• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର ହୋଇଛି । ସବୁ ରୋଗୀ କ୍ୟାନସରମୁକ୍ତ ହୋଇଥିବା ଜଣା ପଡିଛି ।
  2. ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ବିଜେପିରୁ ନିଲମ୍ବିତ ନେତା ନୂପୁର ଶର୍ମା । ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ସମନ ପଠାଇବ । 
  3. ଉତ୍ତରପ୍ରଦେଶର ବାରଣାସୀରେ ୧୬ ବର୍ଷ ତଳେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଦୌରାଜଜଙ୍କ ରାୟ ଆସିଛି । ରାୟରେ ବିଚାରପତି ମୁଖ୍ୟ ଅଭିଯୁକ୍ତ ତଥା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । 
  4. ବ୍ରିଟେନ ପାର୍ଲାମେଣ୍ଟରେ ନୋ-ଟ୍ରଷ୍ଟ ଭୋଟ ଜିତିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ‘ପାର୍ଟିଗେଟ୍ ସ୍କାମ’ ଯୋଗୁଁ ବୋରିସଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ।
  5. ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ମାନୀତ ହୋଇଥିବା ପ୍ରତିଭାମାନେ ହେଲେ ଓଡ଼ିଶାର ପ୍ରଥମ ମହିଳା ଭିଡିଓ ଜର୍ଣ୍ଣାଲିଷ୍ଟ ଜ୍ୟୋତ୍ସ୍ନାରାଣୀ ଦଳାଇ, ମହିଳା ରଗ୍ବୀ ଖେଳାଳି ସୁମିତ୍ରା ନାୟକ ଏବଂ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟମହାପାତ୍ର।
  6. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନଲାଇନ୍ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। 
  7. ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା ଦର୍ଶାଇ ମ୍ୟାଚ ବନ୍ଦ କରିବା ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳର ସଞ୍ଜୟ ନାୟକ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି ସଞ୍ଜୟ କୋର୍ଟରେ ଆବେଦନ କରିଥିଲେ ।
  8. ରାଜ୍ୟର କୃଷକଙ୍କ ପାଇଁ ଖୁସି ଖବର । ସମବାୟ ବ୍ୟାଙ୍କ ଋଣରେ ମିଳିବ ୨ ପ୍ରତିଶତ ରିହାତି । 
  9. ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଘ.୪ଟା ରୁ ସନ୍ଧ୍ୟା ଘ.୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ।
  10. ମହାପୁରୁଷ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟକୁ ନେଇ ଆନ୍ତର୍ଜାତିକ ନିନ୍ଦା ମଧ୍ୟରେ ବଲିଉଡ୍‌ର ଅଭିନେତ୍ରୀ କଙ୍ଗନା ରାଣାୱତ ମଙ୍ଗଳବାର ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, ‘ସେ (ନୂପୁର) ତାଙ୍କ ନିଜସ୍ୱ ମତାମତ ଦେବାକୁ ହକଦାର’ ଅଟନ୍ତି।
  11. ଚଳିତ ୨୦୨୨-୨୩ ଆର୍ଥକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ୭.୫ ପ୍ରତିଶତ ରହିବ ବୋଲି ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଛି । ଗତ ଏପ୍ରିଲ ମାସରେ ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଥିଲା ଯେ ୨୦୨୨-୨୩ରେ ଭାରତର ଆର୍ଥିକ ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ ।
  12. ଭାରତୀୟ ବ୍ୟାଙ୍କ ନୋଟରେ ମହାତ୍ମାଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ମହାପୁରୁଷଙ୍କ ଫଟୋ ରଖିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
