• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ । ୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ଆଜି ନିର୍ବାଚନ ହେଉଛି । ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଭୋଟର ମତଦାନ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ । 
  2. ଯୋଡାମୁଣ୍ଡ ଶିଶୁ ଜଗାକୁ ଦେଖିଲେ ଦିଲ୍ଲୀ ଏଏମସ୍ ଡାକ୍ତର ଦୀପକ ଗୁପ୍ତା । ଜଗା ଭଲ ଅଛି, ଖେଳୁଛି ଓ ଚିହ୍ନୁଚି । 
  3. ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ। ଆସନ୍ତା 23 ରୁ 26 ଜୁନ୍ ପର୍ଯ୍ୟନ୍ତ ଓଡିଶା ଟେନିସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି କଷ୍ଟୋମାଇଜ୍ ଅଲ ଓଡିଶା ଜୁନିୟର ଚାମ୍ପିଅନସିପ୍ ।
  4. ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୋଲିସ । ସରକାରୀ ଜାଗାରେ ଘର କରି ଚାହା ଦୋକାନ ନାମରେ କରୁଥିଲା ନିଶା ବେପାର । ଗତକାଲି ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।
  5. ବିଡିଓ ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍ । ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟି ୨୨ ଲକ୍ଷ ଟଙ୍କା ଥିବା ବେଳେ, ଗୋଟିଏ ଦୁଇ ମହଲା କୋଠାର ଦାମ ରହିଛି ୧ କୋଟି ୧୦ ଲକ୍ଷ ଟଙ୍କା । ଗୋଟିଏ ବ୍ରିକ୍ସ‌୍ ଫ୍ୟାକ୍ଟ୍ରି ରହିଛି ଅଶ୍ୱିନୀଙ୍କ ନାଁରେ । ସେହିପରି ୪ଟି ଦାମୀ ଚାରିଚକିଆ, ୩ଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ ।
  6. ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି । ବାରମ୍ବାର ବିବାଦ ପରେ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି କେନ୍ଦ୍ର ସରକାର । ସିଏପିଏଫ୍ ଓ ଆସାମ୍ ରାଇଫଲରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
  7. ୟୁକ୍ରେନକୁ ଅଚାନକ ଗସ୍ତ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ ।
  8. ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ଏବେ ମିଳିବନି ମୁକ୍ତି । ଏଫଏଟିଏଫ ପକ୍ଷରୁ ପାକିସ୍ତାନ ଭିଜିଟ କରିବା ପରେ ସ୍ଥିତି ଅନୁଧ୍ୟାନ କରି ଗ୍ରେ ଲିଷ୍ଟରୁ ମୁକ୍ତି ମିଳିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ । 
  9. ଆସନ୍ତା ୨୦ ତାରିଖରୁ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ  ଇଟାଲୀ ଓ ଦୁବାଇ ଗସ୍ତ କରିବେ।
  10. ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗ ଦିଗରେ ଯାତ୍ରା ଆରମ୍ଭ କରିଛି ‘ମିଶନ ଶକ୍ତି’। ମା’ ମାନଙ୍କୁ ଅଧିକ ଆର୍ଥିକ ସଶକ୍ତ ଓ ସ୍ୱାବଲମ୍ବୀ କରାଯିବା ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି।
  11. ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । 
  12. ଓଡ଼ିଶାରୁ ଭାରତୀୟ ସେନାରେ ୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ତିନି ବର୍ଷରେ ୨୨୬୬ ଜଣ ଭର୍ତ୍ତି ହୋଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୧୭-୧୮ରେ ୭୩୭, ୨୦୧୮-୧୯ରେ ୪୭୪ ଏବଂ ୨୦୧୯-୨୦ରେ ୧୦୫୫ ଜଣ ଭର୍ତ୍ତି ହୋଇଛନ୍ତି।
