୍ ଆସନ୍ତା ମେ’ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
  8. ଇଲେକ୍ଟ୍ରି ଟୁ-ହୁଇଲର ନିର୍ମାତା ‘ହିରୋ ଇଲେକ୍ଟ୍ରିକ୍‌’କୁ ଏପ୍ରିଲ ମାସରେ ଶକ୍ତ ଝଟକା ଲାଗିଛି । ଏହି କଂପାନୀ ୨୦୨୨ ମାର୍ଚ୍ଚ ମାସରେ ୧୩,୦୨୩ ୟୁନିଟ ଇଲେକ୍ଟ୍ରିକ୍ ଟୁ-ହୁଇଲର ବିକ୍ରି କରିଥିବା ବେଳେ ଫେବ୍ରୁଆରୀ ମାସରେ ୭୩୬୦ ୟୁନିଟ ବିକିଥିଲା । କିନ୍ତୁ ଏବେ ଏପ୍ରିଲ ମାସରେ କଂପାନୀ ଗୋଟିଏ ମଧ୍ୟ ଦୁଇ ଚକିଆ ଇଲେକ୍ଟ୍ରି ବାହନ ବିକ୍ରି କରିପାରି ନାହିଁ ।
  9. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ ୨ଟି ବ୍ୟାଙ୍କକୁ ୫୯ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛି । ଏହି ୨ଟି ବ୍ୟାଙ୍କ ମୁମ୍ବାଇ ଓ ଗାଜିଆବାଦରେ ଅଛି । ମୁମ୍ବାଇସ୍ଥିତ ଅଭ୍ୟୁଦୟ କୋ-ଅପରେଟିଭ ବ୍ୟାଙ୍କ ଉପରେ ଅନେକ ନିର୍ଦେଶକୁ ଲାଗୁ କରା ନଟିବା ଅଭିଯୋଗରେ ୫୮ ଲକ୍ଷ ଟଙ୍କା ଜରିମାନା ହୋଇଛି । 
  10. ଟାଟା ଷ୍ଟିଲ ଏକ ବୟାନରେ କହିଛି ଯେ, ରୁଷିଆରେ ଏବେ ଆମେ କୌଣସି କଂପାନୀ ପରିଚାଳନା କରୁନାହିଁ । ସେଠାରେ ଆମର କୌଣସି ଅପରେସନ ନାହିଁ । ରୁଷିଆରେ ଆମର କୌଣସି କର୍ମଚାରୀ ନାହାନ୍ତି । ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବା ନେଇ ବହୁତ ଚିନ୍ତା କରାଯାଇଛି । 
  11. ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
  12. ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଉଗାଣ୍ଡାରୁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ତାଙ୍କ ପେଟରେ ୧୮୧ଟି କୋକେନ୍‌ କ୍ୟାପସୁଲ ଲୁଚାଇ ରଖିଥିଲେ ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ଯାହାର ମୂଲ୍ୟ ୨୮ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଦୁଇ ମହିଳା ଧରାନପଡ଼ିବା ପାଇଁ କୋକେନ୍ କ୍ୟାପସୁଲଗୁଡ଼ିକୁ ଗିଳି ଦେଇଥିଲେ। 
  13. ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ, ଯାହାକି ଆଗକୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‌ ସହାୟକ ହେବ।
  14. ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାନ ଭଏସ୍’ ପକ୍ଷରୁ ସୁନାପଦା ଗ୍ରାମସ୍ଥିତ ଖେଳପଡିଆ ଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ସମ୍ବଲପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ୨୦ଟି ପୁରୁଷ ଟିମ୍‍ ଓ ୧୬ଟି ମହିଳା ଟିମ୍‍ ଯୋଗ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.