• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଅନେକ ଶତାବ୍ଦୀର ଦାସତ୍ବ ସହ୍ୟ କରିଛି। ବର୍ତ୍ତମାନ ସ୍ବାଧୀନ ଭାରତ ବିଶ୍ବର ଦ୍ରୁତତମ ବିକାଶଶୀଳ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଯଦିଓ ବିଶ୍ବର ୧୭ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି, ତଥାପି ବିଶ୍ବ ଅଙ୍ଗାରକ-ନିର୍ଗମନରେ ଏହାର ଅବଦାନ ମାତ୍ର ୫ ପ୍ରତିଶତ।
  2. ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଆଜି ସଂସଦ ଭବନରେ ଯଶୱନ୍ତ ସିହ୍ନା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।
  3. ବିଶ୍ବ ଚଷମା ବଜାରର ଚର୍ଚ୍ଚିତ ସଂସ୍ଥା ରେ-ବ୍ୟାନ୍‌ର ମାଲିକ ଲିଓନାର୍ଡୋ ଡେଲ୍‌ ଭେଚ୍ଛିଓଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି।
  4. ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮-୧୯ ଏବଂ ୨୦୧୯ –୨୦୨୦ ନିମନ୍ତେ ଜିଲ୍ଲାମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ – ଡି) ପ୍ରକାଶ କରିଛନ୍ତି।
  5. ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ, ୯୭ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ – ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା ।
  6. ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଦୁଇଥର ଇସ୍ତଫା ଦେବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଦୁଇ ଥର ଏନସିପି ନେତା ଶରଦ ପାୱାର ତାଙ୍କୁ ରୋକିଥିଲେ ବୋଲି ଜଣାପଡ଼ିଛି
  7. ଆମେରିକା ସୁପ୍ରିମକୋର୍ଟଙ୍କ ଗର୍ଭପାତକୁ ନେଇ ଥିବା ସାମ୍ବିଧାନିକ ଅଧିକାର ନିଷିଦ୍ଧ ହେବା ପରେ ଆମେରିକାରେ ଗର୍ଭପାତ ବଟିକାର ଚାହିଦା ହଠାତ ବଢିଯାଇଛି । କାରଣ ଆଗକୁ ଅନେକ ଆମେରିକୀୟ ରାଜ୍ୟ ଗର୍ଭପାତକୁ ନିଷିଦ୍ଧ କରିବାକୁ ଯାଉଛନ୍ତି ।
  8. ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ପ୍ରଥମ ବଜେଟ୍ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି।ଜୁଲାଇ ୧ରୁ ସମସ୍ତ ପରିବାରକୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।
  9. ଲଞ୍ଚ ହେଲା ମହିନ୍ଦ୍ରା ସ୍କର୍ପିଓ-ଏନ୍। ନୂଆ ସ୍କର୍ପିଓରେ ଡିଜାଇନ୍,ଫିଚର୍ସ ଓ ଇଞ୍ଜିନରେ ଖାସ୍ ପରିବର୍ତ୍ତନ କରାଯାଇଛି।  ଏହାର ବୁକିଂ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ। ପ୍ରଥମେ ଆସ ପ୍ରଥମେ ପାଓ ସ୍କିମ୍‌ରେ ଏହାର ବୁକିଂ ହେବ।
  10. କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ହାଇଟେକ୍ ସିଷ୍ଟମ ଆଣିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶର ହାଇୱେ ଗୁଡିକ ହାଇଟେକ୍ ହେବାକୁ ଯାଉଛି । ଜାତୀୟ ରାଜପଥ ଗୁଡିକରେ ଏଣିକି ANPR( ଅଟୋମେଟିକ୍ ନମ୍ୱର ପେଲ୍ଟ ରିଡର) ସିଷ୍ଟମ ଲାଗୁ କରାଯିବ।
  11. ଲୋକପ୍ରିୟ ମାଲାୟାଲମ ଅଭିନେତା ଏନଡି ପ୍ରସାଦଙ୍କ ଆତ୍ମହତ୍ୟା। କୋଚିର କାଲାମେସରିରେ ଥିବା ତାଙ୍କ ଘର ବାହାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି।
  12. ଆମେରିକାର ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଧମକ ଦେଉଛନ୍ତି। ଏହାକୁ ସେମାନେ ସେକ୍ସ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି। ପ୍ରକୃତରେ ଆମେରିକାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗର୍ଭପାତକୁ ନେଇ ଆସିଥିବା ରାୟକୁ ସେଠାରେ ଜୋରଦାର ବିରୋଧ କରାଯାଉଛି।
  13. ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଳବାଇ ଆକଳନ କରୁଛି।  ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୁରୀକୁ ଏବଂ ପୁରୀଠାରୁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ଯୋଜନା କରିଛି ।
  14. ବିଶ୍ବର ମୋଟ ଜନସଂଖ୍ୟାର ୧୭% ଜନତା ଭାରତରେ ବାସ କରୁଥିବାବେଳେ ଏହା ମାତ୍ର ୫% ଅଙ୍ଗାରକାମ୍ଳ ନିର୍ଗମନ କରୁଛି। ବିଶ୍ବରେ ବାର୍ଷିକ ଯେତିକି ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ ହେଉଛି ତାର ମାତ୍ର ୫% ପ୍ରତିଶତ ଭାରତରୁ ସୃଷ୍ଟି ହେଉଛି। 
  15. ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି । ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
  16. ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡା. ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର କରିଛନ୍ତି । ସେହିପରି ସ୍ତନ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ଔଷଧ ମଧ୍ୟ ମଧ୍ୟ ହୋଇଛି ଏବଂ ଏହା ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିଛି । ଭାରତରେ ଏପରି ସଫଳତା ହାସଲ କରିବାରେ ଡା. ମିଶ୍ର ପ୍ରଥମ ବୈଜ୍ଞାନିକର ମାନ୍ୟତା ପାଇଛନ୍ତି ।
  17. ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ ପ୍ରଶଂସା । ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ପରିଚାଳନାରେ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି ।
  18. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବ ରାଜସ୍ଥାନରୁ ମଧ୍ୟପ୍ରଦେଶ, ଛତିଶଗଡ, ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ରହିଛି । ଏହା ସହ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
  19. ସ୍କାମ୍, ଘୋଟାଲ ଏବଂ ଅନ୍ୟ ହାରିକାରକ ଜିନିଷ ସେୟାର କରୁଥିବା ବ୍ୟକ୍ତି ମାନଙ୍କ ଆକାଉଣ୍ଟ ବ୍ୟାନ କରିବାର ପୁରା ଅଧିକାର ହ୍ବାଟ୍ସଆପ ପାଖରେ ଅଛି । ଏବେ ମଧ୍ୟ ଏପରି ୟୁଜର ମାନଙ୍କ ଉପରେ ଲଗାତାର ନଜର ରଖିଛି କମ୍ପାନୀ।
  20. ଦକ୍ଷତା ଓ ପ୍ରତିଭା ଆଧାରରେ ବ୍ୟକ୍ତିକୁ ସଫଳତା ମିଳିଥାଏ  । ଆମେ ଆଜି ଏପରି ଜଣେ ଭାରତୀୟ ଛାତ୍ରଙ୍କ କଥା କହିବୁ ଯାହାଙ୍କୁ ଫେସବୁକ୍ ୧.୮ କୋଟିର ପ୍ୟାକେଜ ଅଫର କରିଛି । ଛାତ୍ର ଜଣକ ଏହି ଅଫରକୁ ସ୍ୱୀକାର ମଧ୍ୟ କରିଛନ୍ତି  ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.