• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରାଯାଇଛି ।
  2. ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମର ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  3. ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ  ୨ ଟିପିଏପ୍ କର୍ମଚାରୀ  ବାଘ ଗଣନା କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ।
  4. ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡ଼ିଛି । ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ ହେବ। ଏନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବାଚସ୍ପତି ହୋଇପାରନ୍ତି ବିକ୍ରମ କେଶରୀ ଆରୁଖ ।
  5. ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏର କଡ଼ା ଆଭିମୁଖ୍ୟ ।
  6. ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ମିତାଲି ଗତ ୨୩ ବର୍ଷ ଧରି ଭାରତ ପାଇଁ କ୍ରିକେଟ ଖେଳୁଥିଲେ । ତେବେ ସେ ବୁଧବାର ୩୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । 
  7. ୧ ମାସ ବ୍ୟବଧାନରେ ରେପୋ ରେଟ୍ ଦ୍ଵିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ବଢ଼ାଇଲେ । ୪.୪୦ରୁ ବଢି ୪.୯୦ ହେଲା ରେପୋ ରେଟ୍ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
  8. ଜାତୀୟ ମେଡିକାଲ କମିଶନ (ଏନଏମସି)ର ତଥ୍ୟରେ ୨୦୧୦ରୁ ୨୦୨୧ ମସିହା ମଧ୍ୟରେ ଦେଶର ୨ ଲକ୍ଷ ୩୨ ହଜାର ୯୭୩ ଜଣ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମାତ୍ର ୪୩ ହଜାର ୯୩୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମାତ୍ର ୧୮ ଦଶମିକ ୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ୮୧ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅସଫଳ ହୋଇଛନ୍ତି ।
  9. କୁଏତରେ ଥିବା ଏକ ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର୍ ମାର୍କେଟରୁ ହଟାଇବା ସହ ଯାହା ରହିଛି ତାହାକୁ ବିକ୍ରୟ କରାଯାଇ ପାରିବ ନାହିଁ ।
  10.  ଗୁଜରାଟରୁ ଜଳଭାଗ ଦେଇ ଜାହାଜ ମାଧ୍ୟମରେ ଆସି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଠାରେ ସମୁଦ୍ରରୁ ବାହାରିଥିବା ଲୁଣା ନଦୀରେ ପହଞ୍ଚିଥିଲା । ଏହାପରେ ଜୁନ ୪ ତାରିଖରୁ କେନ୍ଦ୍ରାପଡ଼ା- ସାଲେପୁର ଜାତୀୟ ରାଜପଥ ଦେଇ ଆସି ୩ଦିନ ମଧ୍ୟରେ ଜଗତପୁର ସ୍ଥିତ ବିରୂପା ନଦୀ କୂଳରେ ପହଁଚିଛି । ଏହା ସିଧସଳଖ ପାରାଦୀପରୁ ବାହାରି ତାଳଚେର କଣିହାଁରେ ଥିବା NTPC କାରଖାନାରେ ପହଞ୍ଚିବାର ବ୍ୟବସ୍ଥା ରହିଛି ।
  11. ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇ ଦିଆଯାଇଛି ମୋ ବସ୍‌ । ଏହି କାର୍ଯ୍ୟକ୍ରମକୁ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପତାକା ଦେଖାଇ ଶୁଭ୍‌ ଉଦ୍‌ଘାଟନ୍‌ କରିଛନ୍ତି ।
  12. ଆଗାମୀ ଦୁଇ ଦଶନ୍ଧୀ ମଧ୍ୟରେ ଭାରତର ଅର୍ଥନୀତି ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇପାରେ। ବୁଧବାର ଏପରି ପୂର୍ବାନୁମାନ କରିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ।
  13. ପିଆଜର ଲଗାତାର ମୂଲ୍ୟ ହ୍ରାସକୁ ନଜରରେ ରଖି ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ (ଏନଏଏଫଇଡି) ଅଧିକ ପିଆଜ କିଣିବାକୁ ପଦକ୍ଷେପ ନେଇଛନ୍ତି। ଚଳିତ ରବି ଋତୁରେ  ନାଫେଡ  ଚାଷୀଙ୍କ ଠାରୁ ଅଢେଇ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତେବେ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଏହାକୁ ବଢାଇ ୪ ଲକ୍ଷ ଟନ କରିଦେଇଛନ୍ତି।
  14.  ଦେଶର ଅନ୍ୟତମ ବୃହତ ତଥା ଅଗ୍ରଣୀ ଖଣିଜ ଉତ୍ପାଦନକାରୀ ସଂସ୍ଥା ଓଡିଶା ଖଣି ନିଗମ (ଓଏମସି)କୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ ପାଇଁ ସମ୍ମାନଜନକ ‘ଗୋଲ୍ଡେନ୍ ପିକକ୍ ଆୱାର୍ଡ୍ ‘ରେ ସମ୍ମାନିତ କରାଯାଇଛି। 
  15. ଉମାଭାରତୀ ଖୋଲାଖୋଲି ଭାବେ କହିଛନ୍ତି ଯେ ନୁପୁରଙ୍କୁ ଦିଆଯାଉଥିବା ଧମକକୁ ଦୃଷ୍ଟିରେ ରଖି ମୁସଲିମ ନେତାମାନେ ମଧ୍ୟ ତାଙ୍କ ସପକ୍ଷରେ ଠିଆ ହେବା ଉଚିତ ବୋଲି କହିଛନ୍ତି
  16. ମାତ୍ର ୫ ଦିନରେ ୭୫ କିଲୋମିଟର୍‌ ଦୀର୍ଘ ରାଜପଥ ନିର୍ମାଣ କରି ‘ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ’ (ଏନ୍‌ଏଚ୍‌ଏଆଇ) ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌’ରେ ନାଁ କରିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି।
  17. ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ କାର୍ଡଗୁଡ଼ିକୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସହିତ ସଂଯୋଗ କରିବାକୁ ଅନୁମତି ଦେଇଛି। ଏବେ କେବଳ ୟୁପିଆଇ ସହ ସଂଚୟ ଖାତା ଓ ଚଳନ୍ତି ଖାତା ସହ ଡେବିଟ କାର୍ଡ ସଂଯୋଗ କରାଯାଇ ପାରୁଛି।
  18. ଡାକ୍ତରୀ ଛାତ୍ରମାନଙ୍କ ଭବିଷ୍ୟତ ସହିତ ନ ଖେଳି ଗୋଟିଏ ବି ନିଟ ପିଜି ସିଟ୍ ଯେଭଳି ଫାଙ୍କା ନ ରହେ ସେଭଳି ପଦକ୍ଷେପ ନେବାକୁ ଆଜି ସୁପ୍ରିମକୋର୍ଟ ମେଡିକାଲ କାଉନସେଲିଂ କମିଟିକୁ କହିଛନ୍ତି। ଅଦାଲତ କହିଛନ୍ତି ଯେ ମେଡିକାଲ କାଉନସେଲିଂ କମିଟି ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି।
  19. କଂଗ୍ରେସ କହିଛି ଯେ ଦଳର ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବେ କାରଣ ସେମାନଙ୍କର ଅନୁସନ୍ଧାନ ଏଜେନ୍ସିକୁ ଲୁଚାଇବାକୁ କିଛି ନାହିଁ 
  20. ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ରିଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମ୍‌ ଇଣ୍ଡିଆର ଅଧିନାୟକ କେ.ଏଲ. ରାହୁଲ ଆହତ କାରଣରୁ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ କାରଣରୁ  କୁଳଦୀପ ଯାଦବ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.