  13. ୨୦୨୬ରେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି।
  14. ପେଟ୍ରୋଲ୍‌ରେ ୧୦% ଇଥାନଲ୍‌ ମିଶ୍ରଣ ଲାଗି କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ନିର୍ଧାରିତ ସମୟର ୫ ମାସ ପୂର୍ବରୁ ହାସଲ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
  15.  ଚୌଦ୍ଵାର ଗୋପାଳପୁର ଅଞ୍ଚଳରେ ଥିବା କଳିଙ୍ଗ ପଲି ପ୍ୟାକର୍ଷ ପ୍ରା:ଲି କମ୍ପାନୀକୁ ୟୁନିଅନ ବ୍ୟାଙ୍କ୍ ଅଫ ଇଣ୍ଡିଆ ଦ୍ଵାରା ସିଲ୍ କରାଯାଇଛି । ଦୀର୍ଘ ୨୦୧୮ ମସିହାରୁ ବ୍ୟାଙ୍କରୁ ୩ କୋଟି ୮୨ଲକ୍ଷ ୧୨ହଜାର ୫୦୬ ଟଙ୍କା ଋଣ ନେଇ କମ୍ପାନୀ ମାଲିକ ପ୍ରଭାକର ମହାପାତ୍ର ବ୍ୟାଙ୍କକୁ କୌଣସି ଟଙ୍କା ପୈଠ କରିନଥିଲେ ।
  16. ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଚ୍ୟୁତପୁର ଗ୍ରାମରେ। ଏହି ଗ୍ରାମର ରମାକାନ୍ତ ରାଉତଙ୍କ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ମେସିନ ସାହାଯ୍ୟରେ ଚାଲିଥିବା ବେଳେ ଏକ ପଥର ଖଣ୍ଡ ଲାଗିଥିଲା । ପରେ ଏହାକୁ ଉପରକୁ ଉଠାଇ ଆଣିବା ପରେ ଏହା ଏକ ମୂର୍ତ୍ତୀ ଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ।
  17. ମୁମ୍ୱାଇ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲା ଖେଳାଯାଉଛି । ମଙ୍ଗଳବାର ମ୍ୟାଚର ଦ୍ୱିତୀୟ ଦିନରେ ମୁମ୍ୱାଇ ମଜବୁତ ସ୍ଥିତିରେ ରହିଛି । ମୁମ୍ୱାଇ ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରି ସାରିଛି। 
  18. ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଭୁବନେଶ୍ବର ଏୟାରପୋର୍ଟଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଏବଂ ହୋଟେଲରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ଚାଲିଛି ପ୍ରସ୍ତୁତି । ୨୧ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
  19. ବିଜେପିରୁ ନିଲମ୍ଵିତ ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ ପୂରା ଦୁନିଆର ମୁସଲିମ ଦେଶଗୁଡିକରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ଏକ ଟେଲିଭିଜନର ବିତର୍କ କାର୍ଯ୍ୟକ୍ରମ ସମୟରେ ସେ ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଇସଲାମିକ ଦେଶ କ୍ଷୁବ୍ଧ ହେବା ସହ ଏହାର ଜୋରଦାର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ସାଉଦି ଆରବ, ଓମାନ, କାତାର, ବାହାରିନ, କୁଏତ, ୟୁଏଇ ଏବଂ ଇରାନ ସମେତ ପ୍ରାୟ ୧୫ ମୁସଲିମ ଦେଶ ଦୃଢ ଆପତ୍ତି ପ୍ରକାଶ କରିଛନ୍ତି।
  20. ଆସନ୍ତା ଲୋକସଭା ନିର୍ବାଚନରେ ରାମପୁର ଓ ଆଜମଗଡ ଆସନରୁ ପ୍ରତିଦ୍ୱନ୍ଦିତା କରିବ ନାହିଁ କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ବିଧାନସଭା ଫଳାଫଳକୁ ବିଚାରକୁ ନେଇ ୨୦୨୪ ଲୋକସଭା ନିର୍ବାଚନକୁ ଦୃଢ ଭାବରେ ପ୍ରତିଦ୍ୱନ୍ଦିତା କରିବା ପରେ ପୁନଃନିର୍ମାଣ ଗୁରୁତ୍ୱପୂର୍ଣ୍ଣ ଅଟେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.