• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା କ୍ରିକେଟର ଏନ୍ତୁଡ଼ିଶାଳ ବାରବାଟୀ ଷ୍ଟାଡିୟମ 1958 ମସିହାରେ ନିର୍ମିତ ହୋଇଥିଲା ବାରବାଟୀ ଷ୍ଟାଡିୟମ । ଭୈରବୀ ମହାନ୍ତିଙ୍କ ଉଦ୍ୟମରେ ମାତ୍ର ୧ ଟଙ୍କାରେ  ଲଟେରୀ ଟିକେଟ ବିକ୍ରି ହେଉଥିଲା। ଷ୍ଟାଡିୟମ ନିର୍ମାଣ ପାଇଁ ଓଡିଶା ପୋଲିସର ବି ଯୋଗଦାନ ରହିଛି । ବାରବାଟୀ ଭାରତର ପ୍ରଥମ କ୍ରାଉଡଫଣ୍ଡିଂ ଷ୍ଟାଡିୟମ ।
  2.  1982 ଜାନୁଆରୀରେ ବାରବାଟୀରେ ଖେଳାଯାଇଥିଲା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ । ବାରବାଟୀରେ ଏ ଯାଏଁ 23ଟି ଆନ୍ତର୍ଜାତିକ ମ୍ୟାଚ ଆୟୋଜିତ ହୋଇଥିଲାବେଳେ  19ଟି ଏକଦିବସୀୟ, 2ଟି ଟି-୨୦ ଓ 2ଟି ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଛି ।
  3.  ୨୮ ବର୍ଷୀୟ ଲୋକପ୍ରିୟ ହଲିଉଡ୍ ଗାୟକ ଜଷ୍ଟିନ ବିବରଙ୍କୁ ହୋଇଛି ଭୟଙ୍କର ରୋଗ । ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱରେ ପାରାଲେସିସ୍ ହୋଇ ଯାଇଛି । ରାମସେ ହଣ୍ଟ ସିଣ୍ଡ୍ରୋମ ନାମକ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଜଷ୍ଟିନ୍ ବିବର । ନିଜେ ସୋସିଆଲ ମିଡିଆରେ ଭିଡିଓ କରି ନିଜ ରୋଗ ବିଷୟରେ ସୂଚନା ଦେଇଛନ୍ତି ଜଷ୍ଟିନ୍ ।
  4. ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଚମକିଲେ କୋରାପୁଟ ଝିଅ ମିତାଲି ପଣ୍ଡା  । ଶ୍ରୀମତୀ କାନାଡା ସୁନ୍ଦରୀ ଭାବେ ହେଲେ ସମ୍ମାନିତ । ବିଶ୍ବର ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ସାଜିଲେ ବିଉଟି ଅଫ କାନାଡା  ।
  5. ରାଜ୍ୟସଭା ନିର୍ବାଚନରେ ​​’କ୍ରସ୍ ଭୋଟିଂ’ କରିଥିବା ଅଭିଯୋଗରେ ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । 
  6.  ବୈଦ୍ୟୁତିକ ଯାନରେ ଅଗ୍ନିକାଣ୍ଡ ଘଟଣାରେ ବଜାଜ ଅଟୋ ଏମଡି ରାଜୀବ ବଜାଜ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ ନିଆଁ ନୁହେଁ ବରଂ ଉତ୍ପାଦନ ସମ୍ବନ୍ଧୀୟ ପ୍ରକ୍ରିୟା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୈଦ୍ୟୁତିକ ଯାନ ସମ୍ବନ୍ଧରେ ସରକାରଙ୍କ ନୀତି ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। 
  7. ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ଦେଶର ବିଭିନ୍ନ ସହରରେ ହିଂସା ହୋଇଥିବାବେଳେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ବଡ଼ ଧରଣର ହିଂସା ପରିଲକ୍ଷିତ ହୋଇଥିଲା । ଏହି ହିଂସାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
  8. ଘର ବାହାରେ ଲାଗିଥିବା ବ୍ୟାରିକେଡ ଡେଇଁ ହାୱଡା ଯାଉଥିବା ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ। ହାୱଡାରେ ହିଂସା ହୋଇଥିବା ସ୍ଥାନକୁ ସୁକାନ୍ତ ମଜୁମଦାର ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
  9.  ପ୍ରଥମେ ଇଜିପ୍ଟ ଭାରତୀୟ ଗହମ ନେବାକୁ ମନା କରିଦେଇଥିବା ବେଳେ ଏବେ ସବୁ ପ୍ରକାରର ପରୀକ୍ଷା କରି ଗହମକୁ କିଣିଥିବା ଜଣାପଡ଼ିଛି। ପ୍ରାୟ ୫୫ହଜାର ଟନର ଗହମ କିଣିଛି ଇଜିପ୍ଟ।
  10. ପ୍ରଥମ ଥର ପାଇଁ ହିନ୍ଦୀ ଭାଷା ଉଲ୍ଲେଖ ଥିବା ଭାରତଦ୍ବାରା ପ୍ରାୟୋଜିତ ବହୁଭାଷା ସଂକ୍ରାନ୍ତ ପ୍ରସ୍ତାବନାକୁ ଜାତିସଂଘର ‘ଜେନେରାଲ୍‌ ଆସେମ୍ବ୍ଲି’ ଗ୍ରହଣ କରିଛି। ହିନ୍ଦୀ ଭାଷା ସମେତ ଆନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର ଏବଂ ବାର୍ତ୍ତା ପ୍ରସାରଣ ନିମ‌େନ୍ତେ ଜାତିସଂଘକୁ ଉତ୍ସାହିତ କରୁଥିବା ଉକ୍ତ ପ୍ରସ୍ତାବନା ଶୁକ୍ରବାର ଦିନ ଅନୁମୋଦନ ଲାଭ କରିଛି।
