• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଆଜି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧୫ ହଜାର ମଧ୍ୟରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୫୦୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୦ ମୃତ୍ୟୁ ରେକର୍ଡ କରାଯାଇଛି।
  2. ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜନୈକ ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି।
  3. ଆମେରିକାର ଦକ୍ଷିଣ ପଶ୍ଚିମ ଟେକ୍ସାସର ସେନ୍‌ ଆଣ୍ଟୋନିଓରୁ ଆଜି ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏକ ଟ୍ରକ୍‌ରୁ ୪୬ ଜଣଙ୍କର ମୃତଦେହ ମିଳିଥିବା ବେଳେ ୧୬ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
  4. ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ। ସେ ଅତି ବେଶୀରେ ଆଉ ୨ ବର୍ଷ ବଞ୍ଚି ପାରନ୍ତି। ୟୁକ୍ରେନ ଗୁଇନ୍ଦା ସେବା ମୁଖ୍ୟ କହିଛନ୍ତି, ପୁଟିନ ୨ ବର୍ଷରୁ କମ୍‌ ଦିନ ବଞ୍ଚି ପାରନ୍ତି। ‌‌
  5. ତୈଳ ଓ ପ୍ରାକୃତିକ ବାଷ୍ପ ଆୟୋଗ (ଓଏନ୍‌ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ୬୦ ନଟିକାଲ ମାଇଲ (ପ୍ରାୟ ୧୧୧ କିମି) ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି।
  6. ଭାରତୀୟ ସେନା ନିମନ୍ତେ ୪୮୦୦ ଟି ସ୍ନାଇପର ରାଇଫଲ ଓ ୭୮ ଲକ୍ଷ ରାଉଣ୍ଡ ଗୁଳି ଖରିଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସବୁ ଅସ୍ତ୍ର ଖରିଦ ପାଇଁ ସେନା ପକ୍ଷରୁ ରିକ୍ବେଷ୍ଟ ଫର ଇନଫର୍ମେସନ ( ଆରଏଫଆଇ) ଜାରି କରାଯାଇଛି ।
  7. ଆସନ୍ତା ଜୁଲାଇ ୧ରୁ ଭାରତରେ  ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି।
  8. ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରି ବାଜପେୟିଙ୍କ ଜନ୍ମ ଶତବାର୍ଷିକି ତାଙ୍କ ଜୀବନି ଉପରେ ତିଆରି ହୋଇଥିବା ଏକ ହିନ୍ଦି ଚଳଚ୍ଚିତ୍ରରୁ ଆରମ୍ଭ ହେବାକୁ ଯାଉଛି। 
  9. ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ  ଜିଓ ଇନମ୍ଫୋଟେକ୍ ଲିମିଟେଡ୍(Reliance Jio Infocomm Limited)ର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି।
  10. ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଓନ ମୋର୍ଗାନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧଳାବଲ୍‌ ବ୍ୟାଟ୍‌ସମ୍ୟାନ୍‌ ମୋର୍ଗାନ୍ ଇଂଲଣ୍ଡ ପାଇଁ ସର୍ବାଧିକ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେ​‌େ​‌ଳ ଉଭୟ ଫର୍ମାଟରେ ସର୍ବାଧିକ ରନ୍‌ ମଧ୍ୟ କରିଛନ୍ତି।
  11. କ୍ରିପ୍ଟୋକରେନ୍ସି ଉପରେ ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାର ବ୍ୟବସ୍ଥା ଜୁଲାଇ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
  12. ଆବୁଧାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶଗସ୍ତ ଅବସରରେ ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ଐତିହ୍ୟ ସ୍ମାରକୀ ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାଏଦ ମସଜିଦ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
  13. ସେୟାର ବାୟବେକର ଘୋଷଣା କଲା ବଜାଜ ଅଟୋ, ୪୬୦୦ ଟଙ୍କା ପ୍ରତି ସେୟାର ହିସାବରେ ୫୪.୩୫ ଲକ୍ଷ ସେୟାର କିଣିବାକୁ ଯୋଜନା ।
  14. ୨-ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା: ନାମାଙ୍କନ ସମୟରେ ବିରୋଧୀ ମେଂଟର ଶକ୍ତି ପ୍ରଦର୍ଶନ ।
  15. ଜି-୭ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ: ଜଳବାୟୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ହେବ ଆଲୋଚନା  ।
  16. ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ସିଂଦେଓ । କହିଲେ, ୧୬୭୧ରୁ ଚାଲି ଆସୁଛି କେନ୍ଦୁଝରରେ ରଥଯାତ୍ରା ।
  17. ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭୁବନେଶ୍ବର, ୩ ବର୍ଷରେ ମଲେଣି ୧୫୮, ଆକ୍ରାନ୍ତଙ୍କ ସଂଖ୍ୟା ବେଲଗାମ ।
  18. ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ ।
  19. ସପିଂ ମଲ୍‌ରେ ମିସାଇଲ୍ ଆଟାକ୍ କଲା ଋଷ; ୧୦ ମୃତ୍ୟୁ, ୪୦ରୁ ଅଧିକ ଆହତ, ବଢିପାରେ ମୃତ୍ୟୁ ସଂଖ୍ୟା ।
  20. ଭିଜିଲାନ୍ସ ଜାଲରେ କଟକ ଡମପଡ଼ା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଜାରି ରହିଛି ରେଡ୍ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.