• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ନାଇଜେରିଆରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । 
  2. ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ମୁମ୍ବାଇ ପୁଲିସ ନିଲମ୍ବିତ ବିଜେପି ନେତା ତଥା ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ ପଠାଇବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।
  3. ବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମଦ୍‌ଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉତ୍ତର ପ୍ରଦେଶର କାନପୁରରେ ସଂଘଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୪୦ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଜାରି କରିଛି ଉତ୍ତରପ୍ରଦେଶ ପୁଲିସ୍‌। ପୁଲିସ୍‌ ସିସିଟିଭି ଭିଡିଓ ଫୁଟେଜ୍‌ ଜରିଆରେ ଆନ୍ଦୋଳନକାରୀମାନଙ୍କୁ ଚିହ୍ନିବାରେ ସମର୍ଥ ହୋଇଛି।
  4. ଡାକବାଲା ବା ପୋଷ୍ଟମ୍ୟାନ ଏଣିକି ଆଉ ଏକ ଜରୁରୀ ସେବା ଯୋଗାଇବେ । ତାହା ହେଉଛି ଆଧାର ସମ୍ପର୍କିତ ସେବା ।  ସେମାନେ ଆପଣଙ୍କ ଘରକୁ ଯାଇ ଆଧାର ଓ ମୋବାଇଲ ନମ୍ବର ଲିଙ୍କ୍, ଛୋଟ ପିଲାମାନଙ୍କର ଆଧାର ପଂଜୀକରଣ, ଆଧାର ତଥ୍ୟ ଅପଡେଟ୍ ଆଦି କାର୍ଯ୍ୟ କରିପାରିବେ ।
  5. ଦୁଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦୁହିଁଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ବି ଏହା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ଏହି ମନ୍ତବ୍ୟକୁ ନେଇ ଗଲ୍ଫ ଦେଶଗୁଡିକର ଅସନ୍ତୋଷ ପ୍ରସଙ୍ଗ ବର୍ତ୍ତମାନ ବନ୍ଦ ହେବା ଭଳି ମନେ ହେଉନାହିଁ। ଏହାକୁ ବିରୋଧ କରି କୁଏତର ଏକ ସୁପରମାର୍କେଟ ଭାରତୀୟ ଦ୍ରବ୍ୟକୁ ହଟାଇ ଦେଇଥିବା ଜଣାପଡ଼ିଛି।
  6. ୨୦୨୬ରେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି। 
  7. ହିନ୍ଦୀ ଅନୁନ୍ନତ ରାଜ୍ୟର ଭାଷା ବୋଲି କହି ଭାଷା-ସଂଗ୍ରାମ ବିତର୍କରେ ଡିଏମ୍‌କେସାଂସଦ ଟିକେଏସ୍‌ ଏଲଙ୍ଗବନ୍‌ ସଦ୍ୟ ବିବାଦର ସୂତ୍ରପାତ କରିଛନ୍ତି। ହିନ୍ଦୀ କେବଳ ଶୂଦ୍ରମାନଙ୍କ ପାଇଁ କହି ସେ ଜାତିଆଣା ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
  8. ରବିବାର ଦିନ ଫିଲିପ୍ପିନ୍‌ସ୍‌ର ପୂର୍ବ ପ୍ରାନ୍ତରେ ଗୋଟାଏ ଆଗ୍ନେୟଗିରିରୁ ପ୍ରକାଣ୍ଡ କଳାବଉଦ ଉଦ୍‌ଗୀରଣ ହୋଇ ୨ଟି ସହରରେ ଥିବା ୧୦ଟି ଗାଁ ପାଉଁଶରେ ପୋତି ହୋଇଯିବାରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ପଡ଼ିଥିଲା।
  9. ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ନଗଣ୍ୟ ହେଲେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଏହା ନାନାବିଧ ଉଦ୍ୟମ କରିଚାଲିଛି। ଗତ ୮ ବର୍ଷ ଭିତରେ ଭାରତର ବନାଞ୍ଚଳ ୨୦,୦୦୦ ବର୍ଗ କିଲୋମିଟର ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
  10. ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ନୂଆ ଦାୟିତ୍ବ। ପ୍ରଶାନ୍ତ କୁମାର ମୁଦୁଲି ହେଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
  11. ୧୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୧ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଗୋଟିଏ ପଲସର୍ ବାଇକ ଜବତ କରିଛି ପୋଲିସ୍‌ । ଏଥିରେ ଜଡ଼ିତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନସୁଗାର ବେପାରୀ ଖୋର୍ଦ୍ଧା ଫରେଷ୍ଟ କଲୋନୀର ଦେବବ୍ରତ ମିଶ୍ର ଏବଂ ଗୁରୁଜଙ୍ଗ ଦେୱାନସାହିର ଅମରେଶ ବେହେରା ।
