• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ସରକାର  ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶରେ ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଂଜୁରୀ ଦେଲେ । ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ ।
  2. AIMIM  ମୁଖ୍ୟ ଅସଦୁଦ୍ଦୀନ ୱବେସୀ କହିଲେ ‘ମୋ ବିରୁଦ୍ଧରେ ଦାଏର ହୋଇଥିବା FIR କପିରେ ଉଲ୍ଲେଖ ନାହିଁ ମୋ ଅପରାଧ’ । ଏହି ମାମଲା ପାଇଁ ଆଦୌ ଭୟଭୀତ ନୁହେଁ ବରଂ ଓକିଲଙ୍କ ପରାମର୍ଶ ନେଇ ସମାଧାନ କରିବି । ଅଭଦ୍ର ଭାଷାର ଆଲୋଚନା ଓ ଅଭଦ୍ର ଭାଷାର ବ୍ୟବହାର କରିବା ମଧ୍ୟରେ ପାର୍ଥକ୍ୟ ରହିଥିବା ଟ୍ବିଟ କରି ଜଣାଇଛନ୍ତି ୱବେସୀ  ।
  3. ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବ । ୨୧ ଜୁଲାଇରେ ହେବ ଫଳାଫଳ ଘୋଷଣା ।
  4. କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି ସଦସ୍ୟ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବ।
  5. ନିକଟରେ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡର ସମସ୍ତ ୪୧ ଜଣ ପ୍ରାର୍ଥୀଙ୍କୁ ଗତ ଶୁକ୍ରବାର ଦିନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବଚିତ ଘୋଷିତ କରାଯାଇଥିଲା।
  6.  ଝାଡଖଣ୍ଡର ହୁମଲା ଜିଲ୍ଲା ବସୁଆ ଗ୍ରାମରେ   ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଧରିବା ପରେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ନିର୍ଘାତ ମାଡ଼ ମାରିବା ପରେ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି।
  7. ସଂପ୍ରତି ଜେଲରେ ଥିବା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ  ଜୁନ୍‌ ୧୦ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁମତି ମିଳିନାହିଁ।
  8. ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ନୂଆ ଫ୍ଲଡ଼ ଲାଇଟ ବ୍ୟବସ୍ଥା। ଓସିଏ ୨୦ ବର୍ଷ ପୁରୁଣା ଲାଇଟକୁ ପରିବର୍ତ୍ତନ କରାଯାଇ ୧୨ କୋଟି ଟଙ୍କା ବ୍ୟୟରେ ନୂଆ LED ଲାଇଟ ଲାଗାଇଛି । 
  9. ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ବହିଷ୍କୃତ ହୋଇଥିବା ମୁଖପାତ୍ର ନବୀନ ଜିନ୍ଦଲଙ୍କ ନାଁରେ ମହାରାଷ୍ଟ୍ରର ଥାଣେରେ ଅଭିଯୋଗ ଦାଖଲ କରାଯାଇଛି।
  10. ୟୁକ୍ରେନ ଉପରେ ଋଷିଆର ଯୁଦ୍ଧ ଘୋଷଣା ପରଠାରୁ ୟୁକ୍ରେନ ବାୟୁସେନା ଋଷର ୧ ହଜାର ୧୦୦ ଠିକଣା ଉପରେ ବିମାନ  ଆକ୍ରମଣ କରିଛି। ଏଥିରେ ଋଷିଆର ସୈନ୍ୟ ଉପକରଣ, ରସଦ କେନ୍ଦ୍ର ଓ ଋଷିଆ ଦ୍ୱାରା ଅଧିକୃତ କ୍ଷେତ୍ରକୁ ଟାର୍ଗେଟ କରାଯାଇଥିବା ବାୟୁସେନା କମାଣ୍ଡ ଏକ ବୟାନରେ କହିଛନ୍ତି। 
