• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନିଜର ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇଫକୋର କଲୋଲ ସ୍ଥିତ ନାନୋ ୟୁରିଆ(ତରଳ) ପ୍ଲାଣ୍ଟର ଉଦଘାଟନ କରିଛନ୍ତି।
  2. ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଗିରଫ  । ଗିରଫ ନେଇ ସୂଚନା ଦେଇଛି ED  । ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ  କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ସତ୍ୟେନ୍ଦ୍ର । ସେ ଆମ ଆଦମି ପାର୍ଟିର ଜଣେ ବରିଷ୍ଠ ନେତା । ସତ୍ୟେନ୍ଦ୍ର ହେଉଛନ୍ତି ଦିଲ୍ଲୀ କ୍ୟାବିନେଟରେ ଥିବା ୭ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ।
  3. ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟା ରୁ ଅନଲାଇନ ଟିକେଟ ବିକ୍ରି ହେବ । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ ।
  4. ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି  । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି  । ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗକୁ ମୋଦିଙ୍କ ନିକଟରେ ଉତଥାପନ କରିଛନ୍ତି ନବୀନ  ।
  5. ବାଙ୍ଗାଲୋରରେ ପ୍ରେସମିଟ୍ ବେଳେ ରାକେଶ ଓ ସହଯୋଗୀ ଯୁଦ୍ଧବୀର ସିଂଙ୍କ ଉପରେ ହୋଇଛି କାଳିମାଡ଼ । ପ୍ରାୟ ୧୨ ଜଣ ଲୋକ ପ୍ରେସମିଟ ସ୍ଥଳରେ ପହଞ୍ଚି ତାଙ୍କ ଉପରେ କାଳିମାଡ଼ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଦାୟୀ କରିଛନ୍ତି ରାକେଶ । ରାକେଶଙ୍କ ଉପରେ କାଳିମାଡ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ରାକେଶଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଛି ।
  6. ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ ଜାତିରେ ୧୦୫ ଓ ଅନୁସୂଚିତ ଜନଜାତିରେ ୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
  7. ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି  । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର  ୬ଟି ଆସନ ଲାଗି ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା  । ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି  । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ  । ସମୁଦାୟ ୫୭ଟି ସିଟ ପାଇଁ ୧୦ ଜୁନରେ ହେବାକୁ ଯାଉଛି ନିର୍ବାଚନ  ।
  8. ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ । 
  9. ‘ଟେସଲା’ର ଇଲେକ୍ଟ୍ରି କାର୍‌ ଭାରତକୁ ଆସିବ କି ନାହିିଁ ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି ବିଶ୍ୱର ବଡ଼ ଧନୀ ତଥା ଟେସଲା ସିଇଓ ଏଲନ ମସ୍କ । ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ରିପ୍ଳାଏ ଦେଇ ସେ ଏସମ୍ପର୍କରେ ସୂଚିତ କରିଛନ୍ତି ।
  10. ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କୁ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ମହଙ୍ଗା ପଡିଛି। ସେକ୍ସ କରିବାର ୧୦ ମିନିଟ୍‌ ପରେ ସେ ନିଜର ସ୍ମୃତି ଶକ୍ତି ହରାଇ ବସିଛନ୍ତି। ବୁଧବାର ଆୟରିଶ ମେଡିକାଲ୍ ଅର୍ଗାନାଇଜେସନର ଅଧିକାରୀକ ଜର୍ଣ୍ଣାଲରେ ଏହି ମାମଲା ପ୍ରକାଶ ପାଇଛି।
  11. ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ । ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍‌ସର ନଥିଲା ଓ ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା।
  12. ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ  ନିଜ ଘର ପାଖ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ବଉଳା କୂମ୍ଭୀର ତାଙ୍କୁ  ଝାମ୍ପ ମାରିଥିଲା । ତେବେ ସେ କୌଶଳକ୍ରମେ  କୂମ୍ଭୀରକୁ ଗୋଇଠା ମାରିବା ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇଥିଲେ ।
  13. ମିଡିଆ ରିପୋର୍ଟ ଅନୁସାରେ ନୟନତାରା ଗୋଟିଏ ବିଜ୍ଞାପନ ପାଇଁ ୫କୋଟି ଟଙ୍କା ଫି’ ନେଇଛନ୍ତି । ଯାହା ପାଇଁ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ଏହି ବିଜ୍ଞାପନ ଦୁଇ ଦିନରେ ସୁଟ୍ କରାଯାଇଥିଲା । ଏହା ବ୍ୟତୀତ ନୟନତାରା ଗୋଟିଏ ଫିଲ୍ମ ପାଇଁ ୪ରୁ ୫କୋଟି ଟଙ୍କା ଚାର୍ଜ କରନ୍ତି । 
  14. ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର  ଟାଇଟଲ୍ ଜିତିଲା ଗୁଜରାଟ୍ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ସାତ ଓ୍ଵିକେଟରେ ହରାଇ ନିଜର ପଦାର୍ପଣରେ ସଂସ୍କରଣରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଗୁଜରାଟ।
  15. ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ୟୁଏଇର ଦୁବାଇରେ ଆୟୋଜିତ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ରବିବାର ଖେଳାଯାଇଥିବା ଏସ୍‌ଏଲ-୩ ଏକକ ବର୍ଗ ଫାଇନାଲରେ ନିଜ ଦେଶର ନିତିଶ କୁମାରଙ୍କୁ ୧୯-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। 
  16. ଫିନଲାଣ୍ଡ ଓ ସ୍ୱିଡେନ ନାଟୋର ସଦସ୍ୟ ହେବା ପ୍ରସ୍ତାବକୁ ଦୃଢ ବିରୋଧ କରିଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‍ ଏର୍ଦୋଗାନ୍‍। ସେ କହିଛନ୍ତି, ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ନାଟୋର ସଦସ୍ୟ ହେବାକୁ ସେ ଦେବେନାହିଁ। 
  17. ପ୍ରମୁଖ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ପ୍ରାୟ ୯୨ କୋଟି ଟଙ୍କାରେ ଏହି ପୀଠକୁ ଝଟକାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.