• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ବିସ୍‌ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମା ରାଶି କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ବୃଦ୍ଧି ପାଇ ୩୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ୧୪ ବର୍ଷ ଭିତରେ ଭାରତୀୟଙ୍କ ଜମା ରାଶି ସର୍ବାଧିକ ସ୍ତରରେ ପହଞ୍ଚିଛି। ୨୦୨୦ ତୁଳନାରେ ୨୦୨୧ରେ ଜମାରାଶିରେ ୫୦% ବୃଦ୍ଧି ହୋଇଛି।
  2. ବିଶିଷ୍ଟ ଉର୍ଦ୍ଦୁ ସାହିତ୍ୟିକ ଗୋପୀଚାନ୍ଦ ନାରଙ୍ଗଙ୍କ ୯୧ ବର୍ଷ ବଯସରେ  ପରଲୋକ ହୋଇଯାଇଛି । ସ୍ୱର୍ଗତ ନନାଙ୍ଗ ୧୯୩୧ରେ ବେଲୁଚିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ୫୭ ପୁସ୍ତକର ରଚୟିତା ଗୋପୀଚାନ୍ଦଙ୍କୁ ପଦ୍ମ ଭୂଷଣ ଓ ସାହିତ୍ୟ ଏକାଡେମି ପୁରସ୍କାରରରେ ସମ୍ମାନିତ କରାଯାଇଥିଲା ।
  3. ଭାରତ-ଚୀନ ସୀମା(ଏଲଏସି)ର ଲଦାଖସ୍ଥିତ ଗଲୱାନ ଘାଟୀରେ ଭାରତୀୟ ସେନା ଓ ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ମଧ୍ୟରେ ଘଟିଥିବା ମହାସଂଘର୍ଷକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ବିଗତ ୪ ଦଶନ୍ଧି ମଧ୍ୟରେ ଉଭୟ ସେନା ମଧ୍ୟରେ ହୋଇଥିବା ଏହି ସଂଘର୍ଷ ୨୦୨୦ ଜୁନ ୧୫ ତାରିଖ ସନ୍ଧ୍ୟାରେ ହୋଇଥିଲା ବେଳେ ଏଥିରେ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସହ ୨୦ ଜଣ ଯବାନ ସହିଦ ହୋଇଥିଲେ। 
  4. ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଦେଇଥିବା ଅନ୍ତେବାସୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଝାରପଡା ଜେଲରେ ରହୁଥିବା ଅନ୍ତେବାସୀଙ୍କ ରେଜଲ୍ଟ ମଧ୍ଯ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷା ଦେଇଥିବା ୪୪ ଜଣଙ୍କ ମଧ୍ୟରୁ ୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି  ଯୁକ୍ତ ୨ ପରୀକ୍ଷାରେ ୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ଝାରପଡା ଜେଲ ସୁପରି ଟେଣ୍ଡେଣ୍ଟଙ୍କ ସୂଚନା ଦେଇଛନ୍ତି।
  5. ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଏମସି କମିଶନର ନିଯୁକ୍ତ ହୋଇଛନ୍ତି। ନିଖିଲ ପବନ କଲ୍ଯାଣ ସିଏମସି କମିଶନର ହୋଇଛନ୍ତି। ସମ୍ବଳପୁର ଜିଲ୍ଲା ପାଳ ଦାୟିତ୍ବ ତୁଲାଇବେ ଅନନ୍ୟା ଦାସ। ଜେ.ସୋନାଲ ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ବ ତୁଲାଇବେ।
  6. ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ।  ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ  ତୁଲାଇବେ। ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ୱର ଜିଲ୍ଲାପାଳ। ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲ୍ଲାପଳ। ସ୍ୱଧା ଦେବସିଂ ହେଲେ ରାୟଗଡ଼ା ଜିଲ୍ଲାପାଳ । 
  7. ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଂଜାମ ଜିଲ୍ଲାପାଳ । ସିଦ୍ଧେଶ୍ୱର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ।  କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଖୋର୍ଦ୍ଧା ଜିଲାପାଳ। କନ୍ଧମାଳ ଜିଲାପାଳ ହେଲେ ଓଏସଏମ୍‌ସିଏଲ ପରିଚାଳନା ନିର୍ଦେଶକ।  ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର। ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲାପାଳ। ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ।
  8. ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ। ତ୍ରିଲୋଚନ ମାଝୀ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ। ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ  କୃଷି ନିର୍ଦେଶକଦାୟିତ୍ବ ମିଳିଛି। କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ।  ସଂଗ୍ରମା ମହାପାତ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ ଦାୟିତ୍ବ ତୁଲାଇବେ। ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ। ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ।
  9. ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି।  ଉନ୍ନୟନ କମିଶନର ପ୍ରଦୀପ ଜେନା ୫ଟି ସେକ୍ରେଟାରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
