• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନରୁ ବିଜେପି ୩ଟିରେ ବିଜୟୀ ହୋଇଥିବାବେଳେ କଂଗ୍ରେସରୁ ଜଣେ ବିଜୟୀ ହୋଇଛନ୍ତି | କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅଭିନେତାରୁ ରାଜନେତା ପାଲଟିଥିବା ଜଗନେଶ ଏବଂ ଲହର ସିଂ ଜିତିଛନ୍ତି। 
  2. ରାଜସ୍ଥାନରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ୪ଟି ଆସନରୁ ୩ଟିରେ ଜିତି ବିଜେପିକୁ ଏକ ବଡ଼ ଝଟକା ଦେଇଛି। କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଯେଉଁଠାରେ ବିଜେପି କେବଳ ଗୋଟିଏ ଆସନ ଜିତିଛି। ରାଜ୍ୟସଭା ନିର୍ବାଚନରେ ​​ବିଜେପିର ଘନଶ୍ୟାମ ତିୱାରୀ ଜିତିଛନ୍ତି। 
  3. ଆସନ୍ତା  ଜୁଲାଇ ୨ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ତାରିଖ ଯାଏ ଚାଲିବ।  ମୌସୁମୀ ଅଧିବେଶନରେ ମୋଟ ୨୪ କାର୍ଯ୍ୟଦିବସ ରହିଛି । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।  
  4. ସ୍ପେନ୍‌ର ପ୍ରସିଦ୍ଧ ସନ୍‌କେନ୍‌ ସାନ୍‌ ଜୋସ୍‌ ଗାଲିଅନ୍‌ର ଧ୍ବଂସାବଶେଷ ନିକଟରୁ ନିକଟ ଅତୀତରେ ଆବିଷ୍କୃତ ଦୁଇଟି ପୋତରେ ୧୭ ଶହ କୋଟି ଡଲାର୍‌ର ସୁନା ବୋଝେଇ ହୋଇଥିବା କଥା ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି।
  5. ଗୁରୁବାର ସକାଳ ୧୦.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ବସି ୧୯୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କରିଥିବା ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଏସ୍‌. ଏସ୍‌. ସିନ୍ଧେଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଅଜସ୍ର ପ୍ରଶଂସା କରିଛନ୍ତି।
  6. ‘ବିଏମ୍‌ଡବ୍ଲୁ’ କାର୍‌ ଚଳାଉଥିବା ଜଣେ ‘ବିଜେପି’ ବିଧାୟକଙ୍କ ଝିଅ ଗୁରୁବାର ଦିନ ରାସ୍ତାର ଟ୍ରାଫିକ୍‌ ସଙ୍କେତ ଟପିବା ସହିତ ବେଙ୍ଗାଲୁରୁ ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।
  7. ସିଏଭିଏରୋଦୋନେତସ୍କ୍‌ ନଗରୀରେ କ୍ଷଣିକରେ ଅସୁମାରି ରୁଷୀୟ ସୈନ୍ୟ ମରୁଛନ୍ତି ବୋଲି ଗୁରୁବାର ଦିନ ୟୁକ୍ରେନ୍‌ କହିଛି। ଭୀଷଣ ଲଢ଼େଇ କରି ୟୁକ୍ରେନୀୟ ସୈନିକ ଦକ୍ଷିଣ ପ୍ରାନ୍ତରେ ରୁଷ ନିୟନ୍ତ୍ରଣକୁ ଚାଲିଯାଇଥିବା ଉକ୍ତ ନଗରୀକୁ ପୁନଃ ଦଖଲ କରିଛନ୍ତି।
  8. ମଙ୍କିପକ୍ସ ଯେଉଁ ଆଫ୍ରିକୀୟ ‌ଦେଶରେ ପ୍ରଥମେ ଦେଖାଯାଇଥିଲା, ସେଠାରୁ ଏହା ଅନ୍ୟ ଦେଶକୁ ସଂକ୍ରମିତ ହେବା ପରେ ଏବଂ ସଂକ୍ରମଣ ମାମଲା ୧୦୦୦ ଟପିବା ପରେ ଏହାର ବାସ୍ତବ ବିପଦ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବୁଧବାର ଚେତାବନୀ ଦେଇଛି। ହୁ ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ କହିଛନ୍ତି ଯେ ଏହି ରୋଗ ସୃଷ୍ଟିକାରୀ ଭୂତାଣୁ ବିରୋଧରେ ଗଣଟିକାଦାନକୁ ହୁ ଅନୁମତି ଦେଉନାହିଁ।
  9. ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କାର ହୋଇଛନ୍ତି। ମାନସୀ ଜେନାଙ୍କୁ ପୁଲିସ ଡିଜି ସୁନୀଲ ବଂଶଲ ବହିଷ୍କାର କରିଛନ୍ତି। ମାନସୀ ଜେନା ଲାଞ୍ଚ ନେଇଥିବାରୁ ଡିଜିପି ଶ୍ରୀ ବଂଶଲ ଏହି ପଦକ୍ଷେପ ନେଇଛନ୍ତି।
