• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଓଡ଼ିଶା ପଛକୁ ଏହି ପୁଲ୍‍ରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
  2. କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।
  3. ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୁଏ ।ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ 108 ଗରା ସୁନା କୂଅ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ତିନି ଠାକୁର 15 ଦିନ ଧରି ଅଣସର ମଣ୍ଡପରେ ଅବସ୍ଥାନ କରିଛନ୍ତି । ଭକ୍ତମାନେ ଏହି ସମୟରେ କେବଳ ବ୍ରହ୍ମଗିରିର ଅଲାରନାଥଙ୍କୁ ଅଣସର ସମୟରେ ଦର୍ଶନ କରନ୍ତି  ।
  4. ବୋରଓ୍ବେଲରେ କେବଳ ରାହୁଲ ଫସି ନଥିଲା । ରାହୁଲ ସହ ଏକ ସାପ ଓ ଗୋଟିଏ ବେଙ୍ଗ ମଧ୍ୟ ଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଦୁଇ ଜୀବ ରାହୁଲର କିଛି କ୍ଷତି କରିନଥିଲେ । ଏହା ହିଁ ପ୍ରକୃତିର ନୀୟମ ଓ ଭଗବାନଙ୍କ ଆଶୀର୍ବାଦ କହିଲେ ଭୁଲ ହେବନାହିଁ । ସାପ ଓ ବେଙ୍ଗ ସହ ରାହୁଲ ୫ ଦିନ ବତାଇବା ଓ ସୁରକ୍ଷିତ ଉଦ୍ଧାର ହେବା ଗୋଟିଏ କଥାକୁ ସୂଚାଉଛି ବିପଦ ବେଳେ ସବୁ ସମାନ । ରାହୁଲ ପରି ସେମାନେ ମଧ୍ୟ ମୁକ୍ତି ଆଶାରେ ଥିଲେ । ରାହୁଲ ହିଁ ଦେବଦୂତ ସାଜି ସେମାନଙ୍କ ମୁକ୍ତିର ମାଧ୍ୟମ ସାଜିଥିଲା ।
  5. ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ -ଏସଆଇଆଇ ଭାରତର ପ୍ରଥମ ଟିକା ବିକଶିତ କରିଛି । କ୍ବାଡ୍ରିଭାଲେଁଣ୍ଟ ହ୍ୟୁମାନ ପାପିଲୋମା ଭାଇରସ୍ ନାମକ ଏହି ଟିକା ଉପରେ ସବଜେକ୍ଟ ଏକ୍ସପର୍ଟ କମିଟି ଆଲୋଚନା କରିବ । ମାର୍କେଟ ଅଥୋରାଇଜେସନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆରେ ଆବେଦନ କରାଯାଇଛି ।
  6. 4G ପରେ ଏବେ 5G ସେବାର ଲାଭ ଉଠାଇ ପାରିବେ ଦେଶବାସୀ । ଭାରତରେ ଖୁବ୍ ଶୀଘ୍ର ଲଞ୍ଚ କରାଯିବ ଏହି 5G ସେବା । କ୍ୟାବିନେଟ୍ ତରଫରୁ ସ୍ପେକ୍ଟ୍ରମ ନିଲାମ ପାଇଁ ମିଳିଛି ମଞ୍ଜୁରୀ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5G ମେବାଇଲ ସେବାକୁ ଆଗାମୀ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମକୁ ମଞ୍ଜୁରୀ ଦିଆଯାଇଛି । ଜୁଲାଇର ଶେଷ ସପ୍ତାହରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ ।
  7. ତୃତୀୟ ଦିନ ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ  । ଯାହାର ପ୍ରତିବାଦରେ ଇଡି ଅଫିସ ସାମନାରେ ଉଗ୍ରରୂପ ଦେଖାଇଲେ ପ୍ରଦର୍ଶନକାରୀ  
  8. କ୍ରେମ୍‌ଲିନ୍‌ରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଠିଆ ହେବାକୁ ଉଦ୍ୟମ କରିବା ବେଳେ ଥରି ଯାଉଛନ୍ତି ବୋଲି ଗୋଟାଏ ନୂଆ ଭିଡିଓରେ ଦେଖି ‘ନ୍ୟୁୟକର୍ ପୋଷ୍ଟ୍‌’ ରିପୋର୍ଟ କରିଛି।
  9. ଶିଖ ସମ୍ପ୍ରଦାୟକୁ ଥଟ୍ଟା କରିବା ନେଇ ପୂର୍ବତନ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ମଙ୍ଗଳବାର ଟ୍ୱିଟରକୁ ଯାଇ କ୍ଷମା ମାଗିଛନ୍ତି।
  10. ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଓଡ଼ିଶା ସମେତ ଦେଶର ୩୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ୬୬.୬୫ କୋଟି ଟଙ୍କାର ଆବଣ୍ଟନ କରାଯାଇଥିଲା ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସଂଶୋ‌ଧିତ ଆବଣ୍ଟନ ପରେ ଓଡ଼ିଶା ପାଇଁ ୫.୮୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
