• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ। ଏହି ଉଚ୍ଚମାନର ସ୍କୁଲ ଜାତୀୟ ଶିକ୍ଷା ନୀତି- ୨୦୨୦ (ଏନଇପି)ର ପ୍ରୟୋଗଶାଳା ହେବ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ରାଜ୍ୟ ଶିକ୍ଷା ମନ୍ତ୍ରୀ ମାନଙ୍କର ଜାତୀୟ ଶିକ୍ଷା ସମ୍ମିଳନୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
  2. ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି। ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ରୋଡମ୍ୟାପକୁ ଏନ୍‌ଏମ୍‌ପି ପୋର୍ଟାଲରେ ସ୍ଥାନିତ କରାଯାଇଛି । ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ।
  3. ଦେଶରେ ଆଜି ୨ହଜାର ତଳେ କରୋନା ଦୈନିକ ସଂକ୍ରମଣ ରହିଛି । ଗତ କିଛି ଦିନ ହେବ ୨ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୬୭୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗତ ୨୪ ଘଣ୍ଟାରେ ୧ହଜାର ୬୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
  4. ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି। ଇତିମଧ୍ୟରେ ଉଭୟ ରାଷ୍ଟ୍ରର ବିପୁଳ କ୍ଷତି ଘଟିବା ସହିତ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଯୁଦ୍ଧର ଅନ୍ତ ହେବାର ନାଁ ଧରୁ ନାହିଁ। ବରଂ ଯୁଦ୍ଧକୁ ନେଇ ବିଶ୍ବ ରାଜନେତାଙ୍କ ଆଭିମୁଖ୍ୟ ଏହାକୁ ଦୀର୍ଘଗାମୀ କରିବାର ସମ୍ଭାବନା ବଢାଇଛି। 
  5. ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ଆସନ୍ତା ୧୨ ମାସ ମଧ୍ୟରେ ରାଜ୍ୟସ୍ତରୀୟ ଫେଡରେସନ ଗଠନ ହେବ। ଏହା ଜରିଆରେ ଡିସିସନ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ହଜାର ହଜାର ଏସଏମ୍ଇ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।
  6. ଜୁନ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହିଳା ବକ୍ସରମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେମାନଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇଥିଲା ।
  7. ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍‌ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଏହାସହିତ ବର୍ଷାଙ୍କୁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
  8. ଗୁଜରାଟର ଭଦୋଦରାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ଘଟିଛି ।ପୁଲିସ୍‌ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । 
  9. ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।
  10. ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟ ବ୍ୟବସ୍ଥା । ବର୍ଷକରେ ସରିବ କାମ । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି ।
  11. ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍‌ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା ଅନେକ ନେତା ମଧ୍ୟ ପଦ୍ମ ଧରିଛନ୍ତି ।
  12. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଆସନ୍ତାକାଲିଠୁ ଯୁକ୍ତ ଦୁଇ ପିଲାଙ୍କ ଖାତାଦେଖା ଆରମ୍ଭ ହେବ। ଚଳିତ ଥର ଦୁଇ ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯର୍୍ୟାୟ ଜୁନ୍‍ ୧୩ରୁ ଆରମ୍ଭ ହେବ।
  13. କଶ୍ମୀରରେ ଆତଙ୍କବାଦୀମାନଙ୍କ ଦ୍ବାରା ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ଓ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି । ଗୁରୁବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି ।
  14. ଶୁକ୍ରବାର ସିଏମ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଜାତିଗତ ଜନଗଣନା ସହ ମୋଟ 8ଟି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଠ ମାସ ଭିତରେ ଜାତିଗତ ଜନଗଣନା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିହାର ସରକାର ନିଜ ସଂସାଧନରେ ଏହି ଗଣନା କରିବେ।
  15. ବ୍ରିଟେନ ମହାରାଣୀ ଭାବେ ରାଣୀ ଏଲିଜାବେଥଙ୍କ ଶାସନକୁ ୭୦ ବର୍ଷ ପୂରଣ ହୋଇଛି। ଏଣୁ ଦେଶରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନର ପ୍ଲାଟିନମ ଜୁବୁଲୀ ପାଳନ ହେଉଛି। ଏଥିଲାଗି ୨ରୁ ୫ ଜୁନ୍ ପର୍ଯ୍ୟନ୍ତ  ୪ ଦିନିଆ ସମାରୋହର ଅନୁଷ୍ଠିତ ହେଉଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ମୂଳ ଭାରତୀୟଙ୍କୁ ସମ୍ମାନୀତ କରାଯିବ ବୋଲି ଜଣାପଡିଛି। 
  16. ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ପାଞ୍ଚ ଦିନ ପରେ ଏବେ ପଞ୍ଜାବ ସରକାର ଜୁନ ୭ରୁ ସମସ୍ତ ଭିଆଇପିଙ୍କୁ ପୁଣି ଥରେ ସୁରକ୍ଷା ଯୋଗାଇବେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏହି ସୂଚନା ଦେଇଛନ୍ତି ପଞ୍ଜାବ ସରକାର।
  17. ତୁର୍କି ବୈଦେଶିକ ମନ୍ତ୍ରୀ ମେଭଲୁତ କାଭୁସୋଗ୍ଲୁ ଜାତି ସଂଘ (ୟୁଏନ)ଙ୍କୁ ଏକ ପତ୍ର ଲେଖି ତାଙ୍କ ଦେଶର ନାମ ତୁର୍କି ବଦଳେ ‘ତୁର୍କିୟେ’ ଭାବେ ସନ୍ଦର୍ଭିତ କରିବା ଲାଗି ଅନୁରୋଧ କରିଛନ୍ତି।
  18. ଭାରତର ପ୍ରଖ୍ୟାତ ସନ୍ତୁର ବାଦକ ତଥା ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଭଜନ ସପୋରୀଙ୍କ ୭୪ ବର୍ଷରେ ପରଲୋକ ହୋଇଛି।
  19. ସୋସିଆଲ୍‌ ନେଟ୍‌ୱାର୍କିଂ ପ୍ଲାଟଫର୍ମ ଫେସ୍‌ବୁକ୍‌ର ମାଲିକାନା ରଖୁଥିବା ମେଟା କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ବା ସିଓଓ ସୋରିଲ୍‌ ସେଣ୍ଡ୍‌ବର୍ଗ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
  20. ୟୁକ୍ରେନ୍‌କୁ ଶକ୍ତିଶାଳୀ ରକେଟ୍‌ ସିଷ୍ଟମ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପାଖାପାଖି ୫୦ ମାଇଲ୍‌ ବା ୮୦ କିଲୋମିଟର ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.