  10. ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ। ଆଜି ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
  11. ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓ ଜଷ୍ଟିସ ସଂଜୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି।
  12. ଓଡ଼ିଶା ଆସିବେ ବିସିସିଆଇ ବସ୍ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି । ମ୍ୟାଚ୍ ଦେଖିବାକୁ ସେ ବାରବାଟୀ ଆସିବେ ବୋଲି ଜଣାପଡିଛି । ଓସିଏର ନିମନ୍ତ୍ରଣ ରଖି ମ୍ୟାଚ ଦେଖିବାକୁ ସୌରଭ ଆସିବେ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
  13. କୋଲକାତାରେ ବାଂଲାଦେଶ ଡେପୁଟୀ ହାଇ କମିଶନ ଆଗରେ ବଡ଼ ଧରଣର ଗୁଳିକାଣ୍ଡ ଘଟଣା ଘଟିଛି। ଜଣେ ପୋଲିସକର୍ମୀ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି। ପୋଲିସକର୍ମୀ ଜଣକ ୧୦ରୁ ୧୫ ରାଉଣ୍ଡ ଫାଏରିଂ କରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଛି । 
  14. ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ଶାସକ ମହାବିକାଶ ଅଘାଡି(ଏମଭିଏ) ପ୍ରାର୍ଥୀଙ୍କୁ  ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସ୍ଲିମିନ୍‌ ପାର୍ଟି (ଏଆଇଏମଆଇଏମ) ସମର୍ଥନ କରିବ।
  15. ଆଗାମୀ ଦିନରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇପାରେ। ଏହାର ମୁଖ୍ୟ କାରଣ ହେଉଛି ରୁଷ ଭାରତକୁ ଆଉ ଶସ୍ତା ମୂଲ୍ୟରେ ଅଶୋଧିତ ତେଲ ଦେବାକୁ ମନା କରିଦେଇଛି।
  16. ଏଣିକି ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କ ବେତନ ସମସ୍ୟା ଦୂର ହେବ। ପୂର୍ବ ପରି ବେତନ ମିଳିବାରେ ଆଉ ସମସ୍ୟା ହେବନି। ବିଳମ୍ବ ମଧ୍ୟ ହେବ ନାହିଁ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଯୋଜନା ପ୍ରସ୍ତୁତ ହୋଇଛି। 
  17. ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଆଜି ଦେଶବ୍ୟାପୀ ହିଂସା ଦେଖିବାକୁ ମିଳିଛି। ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉତ୍ତର ପ୍ରଦେଶର ୬ଟି ସହରରେ ନାରାବାଜୀ ହେବା ସହ ଟେକାପଥର ମାଡ଼ ହୋଇଛି।
  18. ଭୋପାଲ ସାଂସଦ ପ୍ରଜ୍ଞା ଠାକୁର ତାଙ୍କ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ   ବିଜେପିରୁ ବହିଷ୍କୃତ ହୋଇଥିବା ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ଯଦି ସତ କହିବା ବିଦ୍ରୋହ ତାହେଲେ ଆମେ ମଧ୍ୟ ବିଦ୍ରୋହି।  
  19. ଋଷର ସାହାସ ଦେଖି ତାଇୱାନ ଉପରେ ଆକ୍ରମଣ କରିବାକୁ ବାହାରିଛି ଚୀନ। ଯଦି ତାଇୱାନ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରେ ତେବେ ଆମେ ଯୁଦ୍ଧ କରିବାକୁ ବି ପଛାଇବୁ ନାହିଁ ବୋଲି ଚୀନ କହିଛି। ଆମେରିକା ପ୍ରତିରକ୍ଷାମନ୍ତ୍ରୀଙ୍କୁ ରୋକ୍‌ଠୋକ୍‌ ଏହା ଶୁଣାଇ ଦେଇଛନ୍ତି ଚୀନ ବୈଦେଶିକ ବ୍ୟାପାରମନ୍ତ୍ରୀ ୱେଇ ଫେଙ୍ଗେ।
  20. ଜୁନ୍ ୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ।ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବ‌ ବୋଲି ପ୍ରଶାସନ ଆକଳନ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.