  11. ମଙ୍ଗଳବାର କେନ୍ଦ୍ର ସରକାର ସଶସ୍ତ୍ର ବଳ ପାଇଁ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ ଯେ, ଏହା ସଶସ୍ତ୍ର ବଳରେ ଯୁବସୁଲଭ ଉଦ୍ଦାମତା ଆଣିବ।
  12. ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାରତୀୟ ରେଳ ଆସନ୍ତା ୧ ବର୍ଷ ମଧ୍ୟରେ ୧ ଲକ୍ଷ ୪୮ ବଜାର ୪୬୩ଟି ନୂଆ ନିଯୁକ୍ତି ଦେବାକୁ ଘୋଷଣା କରିଛି । ବିଗତ ୮ ବର୍ଷ ହେଲା ଭାରତୀୟ ରେଳ ବର୍ଷକୁ ହାରାହାରି ୪୩,୬୭୮ଟି ନିଯୁକ୍ତି ଦେଇଆସୁଥିଲା । ଏହି ୮ ବର୍ଷରେ ( ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ) ରେଳବାଇ ମୋଟ ୩ ଲକ୍ଷ ୪୯ ହଜାର ୪୨୨ ଟି ନିଯୁକ୍ତି ଦେଇଥିଲା ।
  13. ୨୦୨୧ରେ ରାଜ୍ୟରେ ପୂର୍ବ ୫ବର୍ଷର ରେକର୍ଡ ଭାଙ୍ଗିଥିଲା ଡେଙ୍ଗୁ। ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଦେଶରେ ଓଡ଼ିଶା ନବମ ସ୍ଥାନରେ ରହିଥିଲା।
  14. ମୁଖ୍ୟତଃ ବାୟୁ ପ୍ରଦୂଷଣ କାରଣରୁ ଭାରତୀୟଙ୍କ ହାରାହାରି ଆୟୁଷ ୫ ବର୍ଷ କମୁଥିବା ୟୁନିଭରସିଟି ଅଫ ସିକାଗୋର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏୟାର କ୍ୱାଲିଟି ଲାଇଫ୍‍ ଇଣ୍ଡେକ୍ସରେ ଏହା କୁହାଯାଇଛି।
  15. ୫ ଦିନର ସଂଗ୍ରାମ ପରେ ରାହୁଲର ବିଜୟ ଘଟିଛି। ଅନେକ ଆଶା ଆଶଙ୍କା ମଧ୍ୟରେ ୮୦ ଫୁଟର ବୋରୱେଲ ମଧ୍ୟରେ ଫସି ରହିଥିବା ୧୦ ବର୍ଷର ଦିବ୍ୟାଙ୍ଗ ପୁଅ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଛତିଶଗଡ ଯାଞ୍ଜଗୀର ଚାମ୍ପା ଜିଲ୍ଲାର ୧୦ ବର୍ଷର ଛୋଟ ପୁଅ ରାହୁଲ ଗତ ଶୁକ୍ରବାର ନିଜ ଘର ପାଖରେ ଖେଳୁଥିବା ବେଳେ ୮୦ଫୁଟ ବୋରୱେଲ ଭିତରକୁ ଗଳିପଡିଥିଲା।
  16. ଟ୍ବିଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଲେଖିଛନ୍ତି, ‘‘ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି।’’
  17. ଦେଶର ୫୦୦ରୁ ଊର୍ଦ୍ଧ୍ବ ୱେବସାଇଟକୁ ହ୍ୟାକ୍‌ କରାଯାଇଛି। ଏଥିରେ ମହାରାଷ୍ଟ୍ରର ଠାଣେ ପୁଲିସ ସାଇଟ୍‌ ସମେତ ୭୦ ୱେବସାଇଟ୍‌ ସାମିଲ ଅଛି। ଏହା ମଧ୍ୟରୁ ୩ଟି ସରକାରୀ ସାଇଟ୍‌ ରହିଛି। ଏହି ମାମଲାରେ ମଲେଶିଆ ଏବଂ ଇଣ୍ଡୋନେସିଆର ହ୍ୟାକରଙ୍କ ଉପରେ ସନ୍ଦେହ ଉପୁଜିଛି।
  18. ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ। ଏୟାର ଏସିଆ ଇଣ୍ଡିଆର ଏହି ଅଧିଗ୍ରହଣକୁ କମ୍ପିଟିସନ୍‌ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ମଙ୍ଗଳବାର ଅନୁମୋଦନ ଦେଇଛି। ଏହି ଦୁଇ ବିମାନ କମ୍ପାନୀ ଏକତ୍ର ହେବା ପରେ ଭାରତୀୟ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହୋଇଯିବ।
  19.  ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଶେଷ ହୋଇଛି। ୬ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ ଏଥିରେ ୨ ହଜାର ସ୍କୁଲ ସାମିଲ୍‍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି।
  20.  ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ହୃଦଘାତରେ ଆଖି ବୁଜୁଛନ୍ତି। ଭାରତ ସରକାରଙ୍କ ମେଡିକାଲି ସାର୍ଟିଫାଏଡ୍‍ କଜ୍‍ ଅଫ୍‍ ଡେଥ୍‍ (ଏମ୍‍ସିସିଡି) ରିପୋର୍ଟରେ ହୃଦଘାତ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ବିରାଟ ଅନ୍ତରାୟ ସୃଷ୍ଟି କରୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.