• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ବିଶେଷଜ୍ଞଙ୍କ ମତରେ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ। ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେଶନରେ ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା ।
  2. ଏଣିକି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହେବ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)। ଏ ସମ୍ପର୍କରେ ଏକାଧିକ ଆବେଦନର ଶୁଣାଣି କରି ସୋମବାର ହାଇକୋର୍ଟ ଏପରି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଏସଂକ୍ରାନ୍ତ ପୂର୍ବ ବିଜ୍ଞପ୍ତି ରଦ୍ଦ ହୋଇଛି। 
  3. ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ସ୍ଥିର ହୋଇଛି।
  4. ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ରବି ଋତୁରେ ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ। ଧାନ ଫସଲ ପାଇଁ ଏକ ଗ୍ରାମପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ-ଧାନ ଫସଲ ପାଇଁ ଏକ ବ୍ଲକକୁ ବୀମା-ୟୁନିଟ୍ ଭାବେ ବିଚାର କରାଯିବ।
  5. ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି। ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।
  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଇଟାଲୀରେ ପହଞ୍ଚି ଥିବାବେଳେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଟିକାନ ସିଟିରେ ପୋପ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ସହିତ ସେଠାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପଦାଧିକାରୀଙ୍କ ସହିତ ଆଲୋଚନା କରିବେ।
  7. ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୨୭ ତାରିଖରୁ SAMS ଜରିଆରେ ଆବେଦନ ଆରମ୍ଭ ହେବ। ଆବେଦନ ପାଇଁ ଶେଷ ତାରିଖ ରହିଛି ଜୁଲାଇ ୧୨। ଜୁଲାଇ ୧୩ ଓ ୧୪ ତାରିଖରେ ଆପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରେ ଆଡମିଟକାର୍ଡ ଉପଲବ୍ଧ ହେବ। 
  8. ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଗଡ଼ସାହି ସ୍ଥିତ ଭଡ଼ାଘରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଓଡ଼ିଆ ଧାରାବାହିକ ‘କେମିତି କହିବି କହ’ରେ ଅଭିନୟ କରିଥିଲେ ରଶ୍ମିରେଖା।
  9. ଛତିଶଗଡ କଲମାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ । ହୀରାକୁଦକୁ ୭ ହଜାର କ୍ୟୁସେକ ଜଳ ପ୍ରତିସେକେଣ୍ଡରେ ପ୍ରବେଶ କରୁଛି । ଗତକାଲି ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ୨୦ଟି ଗେଟ୍ ଖୋଲା ରହିଛି । ବର୍ତ୍ତମାନ ଧାନ ଚାଷର ତଳି ପକା  ଓ ବିଦ୍ୟୁତ ଉତ୍ପାଦନ ପାଇଁ ଦୁଇ ଦିନ ତଳେ ଜଳ ନିଅଣ୍ଟିଆ ହୋଇପଡିଥିଲା ।
  10. ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଣ୍ଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ । 
  11.  ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା ନେଇ ହାଇକୋର୍ଟ ଯାଇଥିଲେ ମହମ୍ମଦ ମୋକିମ । ମାନ୍ୟବର କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟରକୁ ଖାରଜ କରିଛନ୍ତି କୋର୍ଟ। ଏହାସହିତ ମୋକିମଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।
  12. ବର୍ତ୍ତମାନ ଟିକାକରଣକୁ ତ୍ବରାନ୍ବିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ । ଏଥିରେ କିଏ ପ୍ରଥମ ଡୋଜ୍ ନେଇଛି, କିଏ ଦ୍ବିତୀୟ ଡୋଜ୍ ନେଇଛି, କିଏ ପ୍ରିକସନ୍ ଡୋଜ୍ ନେଇଛି, କିଏ ଟିକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇନ୍ ଭ୍ୟାନ୍ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି ।
  13. ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ମହିଶାଲ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୯ ଜଣ ବ୍ଯକ୍ତି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ସମ୍ତ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ସମସ୍ତ ସଦସ୍ୟ ଏକ ଡାକ୍ତର ପରିବାରର।
  14. ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଚଳିତ ବର୍ଷ ଜୁନ୍‌ ୧୬ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ଥିଲା।
  15. ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି ।ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚ୍ୟୁଟି କିମ୍ବା ପେନସନ୍ ମିଳିବ ନାହିଁ ।
  16. ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି।  ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।
  17. ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସରକାରୀ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ଓ ପିଲାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଉଟସୋର୍ସିଂ ମାଧ୍ୟମରେ ପିଲାଙ୍କ ପାଇଁ ସ୍କୁଲରେ ଜଗୁଆଳି ରହିବେ। ଯେଉଁମାନେ କି ପିଲାଙ୍କ ସୁରକ୍ଷା ଭାର ମୁଣ୍ଡାଇବେ। ଓଡିଆ ସହ ପିଲାଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢ଼଼ାଇବା ପାଇଁ ସ୍ପୋକନ୍‍ ଇଂରାଜୀ ଶିକ୍ଷା ଉପରେ ବିଭାଗ ଗୁରୁତ୍ୱ ଦେବ। ତାଲିମପ୍ରାପ୍ତ ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ଶିକ୍ଷା ଦିଆଯିବ।
  18. ତାମିଲନାଡୁର ଜଣେ ଯୁବକ ୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କାର୍‌ କିଣିବା ଘଟଣା ଅନେକଙ୍କୁ ବିସ୍ମିତ କରିଛି। ତାମିଲନାଡୁର ଅରୁର ନିବାସୀ ଭେଟ୍ରିଭେଲ ନାମ ଜଣେ ଯୁବକ ଏକ ଯାନ ବିକ୍ରୟ ଶୋ’ରୁମରେ କାର୍ଯ୍ୟ କରୁଥିଲା ବେଳେ ୧୦ ଟଙ୍କିଆ କଏନ ପ୍ରତି ଗ୍ରାହକମାନଙ୍କ ବିମୁଖତାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏହା ପରେ ସେ ୧୦ ଟଙ୍କିଆ କଏନ ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ।
  19. ୧୦ମ ପରୀକ୍ଷା ଦେଇଥିବା ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି ପାସ୍‌ କରିଥିବା ବେଳେ ତାଙ୍କ ପୁଅ ଫେଲ୍‌ ହୋଇଥିବା ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳାଫଳରୁ ଜଣାପଡ଼ିଛି। 
  20. ଭାରତ ସମେତ ପୂରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂରରେ ସାମୂହିକ କାର୍ଯ୍ୟକ୍ରମରେ ଲୋକଙ୍କ ସହିତ ଯୋଗାଭ୍ୟାସ କରୁଛନ୍ତି । ଏହି ସମୟରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଉପସ୍ଥିତ ଅଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.