  13. ସିକନ୍ଦରାବାଦ ରେଳ ଷ୍ଟେସନ୍‌ରେ ଗତକାଲି ‌ଯେଉଁ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା ତାହା ପଛରେ ଥିବା ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଗୁରୁବାର ଦିନ ଏହି ହିଂସା ପାଇଁ ଯୋଜନା ହୋଇଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
  14.  ପଞ୍ଜାବରେ ନିକଟରେ ଗଠିତ ଆମ୍ ଆଦମୀ ପାର୍ଟି ସରକାର ଏକ ମାସ ମଧ୍ୟରେ ବିଜ୍ଞାପନରେ ପ୍ରାୟ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ଯେଉଁଥିପାଇଁ ରାଜ୍ୟ ସରକାର ବିରୋଧୀଙ୍କ ଟାର୍ଗେଟରେ ଆସିଯାଇଛନ୍ତି।
  15.  କଂଗ୍ରେସ ନେତା ପୱନ ଖେଡାଙ୍କୁ ଆଜି ପଦୋନ୍ନତି ମିଳିଛି | ତାଙ୍କୁ କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ସେଲର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ପୱନ ଖେଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
  16. ପ୍ରଖ୍ୟାତ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ବଳଦେବରାଜ ଚୋପ୍ରା ଓରଫ୍‌ ବି. ଆର୍‌. ଚୋପ୍ରାଙ୍କର ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ପାରିବାରିକ ଘରକୁ ପ୍ରାୟ ୧୮୩ କୋଟି ଟଙ୍କାରେ ବିକ୍ରୟ କରାଯାଇଥିବା କଥା ‘ଇକୋନୋମିକ୍‌ ଟଇମ୍‌ସ୍‌’ ରିପୋର୍ଟ କରିଛି।
  17.  ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସହିତ ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ଜୁନ୍‌ ୨୧ ତାରିଖ ଦିନ ୧୭ଟି ବିରୋଧୀ ଦଳର ନେତାମାନେ ଦିଲ୍ଲୀରେ ବୈଠକ କରିବେ। 
  18. ରାଜ୍ୟ ସରକାର ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ରେ ଗ୍ରୁପ-‘ଏ’ ଏବଂ ‘ବି’ ପଦବୀରେ ୨୨୭୭ ଜଣଙ୍କୁ ଚାକିରି ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପ୍ରାଥମିକ, ମୁଖ୍ୟ ଓ ସାକ୍ଷାତକାର ପରୀକ୍ଷା କରି ନିଯୁକ୍ତି ଦିଆଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ ସରକାରଙ୍କ ୨୬ ବିଭାଗରେ ୫ ହଜାରରୁ ଊର୍ଦ୍ଧ୍ବ ଗ୍ରୁପ-‘ଏ’ ଓ ଗ୍ରୁପ-‘ବି’ ପଦବୀରେ ସରକାରୀ ଚାକିରି ଦେଉଥିବା ସମ୍ପର୍କରେ ଓପିଏସସି ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରାଯାଇଛି।
  19. ବିସିସିଆଇର ସର୍ବୋଚ୍ଚ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ୨୦୨୧-୨୨ର ଫାଇନାଲରେ ୪୧ଥର ବିଜେତା ମୁମ୍ବଇ ଓ ମଧ୍ୟପ୍ରଦେଶ ପ୍ରବେଶ କରିଛନ୍ତି। ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଚଳିତ ଜୁନ୍‌ ୨୨ରୁ ୨୬ ପର୍ଯ୍ୟନ୍ତ ବାଙ୍ଗାଲୋରରେ ଖେଳାଯିବ। ୨୩ବର୍ଷ ପରେ ମଧ୍ୟପ୍ରଦେଶ ଫାଇନାଲରେ ପହଞ୍ଚିଛି।
  20. ଶ୍ରୀଲଙ୍କା ସରକାର ସୋମବାରଠାରୁ ଦେଶର ସମସ୍ତ ସରକାରୀ ଅଫିସ ଓ ସ୍କୁଲ ବନ୍ଦ ରଖିଛନ୍ତି। ଦେଶରେ ପେଟ୍ରୋଲିୟମ ଇନ୍ଧନର ଘୋର ସଙ୍କଟ କାରଣରୁ ସରକାର ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.