• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିରାଶଜନକ ପ୍ରଦର୍ଶନ କରି ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପରାଜୟ ଭୋଗିଛି ଭାରତ । ହେନରି କ୍ଲାସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସହଜରେ ଭାରତକୁ ୬ ୱିକେଟରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି ।
  2. ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଇ-ନିଲାମୀ ମୁମ୍ବାଇରେ ରବିବାର ଜୁନ ୧୨ରେ ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୨୦୨୩-୨୭ ପାଞ୍ଚ ବର୍ଷ ପାଇଁ ମିଡିଆ ରାଇଟ୍ସ ଟିଭି ଏବଂ ଡିଜିଟାଲ୍ ଅଧିକାର ପାଇଁ ନିଲାମ କରୁଛି । ଏ ପର୍ଯ୍ୟନ୍ତ ବିଡିଂର ଡାକରା ୪୨ ହଜାର କୋଟି ପାର କରି ସାରିଛି ।
  3. ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍ ଦେଖିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ପହଞ୍ଚିଛନ୍ତି । ସେ ଘଣ୍ଟି ବଜାଇ ମ୍ୟାଚର ଶୁଭାରମ୍ଭ କରିଛନ୍ତି । ମ୍ୟାଚ୍ ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।
  4. ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହେବେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨୫ଟି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିବେ।
  5. ବ୍ରିଟିଶ ଫିଲ୍ମ ‘ଦି ଲେଡି ଅଫ ହେଭେନ’କୁ ନେଇ ବିବାଦ ଉପୁଜିଛି। ଆଲୋଚକ ଫିଲ୍ମକୁ ବ୍ଲାସଫେମସ ଓ ରାସିଷ୍ଟ ବୋଲି କହିଛନ୍ତି। ପିଲ୍ମଟି ଜୁନ ୩ ତାରିଖରେ ମୁକ୍ତିଲାଭ କରିଥିଲା। ଯାହାର କାହାଣୀ ପୈଗମ୍ବର ମହମ୍ମଦଙ୍କ ଝିଅ ଫାତିମା ଅଲ-ଜହରାଙ୍କୁ ଆତଙ୍କବାଦର ପ୍ରଥମ ଶିକାର ଭାବେ ବର୍ଣ୍ଣିତ କରିବାକୁ ଉଦ୍ୟମ କରାଯାଇଛି। ତେବେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପ୍ରେକ୍ଷାଳୟମାନଙ୍କରେ ଫିଲ୍ମ ପ୍ରଦର୍ଶନକୁ ବନ୍ଦ କରିଦେଇଛି।
  6. ଦେଶର ସବୁଠୁ ବଡ଼ କାର କମ୍ପାନି ମାରୁତି ସୁଜୁକି ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ଶିପିଂରେ ରେକର୍ଡ ସୃଷ୍ଟି କରିଛି । କମ୍ପାନି ଗତ ଆର୍ଥିକ ବର୍ଷରେ ରେଲୱେ ଜରିଆରେ ୨.୩୩ ଲକ୍ଷ କାର ସ୍ଥାନାନ୍ତର କରିଛି । ଏହା ଯେକୌଣସି ଆର୍ଥିକ ବର୍ଷରେ ସର୍ବାଧିକ । କମ୍ପାନି ଆଠ ବର୍ଷ ପୂର୍ବେ ରେଲୱେ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ କାର ପଠାଇବା ଆରମ୍ଭ କରିଥିଲା। ଏହି ଆଠ ବର୍ଷରେ କମ୍ପାନି ୧୧ ଲକ୍ଷ କାର ରେଲୱେ ଜରିଆରେ ଅନ୍ୟ ସ୍ଥାନକୁ ପଠାଇଛି ।
  7. ରାଷ୍ଟ୍ରପତି ନିର୍ବାଚନ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳ ନେତାଙ୍କ ବୈଠକ ଡକାଇଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ବର୍ତ୍ତମାନ ସମୟ ମତପାର୍ଥକ୍ୟ ନୁହେଁ ବୋଲି କହିଛି କଂଗ୍ରେସ। ପାରସ୍ପାରିକ ମତପ୍ରାର୍ଥକ୍ୟରୁ ଊର୍ଦ୍ଧ୍ୱକୁ ଉଠି ଏପରି ଜଣେ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରାଯାଉ ଯିଏ ଦେଶର ସମ୍ବିଧାନ ଓ ସଂସ୍ଥାର ସୁରକ୍ଷା କରିପାରିବେ । 
  8. ବସେନା ନେତା ସଞ୍ଜୟ ରାଉତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଆମ ହାତରେ ୪୮ ଘଣ୍ଟା ଦେଇ ଦେଖ ଦେବେନ୍ଦ୍ର ଫଡନବୀଶ ମଧ୍ୟ ଶିବସେନାକୁ ଭୋଟ କରିବେ।
  9. ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ  ଡାକ୍ତରଖାନାରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ମୋହାଲୀ ଥିବା ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