  11. ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସାରା ବିଶ୍ୱର ୯୪ଟି ଦେଶରେ ଖାଦ୍ୟ ସଂକଟ ସୃଷ୍ଟି ହୋଇଛି। ୧.୬ ବିଲିୟନ ଲୋକଙ୍କ ଉପରେ ଏହାର ବିପଦ ରହିଛି ।
  12. ବିଶ୍ୱର ଅନେକ ଦେଶ ୪ ଦିନ କାମ ଏବଂ ୩ ଦିନ ଛୁଟି ଫର୍ମୁଲା ଉପରେ ବିଚାର କରୁଛନ୍ତି । ଏପରି ସ୍ଥିତିରେ ଏବେ ବ୍ରିଟେନ ସମ୍ପୂର୍ଣ୍ଣ ଦରମା ସହ ୪ ଡେ’ ୱାର୍କ ୱିକ୍ ସିଷ୍ଟମ ପ୍ରୟୋଗ ଆରମ୍ଭ କରିଛି ।
  13. ବିଶ୍ୱ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ୍‌ ବିଭାଗର ମୁଖ୍ୟ ହେବେ ଭାରତର କ୍ରିଷ୍ଣା ଶ୍ରୀନିବାସନ୍‌ । ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓରଜିଏଭା ବୁଧବାର ଏ ନେଇ ସୂଚନା ଦେଇଛନ୍ତି ।
  14. କୋଲ ଇଣ୍ଡିଆ ଲିମିଡେଟ୍ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ବିଦେଶରୁ ୨୪.୧୬ ଲକ୍ଷ ଟନ କୋଇଲା ଆମଦାନୀ ଲାଗି ଟେଣ୍ଡର ଜାରି କରିଛି। 
  15. ପାକିସ୍ତାନୀ ସାଂସଦ ତଥା ପ୍ରସିଦ୍ଧ ଟିଭି ଉପସ୍ଥାପକ ଅମିର ଲିଆକତ ହୁସେନ୍‌ଙ୍କର ମୃତ୍ୟୁ ହୋଇଛି। 
  16. ଭାରତୀୟ ରେଳବାଇ ସାରା ଦେଶର ଷ୍ଟେସନମାନଙ୍କରେ ଫ୍ରି ୱାଇ-ଫାଇ ସୁବିଧା ପ୍ରଦାନ କରୁଛନ୍ତି। ଯାତ୍ରୀଙ୍କୁ ଉତ୍ତମ କନେକ୍ଟିଭିଟି ପ୍ରଦାନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ଫ୍ରି ୱାଇ-ଫାଇର ଉପଯୋଗ ଏବେ ପର୍ଣ୍ଣ କଣ୍ଟେଣ୍ଟ ଡାଉନଲୋଡରେ ହେଉଥିବାର ଜଣାପଡିଛି।
  17. ଏବେ ଆଇଆରସିଟିସିର ଉପଭୋକ୍ତାମାନେ ତାଙ୍କର ବ୍ୟକ୍ତିଗତ ଆଇଡିରେ ଅନ୍‌ଲାଇନରେ ଗୋଟିଏ ମାସରେ ୬ ଟି ଟିକେଟେ ବଦଳରେ ୧୨ଟି ଟିକେଟ୍‌ ସଂରକ୍ଷଣ କରିପାରିବେ। ଏହା ବ୍ୟତିତ ଯଦି ଆଇଆରସିଟିସି ଆକାଉଣ୍ଟରେ ଆଧାର କାର୍ଡ ସଂଯୋଗ ହୋଇଥାଏ ତାହେଲେ ଆପଣ ୧୨ଟି ଜାଗାରେ ୨୪ଟି ଟିକେଟ୍ ସଂରକ୍ଷଣ କରି ପାରିବେ।  
  18.  ଦିଲ୍ଲୀରେ ମଦ ବହୁତ ଶସ୍ତାରେ ବିକ୍ରି ହେଉଛି। ଏପରିକି କେତେକ ବ୍ରାଣ୍ଡରେ ଗୋଟିଏ ବୋତଲ ସହ ଆଉ ଗୋଟିଏ ବୋତଲ ବି ଫ୍ରି ଦିଆଯାଉଛି। ତେବେ କେବଳ ଦିଲ୍ଲୀ ନୁହେଁ ଏବେ ଆଉ ଏକ ରାଜ୍ୟ ମଧ୍ୟ ମଦ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛି। ପଞ୍ଜାବରେ ମଦ ୩୦ରୁ ୬୦ ପ୍ରତିଶତ ଶସ୍ତା ହୋଇଯିବ। ଏଥି ପାଇଁ ପଞ୍ଜାବ ସରକାର ଏକ୍ସାଇଜ ନୀତିରେ ସଂଶୋଧନକୁ ମଞ୍ଜୁର କରିଛନ୍ତି।
  19.  ଶ୍ରୀଲଙ୍କା ଦେବାଳିଆ ସ୍ଥିତିରେ ଅଛି। ପଡ଼ୋଶୀ ଦେଶକୁ ଉଦ୍ଧାରିବା ପାଇଁ ଭାରତ ଯଥା ସାଧ୍ୟ ଚେଷ୍ଟା କରୁଥିବା ବେଳେ ଏବେ ସାର କିଣିବା ପାଇଁ ଭାରତ ଠାରୁ ୫୫ ମିଲିୟନ ଆମେରିକୀୟ ଡଲାର ଋଣ ଚାହୁଁଛି ଶ୍ରୀଲଙ୍କା।
  20. ବିଶ୍ୱର ୨୯ଟି ଦେଶରେ ‘ମଙ୍କିପକ୍ସ’ଭୁତାଣୁ  ଚିହ୍ନଟ ହୋଇଥିବା ନେଇ ଡବ୍ଲୁଏଚଓ ସୂଚନା ଦେଇଛି । ତାହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କି ‘ମଙ୍କିପକ୍ସ’ରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.