• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୁଣିଥରେ କରୋନା ସଂକ୍ରମିତ ହେଲେ କାର୍ତ୍ତିକ ଆରିୟନ, ଆଦିତ୍ୟ ରୟ କପୁର ବି କୋଭିଡ୍ ପଜିଟିଭ୍ ।
  2. ବିଭାଗ ଉପଦେଷ୍ଟା ଏବଂ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗର ଚିଠି ।
  3. ଏଥର ଫାଇଦାରେ ରହିବ ପଶ୍ଚିମ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ମିଳିଥିଲା। ହେଲେ, ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଥିବା ପରିପ୍ରେକ୍ଷୀରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
  4.  ଦିଲ୍ଲୀର ଚାଣକ୍ୟପୁରୀ ପିଭିଆର୍‌ରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ସମ୍ରାଟ୍ ପୃଥ୍ବୀରାଜ ଦେଖି ଏହାକୁ ବିଶ୍ବ ଶ୍ରେଣୀର କହି ଖୁବ୍ ପ୍ରଶଂସା କରିଛନ୍ତି।
  5.  ଦୁଷ୍କର୍ମ ସଂସ୍କୃତିକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରୋତ୍ସାହିତ କରୁଥିବା ଏକ ପର୍ଫ୍ୟୁମ୍‌ ବ୍ରାଣ୍ଡ୍‌ର ବିଜ୍ଞାପନ ହଟାଇ ଦେବାପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଜି ଟ୍ବିଟର ଏବଂ ୟୁଟ୍ୟୁବ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।
  6. ଓଡିଶାର ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୦୫ ଜୁନ ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
  7. ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି –
    ୧: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ୨: ଆଳି ବିଧାୟକ ପ୍ରତାପ ଦେବ୩: ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୪: ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ୫: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି୬: ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ୭: ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର୮: ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ୯: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ୧୦: ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ୧୧: ଝାରସୁଗୁଡା ବିଧାୟକ ନବକିଶୋର ଦାଶ୧୨: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ୧୩: ଏକାମ୍ର ବିଧାୟକ ଅଶୋକ ପଣ୍ଡା୧୪: ପ୍ରୀତିରଞ୍ଜନ ଘଡ଼ାଇ୧୫: ରୁଦ୍ର ନାରାୟଣ ମହାରଥୀ୧୬: ବାସନ୍ତୀ ହେମ୍ବ୍ରମ୍‍୧୭: ମନୋହର ରାନ୍ଧାରୀ୧୮: ପ୍ରଦୀପ ଅମାତ ୧୯: ରୋହିତ ପୂଜାରୀ
  8.  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡର ୧୮୦ଟି, ରାୟଗଡର ୭୦ଟି,ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।
  9. ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ। ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ଯ ସମାପନ୍ନ ହୋଇ ପାରିନାହିଁ । ଯେଉଁଥିପାଇଁ ୪୪ ଦିନ ପର୍ଯ୍ଯନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ ସୂଚନା ମିଳିଛି ।
  10. ପୂର୍ବଭଳି ଭୁବନେଶ୍ୱର-କଟକ ମଧ୍ୟରେ ମହିଳା ବସ୍‍ ଚଳାଚଳ କରିବ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ଓଏସ୍‍ଆରସିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି କୁହାଯାଇଛି ଯେ ମହିଳା ବସ୍‍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ନିଷ୍କତ୍ତି ନେଇଛି।
  11. ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍କଣ୍ଠିତ ରହିଥିବା ବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚଳିତ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ।
  12. ଭାରତୀୟ ବଂଶୋଦ୍ଭବ ଆମେରିକା ଛାତ୍ରୀ ହରିଣୀ ଲୋଗାନ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୧୩ ବର୍ଷ ବୟସରେ ସ୍କ୍ରିପ୍ସ ନ୍ୟାସନାଲ ସ୍ପେଲିଂ ବି କମ୍ପିଟେସନ ଜିତିଛନ୍ତି। ମାତ୍ର ୯୦ ସେକେଣ୍ଡ ମଧ୍ୟରେ ୨୧ଟି ଶଦ୍ଦର ସଠିକ୍‌ ସ୍ପେଲିଂ (ବନାନ) କହି ହରିଣୀ ପ୍ରାୟ ୩୮ ଲକ୍ଷ ୮୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି।
  13. ମହାରାଷ୍ଟ୍ରରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର ।
  14. କର୍ଣ୍ଣାଟକ ରାଜ୍ୟର ମାଣ୍ଡିୟା ଜିଲ୍ଲାରେ ଥିବା ଜାମିଆ ମସଜିଦ ସାମ୍ନାରେ ଶନିବାର ଦିନ ହନୁମାନ ଚାଳିଶା ପାଠ ସହ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଧମକ ଦେଇଛି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ । ଏଠାରେ ମସଜିଦ ବାହାରେ ବିରୋଧ କରିବା ପରେ ମସଜିଦର ସ୍ଥିତିକୁ ସୁରକ୍ଷା ବଢାଇ ଦିଆଯାଇଛି । 
  15.  ତୁର୍କୀ ଫେରାଇଦେଇଥିବା ଭାରତୀୟ ଗହମକୁ ନେବାକୁ ମନା କରିଦେଇଛି ଇଜିପ୍ଟ । ଏ ସମ୍ପର୍କରେ ଇଜିପ୍ଟର ଜଣେ ଅଧିକାରୀ ଅହମ୍ମଦ ଏଲ ଅଟର କହିଛନ୍ତି । 
  16. ଲୋକଙ୍କୁ ବିଦ୍ୟୁତ୍ ଚାଳିତ ଯାନ ‌ଚଳାଇବା ପାଇଁ ଉତ୍ସାହିତ କରିବାକୁ ଓଲା କରୁଛି ବଡ଼ ପ୍ରୟାସ। କିଛି ଦିନ ତଳେ ଓଲା ନିଜର ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ଏବେ ନିଜର ଛବି ସୁଧାରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଲା।
  17.  ଆମେରିକା ବିଦେଶ ବିଭାଗ ଦ୍ବାରା ଗୁରୁବାର ଦିନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଧର୍ମାନୁଷ୍ଠାନମାନଙ୍କରେ ଆକ୍ରମଣ ବଢ଼ୁଛି। 
  18. ମୁଦ୍ରା ନୀତି କମିଟିର ବୈଠକ ଜୁନ ୬ରୁ ୯ ମଧ୍ୟରେ ହେବାକୁ ଯାଉଛି । ଗତ ଥର ଏପ୍ରିଲରେ ଅନୁଷ୍ଠିତ ବୈଠକରେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ କରାଯାଇନଥିଲା । ମାତ୍ର ମେ ମାସରେ ବସିଥିବା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲେ। ପୁଣି ଥରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରି ପାରନ୍ତି ।
  19. ଶ୍ରୀଲଙ୍କାର ଔଷଧ ଶିଳ୍ପରେ ଦେଖାଦେଇଥିବା ଏହି ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଛି। ଏଭଳି ପରିସ୍ଥିତିରେ ଭାରତ ପଠାଇଥିବା ୩.୩ ଟନ୍‌ର ଡାକ୍ତରୀ ଔଷଧପତ୍ର ଓ ସାମଗ୍ରୀ ଦେଶ ପାଇଁ କିଛି ମାତ୍ରାରେ ଆଶାର କିରଣ ଆଣିଛି।
  20. ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଛି। ଏହି ଶହେଦିନ ମଧ୍ୟରେ ରୁଷର ଜଳ, ସ୍ଥଳ ଓ ଆକାଶି ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପ ପାଲଟିଛି। ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହେଲେଣି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.