  12. ପରମାଣୁ ଶକ୍ତି ସମ୍ପନ୍ନ ଅଗ୍ନି-୪ ମିସାଇର ସଫଳ ପରୀକ୍ଷଣ। ସୋମବାର(ଜୁନ ୫) ଭଦ୍ରକ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୪ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହି ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ। ସାମରିକ ବଳ କମାଣ୍ଡ ନେତୃତ୍ୱରେ ପରୀକ୍ଷଣ ହୋଇଥିବା ଏହି ମିଶାଇଲ୍‌ର ଦୂରଗାମୀ କ୍ଷମତା ୪ ହଜାର କିମି ରହିଛି।
  13. ଚୀନରେ ସୋମବାରଠୁ ନାବାଳକ ଏବଂ ନାବାଳିକାଙ୍କ ଟାଟୁ କରିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଚୀନ ସରକାରଙ୍କ ଅନୁସାରେ, ୧୮ ବର୍ଷରୁ କମ ପିଲାଙ୍କ ପାଇଁ ବଡି ଆର୍ଟ ସାମ୍ୟବାଦର ମୂଳ ସିଦ୍ଧାନ୍ତର ଉଲ୍ଲଂଘନ କରୁଛି । 
  14. ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ନାଁରେ ଗାଁ ରାସ୍ତାର ନାମକରଣ ପରେ ଥାନାରେ ମାମଲା। କର୍ଣ୍ଣାଟକ ଉଡୁପୀ ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ପଞ୍ଚାୟତକୁ ସତର୍କ କରାଯାଇଥିଲା। ହେଲେ ତଥାପି ସାଇନ ବୋର୍ଡ ନ ହଟିବାରୁ ଏନେଇ ଥାନାରେ ମାମଲା ହୋଇଛି।
  15.  ଡିଏସି ଦ୍ୱାରା ବାୟ ଇଣ୍ଡିଆନ’, ‘ବାୟ ଆଣ୍ଟ ମେକ୍ ଇଣ୍ଡିଆନଅଧିନରେ ୭୬,୩୯୦ କୋଟି ଟଙ୍କାର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି ।
  16. ଜୁନ ୧୦ରେ ରାଜସ୍ଥାନର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ନିଜର ବିଧାୟକଙ୍କୁ ପ୍ରଶିକ୍ଷଣ ଶିବିର ପାଇଁ ଏକ ରିସର୍ଟରେ ରଖିବ ବିଜେପି। ରାଜ୍ୟ ବିଜେପି ମୁଖପାତ୍ରଙ୍କ ସୂଚନା ଅନୁସାରେ, ବିଜେପିର ସମସ୍ତ ବିଧାୟକଙ୍କୁ ପାର୍ଟି କାର୍ଯ୍ୟାଳୟରୁ ବସ ଯୋଗେ ରିସର୍ଟ ନିଆଯିବ।
  17. ନୋଏଡ଼ାରେ ସାଇବର ଠକମାନେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ଶିକ୍ଷା ସଂସ୍ଥାନର ୬୦ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ସେମାନେ ଏନଆଇଓଏସର ଇମେଲ ଆଇଡିକୁ ବ୍ୟବହାର କରି ଏପରି କାଣ୍ଡ ଭିଆଇଛନ୍ତି। ପୋଲିସ ଏନେଇ ମାମଲା ରୁଜୁ କରି ଠକମାନଙ୍କୁ ଧରିବାକୁ ଚେଷ୍ଠା କରୁଛି।
  18. ଭାରତୀୟ ନୋଟରେ ରବୀନ୍ଦ୍ର ନାଥ ଟାଗୋର ଏବଂ ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଫଟୋ ଦେଖିବାକୁ ମିଳିପାରେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମହାତ୍ମା ଗାନ୍ଧୀଙ୍କ ସହିତ ଏହି ଦୁଇ ହସ୍ତୀଙ୍କ ଫଟୋ ନୋଟରେ ଛାପିବା ପାଇଁ ବିସ୍ତୃତ ବିଚାର ବିମର୍ଶ ଚଳାଇଥିବା ରିପୋର୍ଟରେ କୁହାଯାଇଛି।
  19. ରାଜ୍ୟର ସହରାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଗ୍ରୁପ୍‍ ଜରିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ବିଶେଷ କରି ମୁକ୍ତା ଯୋଜନାରେ ହେଉଥିବା କାର୍ଯ୍ୟରେ ଏସ୍‍ଏଚ୍‍ଜି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେବେ ଏହି କାର୍ଯ୍ୟ ଶେଷ ପରେ ଯେମିତି ଏସ୍‍ଏଚ୍‍ଜି ମହିଳାମାନେ ସେମାନଙ୍କ ଅର୍ଥ ନେବା ପାଇଁ କୌଣସି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି, ତାହା ଉପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.