• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଧାନସଭା ବାଜସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦରେ ବିକ୍ରମ  କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ନାଁ’ ପ୍ରସ୍ତାବ କରିଥିଲେ ।
  2. ପଶ୍ଚିମବଙ୍ଗରେ ଏବେ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ, ବିଧାନସଭାରେ ବିଧେୟକ ଗୃହୀତ।
  3. ଚଳିତ ବର୍ଷ ବାଲିଯାତ୍ରା ହେବାନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ  । ତେବେ କଟକ ବାଲିଯାତ୍ରାକୁ ନେଇ ଏବେ ଆରମ୍ଭ ହେଲାଣି ସମସ୍ତ ପ୍ରକାର ପ୍ରସ୍ତୁତି  । ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ସୁରୁଖୁରରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ  ।
  4. ହ୍ବାଟସଆପ ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଖୁବ୍ ଶୀଘ୍ର  ହ୍ବାଟସଆପରେ ଉପଲବ୍ଧ ହେବ ନୂଆ ଫିଚର । ୟୁଜର ମାନଙ୍କୁ ମିଳିବ ମିଡ୍ କଲ ଆଲର୍ଟ । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ପ୍ରୟୋଜନୀୟ ହେବ । IOSରେ ଉପଲବ୍ଧ କରାଯିବ ଏହି ନୂଆ ଫିଚର । ପରେ ବାକି ୟୁଜରଙ୍କ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ ଏହି ସୁବିଧା ।
  5. ଆରବ ଟାଇମ୍ସର ରିପୋର୍ଟ ମୁତାବକ ବହୁସଂଖ୍ୟାରେ ଭାରତୀୟ ଓ ପାକିସ୍ତାନୀ କୁଏତରେ କାମ କରୁଛନ୍ତି  । ପ୍ରବାସୀ କୁଏତରେ ପ୍ରଦର୍ଶନ କରିବା ସମ୍ପୂର୍ଣ୍ଣ ବେଆଇନ  । ଏଣୁ ସେମାନଙ୍କୁ ଗିରଫ କରାଯାଇ ନିର୍ବାସନ କେନ୍ଦ୍ରକୁ ପଠାଯିବ  । ସେଠାରେ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବ କୁଏତ  । ଏପରିକି ଏହି ବିକ୍ଷୋଭକାରୀ ପ୍ରବାସୀ କେବେ କୁଏତ ଫେରିପାରିବେ ନାହିଁ  ।
  6. ଚଳିତ ବର୍ଷ ପ୍ରାୟ ୮ ହଜାର ଧନୀ ଦେଶ ଛାଡ଼ି ଅନ୍ୟତ୍ର ପଳାଇବେ। ‌ହେନ୍‌ଲି ଗ୍ଲୋବାଲ ସିଟିଜେନ୍ ରିପୋର୍ଟରେ ଏହା ଆକଳନ କରାଯାଇଛି। ଦେଶ ଛାଡ଼ିବା ପଛର ପ୍ରମୁଖ କାରଣ ହେଉଛି କଠୋର ଟିକସ ନିୟମ ଓ ବହୁ ତଥ୍ୟା ପ୍ରଦାନ କରିବାର ବାଧ୍ୟବାଧକତା। ଏହା ବ୍ୟତୀତ ଏକ ଦୃଢ଼ ପାସ୍‌ପାର୍ଟ ପାଇବା ଆଶାରେ ମଧ୍ୟ କିଛି ଧନୀ ଦେଶ ଛାଡ଼ିବାକୁ ଯୋଜନା ରଖିଛନ୍ତି।
  7.  ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି।
  8. ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ବରର ୬୦ବର୍ଷ ବୟସରେ ମୃତ୍ୟୁ  ।
  9. ରେଳ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ ‘ଷ୍ଟାର୍ଟଅପ୍‌ସ ଫର୍ ରେଲ୍‌ୱେଜ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି। 