  10. ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟକୁ ଛୁଇଁଛି ମୌସୁମୀ । କୋରାପୁଟରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଯାଜପୁର କୋରେଇରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି ।
  11. ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ପୂର୍ବତନ ଯବାନମାନେ ବି‌ରୋଧ କରିଛନ୍ତି। ପଂଜାବ ଏବଂ ହରିୟାଣାରେ ପୂର୍ବତନ ଯବାନମାନଙ୍କର ସଂଗଠନ ପକ୍ଷରୁ ଏହି ଯୋଜନାକୁ ବିରୋଧ କରାଯାଇଛି। ସେମାନେ କହିଛନ୍ତି, ସରକାର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଏବଂ ସେନାକୁ ନେଇ କୌଣସି ପରୀକ୍ଷା ନିରୀକ୍ଷା ନକରିବାପାଇଁ ସରକାରଙ୍କୁ ସତର୍କ କରାଇଛନ୍ତି। ଅଗ୍ନିପଥ ଯୋଜନା ସେନାର ଘରୋଇକରଣ କରିବା ଭଳି ହେଉଛି। ୪ ବର୍ଷର କାର୍ଯ୍ୟକାଳ ପାଇଁ ଯୁବଗୋଷ୍ଠୀ ଆଗ୍ରହ ଦେଖାଇବେ ନାହିଁ। ଏହା ଏକ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଯୋଜନା। ୪ ବର୍ଷ ସେନାରେ କାମ କରିବାପରେ ଏହି ଯବାନଙ୍କ ଭବିଷ୍ୟତ କ’ଣ ହେବ ଏବଂ ସେମାନେ ଯଦି ଅନୈତିକ ରାସ୍ତା ବାଛିବେ ତା’ହେଲେ ସ୍ଥିତି କ’ଣ ହେବ ବୋଲି ସଂକଠନ ପ୍ରଶ୍ନ କରିଛି।
  12. ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କେମିକାଲ୍‌ସ ଆଣ୍ଡ୍‌ ପେଟ୍ରୋକେମିକାଲ୍‌ସ ବିଭାଗ ସଚିବ ଆରତି ଆହୁଜାଙ୍କୁ ଫାର୍ମାସ୍ୟୁଟିକାଲ୍‌ସ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
  13. କେନ୍ଦ୍ର ସରକାର ସେନା ବାହିନୀ ପାଇଁ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାରେ ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢ଼ାଇ ୨୧ରୁ ୨୩ ବର୍ଷ କରିଛନ୍ତି। ଏବେ ଏହି ଯୋଜନାର ୨୩ ବର୍ଷ ବୟସର ଯୁବତ/ଯୁବତୀମାନେ ବି ନିଯୁକ୍ତି ପାଇପାରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ମୁତାବକ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ ହେବ।
  14. ୧୧ ଦିନିଆ ଗ୍ରୀଷ୍ମ ଛୁଟି ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ କରାଯିବ। ପୂର୍ବ ଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ।
  15. ପୁରୀରେ ନିର୍ମାଣ ହେବ ସର୍ବୋଚ୍ଚ ଆବାସିକ ଆପାର୍ଟମେଣ୍ଟ। ବଳିଆପଣ୍ଡା ସିପସରୁବାଲି ନିକଟରେ ସାଢ଼େ ୭ .୪୬ ଏକର ଜମିରେ ୧୪ ତାଲା ବିଶିଷ୍ଟ ‘ରୟାଲ ଆଟଲାଣ୍ଟିସ’ ଆବାସିକ ଆପାର୍ଟମେଣ୍ଟ୍‌ରେ ରହିବାର ସୁଯୋଗ ମିଳିବ।
  16.  ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୨୫ ଲକ୍ଷ, ୭୩ ଲକ୍ଷ ୪୨୭କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏପ୍ରିଲ୍‌ରେ ବିଏସ୍‌ଏନ୍‌ଏଲ୍‌ ରାଜ୍ୟରେ ୧୭,୬୨୬ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ରିଲାଏନ୍ସ ଜିଓ ସର୍ବାଧିକ ୭୦,୭୭୨ ନୂଆ ଗ୍ରାହକ ହାସଲ କରିଛି। 
  17. ରେଳ ମନ୍ତ୍ରାଳୟ ଏବେ କେବଳ ଦିବ୍ୟାଙ୍ଗ ଲୋକ, ରୋଗୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ରିହାତି ପ୍ରଦାନ କରୁଥିବା ପିଆଇବି ପକ୍ଷରୁ ଟ୍ବିଟ୍‌‌ କରି କୁହାଯାଇଛି। ଆସନ୍ତା ଜୁଲାଇ ପହିଲାରୁ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଯାତ୍ରା କ୍ଷେତ୍ରରେ ରିହାତିର ପୁନଃ ପ୍ରଚଳନ କରାଯିବା ନେଇ କୌଣସି ସତ୍ୟତା ନାହିଁ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ କୁହାଯାଇଛି।
  18. ଦେଶରେ ଆସନ୍ତା ଅଗଷ୍ଟ ସୁଦ୍ଧା ୫-ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଟେଲିକମ ସଚିବ କେ.ରାଜାରମଣ କହିଛନ୍ତି । ସେ କହିଛନ୍ତି ଯେ ଜୁଲାଇରେ ୫-ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଅଗଷ୍ଟ ବେଳକୁ ୫-ଜି ସେବା ଆରମ୍ଭ ହେବ ।
  19. ଦେଶରେ ସାମଗ୍ରିକ କୋଭିଡ ଟିକାକରଣ ୧୯୫ କୋଟି ୬୭ ଲକ୍ଷ ଅତିକ୍ରମ କରିଛି। ବିଶେଷ କରି ଟିକାନେବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତକାଲି ୧୫ ଲକ୍ଷ ୨୧ ହଜାରରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।
  20. ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଥରେ ସୋମବାର ପଚରାଉଚରା କରିବ । ଏଥି ପାଇଁ ନୂଆ ସମନ ଜାରି ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.