• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ତୁଲସା ସିଟି ଫ୍ରାନସିସ୍‌ ହସ୍ପିଟାଲ ପରିସରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଦୁର୍ବୃତ୍ତ ସମେତ ୫ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି । 
  2. ଗତଥରର ବିଜେତା ଭାରତ ବୁଧବାର ସମାପ୍ତ ହୋଇଥିବା ପୁରୁଷ ଏସିଆ କପ୍‌ ହକିରେ କାଂସ୍ୟପଦକ ଜିତିପାରିଛି। ଯୁବ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ବୁଧବାର ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ଜାପାନକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି। 
  3. ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍‌ରେ ଯେଉଁ ବାର୍ତ୍ତାକୁ ଥରେ ପଠାଯାଇ ସାରିଛି ତାକୁ ଏଡିଟ୍ କରିବାର ସୁବିଧା ନାହିଁ। ପଠାଯାଇଥିବା ବାର୍ତ୍ତାକୁ କେବଳ ଡିଲିଟ୍‌ (ଲିଭାଯିବା) କରିବାର ସୁବିଧା ରହିଛି। ମାତ୍ର ଆଗକୁ ହ୍ବାଟ୍ସଆପ୍‌ ପଠାଯାଇଥିବା ବାର୍ତ୍ତାକୁ ଏଡିଟ୍‌ କରିବାର ସୁବିଧା ଉପଲବ୍ଧ ହେବ। 
  4. ସାଉଦି ଆରବ ବିଶ୍ବର ସବର୍ବୃହତ କୋଠା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ନିଓମ୍ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ। ସାଉଦି କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍ ସଲ୍‌ମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟନ୍ତି ବ୍ୟାପିବ।
  5. ଅତ୍ୟଧିକ ସମୟ ଟିଭି, ମୋବାଇଲ ଦେଖିବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାର କୁ ପ୍ରଭାବ ପଡୁଛି। ବିଶେଷ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅର୍ଥାତ୍‌ ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି।
  6. କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍‌ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି।
  7. ଆମେରିକା ୟୁକ୍ରେନ୍‍କୁ ଅତ୍ୟାଧୁନିକ ରକେଟ୍‍ ପଠାଇବା ବିଷୟ ରାଷ୍ଟ୍ରପତି ଜୋ ବାଇଡେନ୍‍ ଘୋଷଣା କରିଛନ୍ତି । ଗଣମାଧ୍ୟମର ଖବର ଅନୁସାରେ ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍‍.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍‍ ସିଷ୍ଟମ୍‍ ରହିଛି । ସେହି ରକେଟ୍‍ରୁ ବିଭିନ୍ନ ପ୍ରକାର ଗାଇଡେଡ୍‍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ । 
  8. ପାଣିପାଗ ବିଭାଗ (ଆଇଏମଡି) ର ସୂଚନାନୁଯାୟୀ, ଜୁନ୍ ୧ ରୁ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବ। ଜୁନ୍ ୨ ରୁ ଜୁନ୍ ୪ ଯାଏଁ ଆସାମ ଏବଂ ମେଘାଳୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜିଠାରୁ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।
  9. ୧୯ କିଲୋ ଏଲପିଜି ସିଲିଣ୍ଡର ପ୍ରତି ୧୩୮ ଟଙ୍କା କମିଥିବା ବେଳେ ଏହି ଦର ଆଜିଠାରୁ ଲାଗୁ ହେବ । ହେଲେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ପୂର୍ବ ଦର ଅନୁଯାୟୀ ଗ୍ରାହକ କିଣିବେ ଘରୋଇ ସିଲିଣ୍ଡର କିଣିବେ।
  10. ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫାକୁ ନେଇ ବୁଧବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ପରେ ବିସିସିଆଇ ସମ୍ପାଦକ ଜୟ ଶାହା ଏହାକୁ ଖଣ୍ଡନ କରିଛନ୍ତି । ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନଥିବା ଶ୍ରୀ ଶାହା ସୂଚନା ଦେଇଥିଲେ 
  11. ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର କରାଯିବ।
  12. ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି। ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟିକତ୍ବରେ ଖେଳୁଥିବା ଭାରତୀୟ ହକି ଟିମ୍‌ ଜାପାନକୁ ୧-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି।
  13. ନବୀନ ପଟ୍ଟନାୟକ ବର୍ତ୍ତମାନ ଦେଶର ଜଣେ ପରିଚିତ ଚେହେରା। ୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି।
  14. ଏମ୍‌ସ ଭୁବନେଶ୍ୱରରେ ଏବେ ବିଭିନ୍ନ ବିଭାଗରେ ୧୪୯୩ଟି ପଦବୀ ଖାଲି ଅଛି। ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ଏହି ସଂଖ୍ୟକ ପଦବୀରେ ନିଯୁକ୍ତି ମିଳିନାହିଁ। ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିଛନ୍ତି।
  15. ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ମଳୟ କୁମାର ନାୟକ କାରନ୍ଦା ଛକରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ଖଣି ମାଲିକଙ୍କ ଠାରୁ ଖଣି ଅନୁମତି ଦେବାପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ କାବୁ କରି ଗିରଫ କରିଛନ୍ତି ।
  16.  ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି।
  17. ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍କୁ ଆଉ ୧୨ ଦିନ ବାକି। ମ୍ୟାଚ୍‍ ଦିବସ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଜୋରଦାର ଭାବେ ଆଗେଇ ଚାଲିଛି। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । 
  18.  ମୁଖ୍ୟମନ୍ତ୍ରୀ ଭଗୱତ ସିଂ ମାନ ଏ ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାର ୨୭ ଜଣ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଯୋଜନା ରଖିଛନ୍ତି । ସୂଚନାନୁସାରେ, ସୁରକ୍ଷା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଥିବା ୨୭ ଜଣ ସେଲିବ୍ରିଟିଙ୍କ ନାମ ପ୍ରକାଶ କରାଯାଇନାହିଁ ।
  19. ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି। ଏବଂ ଏହି କ୍ରମରେ କଂଗ୍ରେସକୁ ମିଳିଛି ୭୪.୫୦ କୋଟି ଟଙ୍କାରୁ ଅଧିକ ଚାନ୍ଦା। ଯାହାକି ଶାସକ ଦଳକୁ ମିଳିଥିବା ଚାନ୍ଦାର ମାତ୍ର ୧୫ ପ୍ରତିଶତ ରହିଛି।
  20. ସୋସିଆଲ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ୧୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି | ଆଜି ହ୍ଵାଟ୍ସଆପ କହିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚରେ ଏହି ପ୍ଲାଟଫର୍ମ ଦେଶରେ ୧୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଥିଲା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.