• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଓ ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ମାମଲା‌ରେ ତୁରନ୍ତ ପଦକ୍ଷେପ ନିଅ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି।
  2. ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନ୍ ୧୬ ତାରିଖ ସୁଦ୍ଧା ୩,୩୯,୨୨୫ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ଭିତରେ ୨,୩୩,୬୫୧ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଥିଲା।
  3. ‘ଆସନ୍ତା ଜୁନ୍‌ ୨୪ରୁ ବାୟୁସେନାରେ ଅଗ୍ନିପଥ’ ଯୋଜନା ଅଧୀନରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ।
  4. କେନ୍ଦ୍ର ସରକାରଙ୍କ କୌଣସି କର୍ମଚାରୀ ତୃତୀୟ ପକ୍ଷ ଭର୍ଚୁଆଲ୍ ପ୍ରାଇଭେଟ୍‌ ନେଟ୍‌ୱର୍କ (ଭିପିଏନ୍‌) ଓ କ୍ଲାଉଡ୍‌ ସେବା ଆଦିକୁ ବ୍ୟବହାର କରି ଫାଇଲଗୁଡିକ ରଖି ପାରିବେ ନାହିଁ। ଏହା ଉପରେ ସରକାର କଟକଣା ଜାରି କରିଛନ୍ତି।
  5. ଜମ୍ମୁ କାଶ୍ମୀର ବିଧାନସଭା ନିର୍ବା‌ଚନ  ଚଳିତ ବର୍ଷ ‌ଶେଷ ସୁଦ୍ଧା ହେବା ସମ୍ଭାବନା ରହିଛି। ଜମ୍ମୁ କାଶ୍ମୀରରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇଛି। ଏହାପରେ ଜମ୍ମୁ କାଶ୍ମୀରରେ ଆସନ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି। କାଶ୍ମୀରରେ ୪୭ ଆସନ ଏବଂ ଜମ୍ମୁରେ ୪୩ ଆସନ।
  6. ୨୦୨୧ ଶେଷ ସୁଦ୍ଧା ପର୍ଯ୍ୟନ୍ତ ବିଶ୍ଵରରେ ୩୬ ନିୟୁତରୁ ଅଧିକ ଶିଶୁଙ୍କୁ ବିସ୍ଥାପିତ କରାଯାଇଛି। ହିଂସା, ବିବାଦ ଏବଂ ଅନ୍ୟାନ୍ୟ ସଙ୍କଟ କାରଣରୁ ୩୬ ନିୟୁତରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି ବୋଲି ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି।
  7. ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି। ଏହି ପଦବି ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା।
  8. ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି ।
  9. କୁଏତ୍‌ ଆଦି ଆରବ ଦେଶସମୂହ ଭାରତକୁ ତୀବ୍ର ସମାଲୋଚନା କରୁଥିଲେ ବି ଭାରତରୁ କୁଏତ୍‌କୁ ୧୯୨,୦୦୦ କିଲୋଗ୍ରାମ୍‌ ଗୋବରଖତ ରପ୍ତାନି କରାଯାଉଥିବା କଥା କଷ୍ଟମ୍‌ ବିଭାଗସୂତ୍ରରୁ ଜଣାପଡ଼ିଛି।
  10. ବଙ୍ଗ କାହାକୁ ଭିକ୍ଷା ମାଗେ ନାହିଁ ବୋଲି ଗୁରୁବାର ଦିନ ଦକ୍ଷିଣେଶ୍ବର ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
  11. ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୯ରେ ଦୁବାଇରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
  12. ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ସିଂ
  13. ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗିତ ସମେତ ଉତ୍କୃଷ୍ଟ ସଂସ୍କୃତିର ବିକାଶ ସାଙ୍ଗକୁ ଏହାର ପ୍ରଚାର ଓ ପ୍ରସାରର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ ICCR ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ହଠାତ୍ ଏହାକୁ କୋଲକୋତାକୁ ସ୍ଥାନାନ୍ତର କରି ଜୋନାଲ କାର୍ଯ୍ୟାଳୟରେ ବିଲୀନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ରାଜ୍ୟବାସୀଙ୍କ ପାଇଁ ଘୋର ଅପମାନ ବୋଲି ସବୁଠି ମତ ପ୍ରକାଶ ପାଇଛି ।
  14. ୨୦ ଜୁନରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଭୋଟ ଦେଇପାରିବେନି ନବାବ ମଲ୍ଲିକ ଓ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । 
  15.  ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ ଅନୁଯାୟୀ  ଆଇସଲ୍ୟାଣ୍ଡ ହେଉଛି ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ ।
  16. ଉତ୍ତର ପ୍ରଦେଶରେ ଶୁକ୍ରବାର ଜୁମା ନମାଜ ଶାନ୍ତିପୂର୍ଣ୍ଣ ହୋଇଛି । ପୂର୍ବତନ ଡିଜିପି କହିଥିଲେ, ପୋଲିସ ନିଜର ପୁରୁଣା ଭୁଲକୁ ଦୋହରାଇବା ବନ୍ଦ କଲେ ରାଜ୍ୟରେ ଗୋଟିଏ ପତ୍ର ମଧ୍ୟ ହଲିବ ନାହିଁ ।
  17. ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। 
  18. ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ପରେ ଆଭେସ ଖାଁଙ୍କ ଘାତକ ବୋଲିଂ ବଳରେ ୪ର୍ଥ ଟି-୨୦ ମ୍ୟାଚରେ ଭାରତ ୮୨ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୨-୨ ସମାନ ସ୍ଥିତିକୁ ଆଣିଛି। ରବିବାର ବାଙ୍ଗାଲୋରରେ ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ।
  19. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। 
  20. ଜେନେଭାରେ ଅନୁଷ୍ଠିତ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଦେଶଗୁଡିକ ଭାରତରେ କୃଷକଙ୍କୁ ଦିଆଯାଉଥିବା କୃଷି ରିଆତିକୁ ବିରୋଧ କରିଛନ୍ତି। ପିଏମ୍‌ କିଶାନ ଯୋଜନାରେ ଭାରତର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି। ଏହା ବ୍ୟତୀତ ସାର, ଜୈବିକ ଖତ ଏବଂ ବିଦ୍ୟୁତ୍‌ ବିଲ୍‌, ଖାଦ୍ୟଶସ୍ୟର ଏମଏସପି ଉପରେ ମଧ୍ୟ ରିଆତି ଦିଆଯାଉଛି। ଏହି ରିଆତି ବନ୍ଦ କରିବା ପାଇଁ ଆମେରିକା ଏବଂ ୟୁରୋପ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.