• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗରମରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ ରହିଛି। ମୌସୁମୀ ବର୍ଷାର ଆଗମନ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ୁଥିବା ବେଳେ କାଳବୈଶାଖୀ ଜନିତ ବର୍ଷାର ଅଭାବ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି।
  2. ପୁଣି ଥରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
  3. ସତ୍ୟଶିଵ ନିଜର ଚାନ୍ଦିପୁର ମାଛ ଫାର୍ମ ରୁ ଫେରୁଥିବା ବେଳେ ଦୁର୍ବୃତ୍ତ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।
  4. ବଲିଉଡ ଅଭିନେତା ବବି ଦେଓଲ ୱେବ୍ ସିରିଜ୍ ‘ଆଶ୍ରମ’ ମାଧ୍ୟମରେ OTT ପ୍ଲାଟଫର୍ମରେ ଖୁବ୍‌ ଧମାଲ୍‌ କରିଥିଲେ । ‘ଆଶ୍ରମ’ର ସିଜନ୍-୨ ଦର୍ଶକଙ୍କୁ ବହୁତ ଏଣ୍ଟରଟେନ୍‌ କରିବା ପରେ ଏବେ ଆଶ୍ରମ ସିଜନ୍ -୩ ଆସି ଯାଇଛି । ବର୍ତ୍ତମାନ ୱେବ୍ ସିରିଜଟି ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହୋଇ ସାରିଛି ।
  5. ବ୍ରଜରାଜନଗର ଉପନିର୍ବାଚନରେ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି  ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ। 
  6. ଓଡିଶାର ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର କରାଯିବ।
  7. ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମମାଲକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।
  8. ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କ  ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି।
  9.  ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜୁ ଜନତା ଦଳର ୩ ରାଜ୍ୟସଭା ପ୍ରାର୍ଥୀ । ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
  10. ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ଆୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ୭୫୨ କୋଟି ଟଙ୍କାରେ ପହଞ୍ଚିଛି। କାରଣ ପୂର୍ବ ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ୨,୫୫୫ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ଏହା ୨୨.୩୮ କୋଟି ଟଙ୍କାକୁ ହ୍ରାସ ପାଇଛି।
  11. ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନେ ଅନ୍ୟ ରାଜ୍ୟକୁ ପଳାୟନ କରିଥିଲେ ଆଉ ଏବେ ଏହା ଦ୍ୱିତୀୟ ଥର ପାଇଁ ଘଟୁଛି। ସେ କହିଛନ୍ତି ଯେ କଶ୍ମୀରରେ ହିନ୍ଦୁମାନଙ୍କୁ ଯେପରି ଟାର୍ଗେଟ କରାଯାଉଛି ଏବଂ ହତ୍ୟା କରାଯାଉଛି ତାହା ଚିନ୍ତାର ବିଷୟ। ସେମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ।
  12. ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଛାତ୍ର କଳସ ଗୁପ୍ତାଙ୍କୁ ଅନ୍ତରାଷ୍ଟ୍ରୀୟ କୋଡିଂ ପ୍ରତିଯୋଗିତା ‘ଟିସିଏସ କୋଡଭାଇଟା’ ସିଜନ ୧୦ର ବିଜେତା ଘୋଷିତ କରାଯାଇଛି | ଏହି ପ୍ରତିଯୋଗିତାରେ ୮୭ ଟି ଦେଶରୁ ୧୦୦,୦୦୦ ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ |
  13. ଚମ୍ପାୱତ୍‌ ଉପନିର୍ବାଚନରେ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟ୍‌ରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। 
  14. ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା। ଉତ୍ତରପ୍ରଦେଶର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟକୁ ମିଳିଲା କଣ୍ଟ୍ରାକ୍ଟ । କଣ୍ଟ୍ରାକ୍ଟ ଅନୁଯାୟୀ ଟାଟା ପ୍ରୋଜେକ୍ଟ ବିମାନବନ୍ଦରରେ ଟର୍ମିନାଲ୍, ରନୱେ, ଏୟାରସାଇଡ୍ ଭିତ୍ତିଭୂମି, ସଡକ, ୟୁଟିଲିଟି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୋଠା ନିର୍ମାଣ କରିବ ।
  15. କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଟାର୍ଗେଟ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ କଶ୍ମୀର ପଣ୍ଡିତ ସଂଘର୍ଷ ସମିତି (କେପିଏସଏସ) କଶ୍ମୀରରେ ରହୁଥିବା ସମସ୍ତ ଧାର୍ମିକ ସଂଖ୍ୟାଲଘୁଙ୍କୁ ଉପତ୍ୟକା ବାହାରେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶୁକ୍ରବାର ଶ୍ରୀନଗରରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।
  16. ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। 
  17. ଅଷ୍ଟ୍ରେଲିଆରୁ ସ୍ବତନ୍ତ୍ର ଭାବେ ଏହି ସୁପର ସପ୍ପରକୁ ବାରବାଟୀକୁ ଅଣାଯାଇଛି। ବର୍ଷା ଯୋଗୁଁ ପଡିଆରେ ପାଣି ଜମି ରହିବା ସ୍ଥିତି ସୃଷ୍ଟି ହେଲେ ଅତ୍ୟାଧୁନିକ ସୁପର ସପ୍ପର ଅତି କମ୍ ସମୟରେ ଜଳ ନିଷ୍କାସନ କରିପାରିବ। ଫଳରେ ବର୍ଷା ଯୋଗୁଁ ବାରବାଟୀ ଟି-୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍।
  18. ଯାଜପୁର ବ୍ଳକ ବେରୁଦା ପଂଚାୟତ ଜଗତପୁର ଠାରେ ନୂତନ ଜଗନ୍ନାଥ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଦୂର ଆମେରିକା ରେ ରହୁଥିବା ଭାସ୍କର ନାୟକ ଏହି ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।
  19. ଭାରତୀୟ ଚା ରେ ଅଧିକ ରସାୟନିକ ଓ କିଟନାଶକ ଯୋଗୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରେତା ଚା କନସାଇନମେଣ୍ଟର ଏକ ସିରିଜକୁ ଫେରାଇ ଦେଇଛନ୍ତି। ଭାରତୀୟ ଚା ରପ୍ତାନୀକାରୀ ସଂଘ (ଆଇଟିଇଏ) ଅଧ୍ୟକ୍ଷ ଅଂଶୁମାନ କନୋରିଆ ଏହି ସୂଚନା ଦେଇଛନ୍ତି।
  20. ଷ୍ଟାର ପ୍ଲସ୍‌ର ରିଆଲିଟି ସୋ ‘ସ୍ମାର୍ଟ ଯୋଡି’ରେ ଲୋକପ୍ରିୟ ଦମ୍ପତ୍ତଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ନିଜ ଅନ୍ଦାଜ୍‌ରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ହେଲେ ବର୍ତ୍ତମାନ ଏହି ଶୋ’କୁ ତାଙ୍କର ସ୍ମାଟ୍‌ ଯୋଡି ମିଳିଯାଇଛି। ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ୍‌ ବିଜେତା ହୋଇଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.