  11. ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।
  12. ଜଣେ ମହିଳା କେବଳ ଶିକ୍ଷିତ ହୋଇଥିଲେ ତାଙ୍କୁ ନିଜ ଖର୍ଚ୍ଚ ଉଠାଇବାକୁ ଚାକିରି କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଏପରି ଏକ ରାୟ ଶୁଣାଇଛନ୍ତି ବମ୍ୱେ ହାଇକୋର୍ଟ । 
  13. ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତ ୩୨.୨୧ କୋଟି ଡଲାର୍‌ ଅର୍ଥାତ ୨୫୦୭ କୋଟି ଟଙ୍କାର ୨.୪୭ ଲକ୍ଷ ଟନ୍‌ ମଦ ଏବଂ ବିଅର ସମେତ ଆଲକହଲ୍‌ ପ୍ରଡକ୍ଟର ରପ୍ତାନୀ କରିଛି । ବାଣିଜ୍ୟିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । 
  14. ବାରବାଟୀ ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମ୍ୟାଚ ପାଇଁ ନିୟୋଜିତ ହେବେ ମୋଟ୍ ୬୨ ପ୍ଲାଟୁନ ପୁଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି , ୩୨ ଜଣ ଏସିପି, ୪୫ ଜଣ ଇନସ୍ପେକ୍ଟର ରାଙ୍କର ଅଫିସର,୨୭୦ ଜଣ ସବଇନସ୍ପେକ୍ଟର ରାଙ୍କର ଅଫିସର, ୧୧୩ ଜଣ ଟ୍ରାଫିକ ପର୍ସୋନେଲ, ୪୩ ଜଣ ମହିଳା କନଷ୍ଟେବଲ, ୧୭୦ ଜଣ ହୋମଗାର୍ଡ ନିୟୋଜିତ ହେବେ ।
  15. ବିଶ୍ୱରେ ଯେଉଁ ସବୁ ରାଜ ବଂଶ ରହିଛନ୍ତି ସେମାନଙ୍କ ମଧ୍ୟ ଥାଇଲାଣ୍ଡର ରାଜାଙ୍କର ସର୍ବାଧିକ ସମ୍ପତ୍ତି ରହିଛି । ଥାଇଲାଣ୍ଡ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ତାଙ୍କ ରାଜାଙ୍କ ନିକଟରେ ୨ ଲକ୍ଷ କୋଟିରୁ ବି ଅଧିକ ସମ୍ପତ୍ତି ରହିଥିବା ଆକଳନ କରାଯାଇଛି । ଏବେ ଥାଇଲାଣ୍ଡର ରାଜା ହେଉଛନ୍ତି ମହା ଭଜିରାଲୋଙ୍ଗକର୍ଣ୍ଣ । ସେ ଦୁନିଆର ସର୍ବଶ୍ରେଷ୍ଠ ଧନୀ ସମ୍ରାଟ ।
  16. ଭାରତ କ୍ରୟ କରୁଥିବା ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୨୧ ଡଲାରରେ ପହଞ୍ଚିଛି। ଏହା ଦଶବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ବୋଲି ଜଣାଯାଇଛି। ତେବେ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ଅପରିବର୍ତ୍ତିତ ରହିଛି।
  17. ରାଜ୍ୟର ୧୨ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ପ୍ରବଳ ଗୀଷ୍ମ ପ୍ରବାହ ଜାରି ରହିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି।
  18. ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଓଡ଼ିଶା ମହିଳା ଦଳ ରୌପ୍ୟ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ ହୋଇଛି।
  19. ହରିୟାଣାରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ ରାଜ୍ୟସଭା ନିର୍ବାଚନରେ ହାରିଯାଇଛନ୍ତି । ସ୍ୱାଧୀନ ଓ ଭାରତୀୟ ଜନତା ପାର୍ଟି ସମର୍ଥିତ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ନିର୍ବାଚନ ଜିତିଛନ୍ତି । 
  20.  ପ୍ରୟାଗରାଜ, ସହାରନପୁର, ମୁରାଦାବାଦ ଆଦି ଅଞ୍ଚଳରେ ପଥରମାଡ଼ ଓ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏବେ ସରକାରୀ ସଂପତ୍ତି କ୍ଷତି ପହଞ୍ଚାଉଥିବା ଏଭଳି ପ୍ରଦର୍ଶନକାରୀଙ୍କ ବିରୋଧରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଯେଉଁମାନେ ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ୍ ଲାଗୁ ହେବ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.