• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ । ନିଜର ଫଟୋ ପରିଚୟପତ୍ର ଦେଖାଇ ଟିକେଟ୍ କିଣିବେ ଦର୍ଶକ ।
  2. ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି ’ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
  3. ମୁଖ୍ୟମନ୍ତ୍ରୀ ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି । କେଉଁ କ୍ୟାବିନେଟ ମନ୍ତ୍ରୀଙ୍କୁ କେଉଁ ବିଭାଗ ଓ କେଉଁ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଲା ଜାଣନ୍ତୁ ଏହି ରିପୋର୍ଟରୁ ।ଜଗନ୍ନାଥ ସାରକାଙ୍କୁ ଏସସିଏସଟି, ସଂଖ୍ୟାଲଘୁ, ଆଇନ ବିଭାଗ ମିଳିଛି । ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଦିଆଯାଇଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମିଳିଛି । ପ୍ରମିଲା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ କରାଯାଇଛି । ଉଷା ଦେବୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କରାଯାଇଛି । ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମିଳିଛି ।
  4. ସେହିପରି ପ୍ରତାପ ଦେବଙ୍କୁ ଶିଳ୍ପ, MSME ଓ ଶକ୍ତି ବିଭାଗ ମନ୍ତ୍ରୀ କରାଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ କରାଯାଇଛି । ପ୍ରଦୀପ କୁମାର ଅମାତଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିଛି । ନବ କିଶୋର ଦାସଙ୍କୁ ପୂର୍ବ ପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ ମିଳିଛି । ଅଶୋକ ଚନ୍ଦ୍ର ପଣ୍ଡା ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ବ ତୁଲାଇବେ । ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ମିଳିଥିବା ବେଳେ ଟୁକୁନି ସାହୁଙ୍କୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ କରାଯାଇଛି 
  5. ସମୀର ରଞ୍ଜନ ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇବେ । ଅଶ୍ବନୀ କୁମାର ପାତ୍ରଙ୍କୁ ସଂସ୍କୃତି, ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ପ୍ରୀତି ରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ ନିଯୁକ୍ତି ତଥା ରାଜ୍ୟ ବୀମା ଦାୟିତ୍ବ ମିଳିଥିବା ବେଳେ ତୁଷାରକାନ୍ତି ବେହେରାଙ୍କ ଆଇଟି, ଇଲେକ୍ଟ୍ରୋନିକ୍ସ, ଯୁବ ବ୍ୟାପାର ସହିତ ଗୃହ ରାଷ୍ଟ୍ର ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଥିବା ବେଳେ ରୀତା ସାହୁଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ କରାଯାଇଛି । ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ କରାଯାଇଛି ।
  6. ଭାରତୀୟ ଜନତା ପାର୍ଟି ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି । ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା । ଏହି ବିବୃତ୍ତିରେ ଉତ୍ତେଜନା ପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି ।
  7. ଦେଶରେ କୋଟି କୋଟି ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ । ଏହି କାରଣରୁ ଦେଶରେ ପ୍ରତିବର୍ଷ ୧୭ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହାସହ ଉତ୍ତମ ଖାଦ୍ୟର ଅଭାବ ପରିବେଶ ଉପରେ ବି ପକାଉଛି ନକାରାତ୍ମକ ପ୍ରଭାବ ।ବିଶ୍ବରେ ୪୨ ପ୍ରତିଶତ ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ ହେଉଥିବା ବେଳେ, ଭାରତରେ ଏହି ହାର ୭୧ ପ୍ରତିଶତ ।
  8. ପୁଣି ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। କେବଳ ସଲମାନ ଖାନ୍‌ ନୁହଁନ୍ତି, ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍‌ଙ୍କୁ ବି ହତ୍ୟା କରିବାକୁ ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ତୁମର ବି ମୁସେୱାଲା କରିଦେବୁ। ଅର୍ଥାତ ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମକୁ ବି ହତ୍ୟା କରିବୁ।
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବୈଶ୍ୱିକ ପଦକ୍ଷେପ ‘ଲାଇଫ୍ ମୁଭମେଣ୍ଟ’ ଶୁଭାରମ୍ଭରେ ସାମିଲ ହୋଇଥିଲେ। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ବିଲ ଗେଟ୍ସ କହିଥିଲେ, ‘ଏହି ବୈଶ୍ୱିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଆମ ବିଶ୍ୱ ଜଳବାୟୁ ଲକ୍ଷ୍ୟକୁ ହ୍ରାସ କରିବାରେ ଭାରତର ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
  10. ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ବିଜେପି ନୁପୁର ଶର୍ମା। ଏହାପରେ କହିଥିବା ଶବ୍ଦ ଫେରାଇ ନେଉଛି କହି କ୍ଷମା ବି ମାଗିଲେ। ତଥାପି ସରିଲାନି ବିବାଦ। ବରଂ ଦେଶ କଥା ଏବେ ବିଦେଶକୁ ମାତିଲା। ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ କତାର ସରକାର ଭାରତକୁ ସମନ କରିଛନ୍ତି।
  11. ଫିଲ୍ମ ତାରକ ଆରିୟନ ଓ ଆଦିତ୍ୟ କପୁର କୋଭିଡ୍ ପଜିଟିଭ୍ ହୋଇଥିବା ବେଳେ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କୋଭିଡ୍ ପଜିଟିଭ୍ ହୋଇଛନ୍ତି।
  12. କେତେବେଳେ ଠକ ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି କରିଦେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଗେମ୍‌ ଖେଳିଲେ ଉଡ଼ିଯାଉଛି ଟଙ୍କା । ସେହିପରି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ହାଇଦ୍ରାବଦରେ । ଜଣେ ୧୬ ବର୍ଷୀୟ ନାବାଳକ ମୋବାଇଲ୍‌ ଫୋନ୍‌ରେ ଅନ୍‌ଲାଇନ୍‌ ଗେମ୍ ଖେଳି ୩୬ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଜଣାପଡ଼ିଛି ।
  13. କେତେବେଳେ ଠକ ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି କରିଦେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଗେମ୍‌ ଖେଳିଲେ ଉଡ଼ିଯାଉଛି ଟଙ୍କା । ସେହିପରି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ହାଇଦ୍ରାବଦରେ । ଜଣେ ୧୬ ବର୍ଷୀୟ ନାବାଳକ ମୋବାଇଲ୍‌ ଫୋନ୍‌ରେ ଅନ୍‌ଲାଇନ୍‌ ଗେମ୍ ଖେଳି ୩୬ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଜଣାପଡ଼ିଛି ।
  14. ମତଦାନ କେନ୍ଦ୍ରକୁ ଯିବା ପାଇଁ ୧୮ କିମି ଚାଲିଲେ ମୁଖ୍ୟ ନିର୍ବାଚନ କମିଶନର । କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଉତ୍ତରଖାଣ୍ଡର ଏକ ମତଦାନ କେନ୍ଦ୍ରରେ ପହଁଚିବାକୁ ୧୮ କିମି ଯାଏଁ ପାଦରେ ଯାତ୍ରା କରିଛନ୍ତି । ଏହି ମତଦାନ କେନ୍ଦ୍ର ଚମୋଲୀ ଜିଲ୍ଲାର ଏକ ପାହାଡିଆ ସ୍ଥାନରେ ରହିଛି । ତେବେ ସିଇସି ନିଜେ ବୁଥ୍ ଯାଏଁ ଯିବାକୁ ନିଷ୍ପତ୍ତି ନେଇଥିଲେ ଓ ଚାଲିଚାଲି ଯାଇଥିଲେ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.