• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲାଗୁ ହେବ ୧୯୯୨ ପେନସନ ନିୟମ । କନିଷ୍ଠ ଅଧ୍ୟାପକ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ନେଇ ଉଚ୍ଚ ନ୍ୟାୟଳୟ ରାୟ ଦେଇଛନ୍ତି । ପୁରୁଣା ପେନସନ ନିୟମ ଲାଗୁ ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ସବୁଜ ସଂକେତ ଦେଇଛନ୍ତି ।
  2. ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୨ ବୀର ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। 
  3. ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।
  4. ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଠି ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ୫୩ ବର୍ଷୀୟ ଠାକରେଙ୍କୁ ଭର୍ତ୍ତି କରାଯାଇଛି | ଆସନ୍ତାକାଲି ତାଙ୍କର ଆଣ୍ଠୁରେ ସର୍ଜରୀ କରାଯିବ |
  5. ଭାରତୀୟ ବାୟୁସେନା ପାଇଁ ୩ ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ର ମାକ୍-୧ କ୍ଷେପଣାସ୍ତ୍ର ପ୍ରଣାଳୀ ଖରିଦ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ସହ ଚୁକ୍ତି କରିଛି ।
  6. ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ରାଜ୍ୟ ସହ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଣି ଦେଇଛନ୍ତି ଗୌରବ। ରାଉରକେଲାରେ ଜନ୍ମିତ ଏହି ୧୮ ବର୍ଷୀୟ ଯୁବତୀ ଦକ୍ଷିଣ କୋରିଆର ଲୋକପ୍ରିୟ ପପ୍ ବ୍ୟାଣ୍ଡ ବ୍ଲାକସ୍ବାନର ପଞ୍ଚମ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। 
  7. ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି | ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ ପଡୁଛି | ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି |
  8. କେନ୍ଦ୍ର ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବେ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।
  9. ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
  10. କେନ୍ଦ୍ରରେ ଏନ୍‌ଡିଏ ସରକାରର ନେତୃତ୍ୱ ନେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି। 
  11. ଆଲ୍ଲାପୁଜାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରୁଥିବା ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଛି। କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ଏଡ୍‌ବା ବସିର୍‌। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। 
  12. ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଶିମଳାରେ ଅବସ୍ଥିତ ରିଜ୍ ମଇଦାନରେ ଜାତୀୟ ସ୍ତରରେ ‘ଗରିବ କଲ୍ୟାଣ ସମ୍ମେଳନ’ ଆୟୋଜିତ ହୋଇଛି।ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ପଠାଯାଇଛି। 
  13. ଏ ବର୍ଷ ମୌସୁମି ଋତୁରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଫଳରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଦେଶରେ ସ୍ବାଭାବିକ ମୌସୁମି ବର୍ଷା ରହିବ ବୋଲି ବିଭାଗ କହିଛି । 
  14. ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ  ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି।
  15. ଆତଙ୍କବାଦୀଙ୍କ ଆକ୍ରମଣରେ ମଙ୍ଗଳବାର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ହାଇସ୍କୁଲର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
  16. ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌ସ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାରେ ଅନାଥ, ଗରିବ ଓ ଅଭାବୀ ପିଲାମାନଙ୍କର ନିରନ୍ତର ଯତ୍ନ ନେବା ଓ ସୁରକ୍ଷା ଯୋଗାଇ ଦିଆଯିବ । ସେମାନଙ୍କୁ ଆବାସିକ ସୁବିଧା ପ୍ରଦାନ, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୧୮ରୁ ୨୩ ବର୍ଷ ବୟସ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। 
  17. ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର। ପ୍ରଫେସର ମିଶ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ।
  18. ଦକ୍ଷିଣ ପ୍ରଶାନ୍ତ ମହାସାଗର କ୍ଷେତ୍ରର ଦେଶମାନେ ଚୀନକୁ ଜୋରଦାର ଝଟକା ଦେଇଛନ୍ତି। ଏହି ଦ୍ୱୀପ ଦେଶମାନେ ଚୀନ ସହ କ୍ଷେତ୍ରୀୟ ସୁରକ୍ଷା ବୁଝାମଣା ଲାଗି ଅରାଜି ହୋଇଛନ୍ତି।
  19. ପୂର୍ବ ୟୁକ୍ରେନ ଉପରେ ବିଜୟ ସହିତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ତାଙ୍କ ସେନାକୁ ହଣ୍ଟ ଟୁ କିଲ ମିସନ ଲାଗି ସବୁଜ ସଂକେତ ଦେଇଛନ୍ତି। ୟୁକ୍ରେନର ବଡ଼ ନେତା, ଅଧିକାରୀ ଓ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ଏହି ଏହି ମିଶନର ଉଦ୍ଦେଶ୍ୟ।
  20. ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ । ଏଥିରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏନେଇ ପେରନୋମବୁକୋର ଅଧିକାରୀ ସୂଚନା ଦେଇଛନ୍ତି । ଏହାସହିତ ଏବେ ବି ୨୪ ଜଣ ନିଖୋଜ ରହିଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.