  10. ମେକ ଇନ୍ ଇଣ୍ଡିଆ ଯୋଜନାରେ ଭାରତ ପ୍ରାୟ ୧୦୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଭାରତ ଏହି ଯୁଦ୍ଧିବିମାନକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ପ୍ରଥମ ୩୬ଟି ଯୁଦ୍ଧବିମାନ ନିର୍ମାଣରେ ବିଦେଶୀ ଜ୍ଞାନକୌଶଳର ଆଂଶିକ ମିଶ୍ରଣ ହେବ।
  11. ଦେଶର ସର୍ବୋତ୍ତମ ସମ୍ବଲପୁରର କୁଚିଣ୍ଡା ଲଙ୍କା । ଲଙ୍କାର ମାନ ଉନ୍ନତ ନେଇ ଦୁଇଟି ଲ୍ୟାବରୁ ଆସିଲା ରିପୋର୍ଟ । ଜିଆଇ ଟ୍ୟାଗ ପାଇବା ନେଇ ଫିଟିଲା ବାଟ ।
  12. ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ପ୍ରୟାସ :ଜୁନ୍ ୧୫ରେ ୮ ଅଣବିଜେପି ଶାସିତ ସିଏମଙ୍କ ସହ ୨୨ ନେତାଙ୍କ ବୈଠକ ।
  13. ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ଏହି ବିବୃତ୍ତିରେ ଜେଏସପିଏଲ କହିଛି ଯେ ବିଜେପିର ନେତା ନବୀନ କୁମାର ଜିନ୍ଦଲ ଏବଂ ଆମର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉଭୟ ଭିନ୍ନ ବ୍ୟକ୍ତିତ୍ୱ।
  14. ଉଜ୍ଜୟିନୀ ଏମ୍‌ପି ଅନିଲ ଫିରୋଜିଆ ଯଦି ନିଜ ଶରୀରର ଓଜନ କମେଇପାରିବେ ତେବେ ପ୍ରତି କେଜି କମିଥିବା ଓଜନ ପିଛା ଉଜ୍ଜୟିନୀର ଉନ୍ନୟନ କାର୍ଯ୍ୟ ପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତିଜ୍ଞା କରିଥିଲେ। ଏବେ ଫିରୋଜିଆ କହୁଛନ୍ତି- ମୁଁ ୧୫ କେଜି କମାଇ ଦେଇଛି, ୧୫୦୦୦ କୋଟି ଦିଅନ୍ତୁ।
  15. ଆମେରିକାର ଚିକାଗୋରେ ଥିବା ଇଣ୍ଡିଆନା ନାଇଟ୍ କ୍ଲବରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ଜଣଙ୍କ ଜୀବନ ଯାଇଛି। ୪ ଜଣ ଆହତ ହୋଇଛନ୍ତି।
  16.  ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ ଉପରେ ବିପଦ ଦେଖାଦେଇଛି। ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇ ନ ପାରନ୍ତି। ଜିନପିଙ୍ଗ ନିଜର ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିରୋଧୀମାନେ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଛନ୍ତି। 
  17. ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ। ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । ତାର ଅସ୍ତ୍ରୋପଚାର କରାଇବା ସହ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିଛନ୍ତି ସୋନୁ। ସେ ଇଣ୍ଟରନେଟରେ କୁନି ଝିଅର ଭିଡିଓ ଦେଖି ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ହୋଇଥିଲା ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର।
  18. ପେଟ୍ରୋଲ ମୂଲ୍ୟରେ ପ୍ରାୟ ୮ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୭ ଟଙ୍କା ହ୍ରାସ ଘଟିଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ଏପରିକି କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ ବଜାରରେ ଗତ ମେ ମାସ ୨୨ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ହେଲେ ଏବେ ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର ଆଶଙ୍କା ଦେଖାଯାଇଛି।
  19. ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୌରଭ। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି ।
  20. ରବିବାର ଦିନ ଭାରତରେ 8,582 ଟି ନୂଆ କରୋନାଭାଇରସ୍ ରିପୋର୍ଟ ହୋଇଥିବାବେଳେ ଚାରିଜଣ ଜୀବାଣୁ ଜନିତ ମୃତ୍ୟୁ ଦେଶର ମୃତ୍ୟୁ ସଂଖ୍ୟାକୁ 5,24,761 କୁ ବୃଦ୍ଧି କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.