  10. ୨୭ ବର୍ଷ ପରେ ନିଜର ସବୁଠୁ ପୁରୁଣା ବ୍ରାଉଜର ଇଣ୍ଟରନେଟ ଏକ୍ସପ୍ଲୋରରକୁ ବନ୍ଦ କରିବାକୁ ଘୋଷଣା କରିଛି ମାଇକ୍ରୋସଫ୍ଟ । ୧୯୯୫ରେ ଆରମ୍ଭ ହୋଇଥିବା ଇଣ୍ଟରନେଟ ବ୍ରାଉଜରକୁ ଆସନ୍ତା ଜୁନ ୧୫ରୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି ମାଇକ୍ରୋସଫ୍ଟ ।
  11. ନ୍ୟାସନାଲ ହେରାଲ୍‌ଡ ସହ ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଜେରା କରିଛି। 
  12. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟ ଲୋକାର୍ପିତ: ନିଃଶୁଳ୍କ ଶିକ୍ଷାଲାଭ କରିବେ ୧୨ଶହ ଗରିବ ଛାତ୍ରଛାତ୍ରୀ ।
  13. ବାରବାଟୀ ଷ୍ଟାଡିୟମରରେ ୨୦୨୩ ବିଶ୍ବକପ୍‌ ମ୍ୟାଚ୍‌ ଦାବି କଲା ଓସିଏ ।
  14. ରାହୁଲଙ୍କୁ ପାଖାପାଖି ୮ ଘଣ୍ଟା ଜେରା କଲା ଇଡି, ପୁଣି ମଙ୍ଗଳବାର ହାଜର ହେବାକୁ କହିଲା ଏଜେନ୍ସି।
  15. କାଶ୍ମୀରରେ ହତ୍ୟା କରାଯାଇଥିବା ହିନ୍ଦୁମାନଙ୍କ ଶ୍ରାଦ୍ଧ କରିବେ ଅନୁପମ୍ ଖେର୍‌; ଜୁନ୍‌ ୧୫ରେ କାଶୀରେ ହେବ ଆୟୋଜନ।
  16. ଦିନିକିଆରେ ଭାରତକୁ ପଛରେ ପକାଇଲା ପାକିସ୍ତାନ, ଚାରି ମାସରେ ମ୍ୟାଚ୍ ନଖେଳିବାର ପରିଣାମ ଭୋଗୁଛି ଟିମ୍ ଇଣ୍ଡିଆ ।
  17. ହରିୟାଣା ଗୁରୁଗ୍ରାମର ସେକ୍ଟର-୧୦୨ ଅନ୍ତର୍ଗତ ବାଜଘେରା ଗାଁରେ ରବିବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପ୍ରାୟ ଦେଢ଼ଶହ ଝୁମ୍ପୁଡ଼ି ଘର ପୋଡ଼ି ପାଉଁଶ ହୋଇଯାଇଛି।
  18. ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସମସ୍ତ ୧୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଉକ୍ତ ୧୩ ଜଣଙ୍କ ମଧ୍ୟରୁ ୯ ଜଣ ବିଜେପିର ଏବଂ ୪ ଜଣ ସମାଜବାଦୀ ପାର୍ଟିର।
  19.   ଶ୍ରୀଲଙ୍କାର ମନ୍ନାର ଜିଲ୍ଲାରେ ଅବସ୍ଥିତ । ସେଠାରେ ୫୦୦ ମେଗାୱାଟର ନବୀକରଣ ପ୍ରକଳ୍ପ ସ୍ଥାପନ କରିବାର ଯୋଜନା ରହିଛି । ଶ୍ରୀଲଙ୍କାର ସିଲୋନ ଇଲେକ୍ଟ୍ରିସିଟି ବୋର୍ଡ(ସିଇବି)ର ସଭାପତି ଏମଏମସି ଫର୍ଡିନେଣ୍ଡୋ ଶୁକ୍ରବାର ଏକ ସଂସଦୀୟ କମିଟିକୁ ଜଣାଇଥିଲେ ଯେ, ପ୍ରକଳ୍ପକୁ ସିଧାସଳଖ ଅଦାନୀ ଗ୍ରୁପକୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ।
  20.  ଇଣ୍ଟରନେଟ୍‌ରେ ବି ଭାରତକୁ ଆକ୍ରମଣ ପରେ ଆକ୍ରମଣ ଜାରି ରହିଛି। ବିଦେଶୀ ହ୍ୟାକରମାନେ ସରକାରୀ ୱେବ୍‌ସାଇଟ୍‌ ହ୍ୟାକ୍ କରିବାକୁ ଲାଗିପଡ଼ିଛନ୍ତି। କେବେଳ ସେତିକି ନୁହେଁ ସମସ୍ତ ମୁସଲମାନ ହ୍ୟାକର ମିଶି ଭାରତର ଗୁରୁତ୍ୱପୂର୍ଣ୍ଣ ୱେବ୍‌ସାଇଟ୍ ହ୍ୟାକ୍ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁ ସ୍ଥିତ ଏକ ସାଇବର ସିକ୍ୟୁରିଟି ଫାର୍ମ କ୍ଲାଉଡସେକ୍ ଏହାର ଖୁଲାସା କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.