• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ 24 ଘଣ୍ଟା ମଧ୍ୟରେ ଭାରତ ଅତି କମରେ 12,249 ନୂତନ COVID-19 ମାମଲା, ମୋଟ ମାମଲା 4,33,31,645 କୁ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସକ୍ରିୟ ମାମଲା ସଂଖ୍ୟା ଦେଶରେ 81,687 କୁ ବୃଦ୍ଧି ପାଇଛି।
  2. ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ  କୁମାର ସାକ୍ସେନାଙ୍କୁ  ବୁଧବାର ଦିନ ଦୁର୍ନୀତି ଅଭିଯୋଗରେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟରେ ଦୁଇ  two sub-divisional magistrates ଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  3. ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଚଳିତ ବର୍ଷ କାଶ୍ମୀର ଉପତ୍ୟକାରେ ମୋଟ 118 ଆତଙ୍କବାଦୀ ନିହତ ହୋଇଛନ୍ତି
  4. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁଣି ଥରେ ଲାଗିଲା ଝଟକା । ସୁପ୍ରିମ କୋର୍ଟ ପରେ ହାଇକୋର୍ଟ ମଧ୍ୟ ପ୍ରକଳ୍ପ ବିରୋଧରେ ହାଇକୋର୍ଟରେ ରୁଜୁ ହୋଇଥିବା ସବୁ ମାମଲା ରଦ୍ଦ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଆଉ ଦୁଇଜଣ ମଧ୍ୟ ପକ୍ଷଭୁକ୍ତ ହୋଇଥିଲେ ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଓଡିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର  ।
  6. ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜୁ ଜନତା ଦଳ  । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛି  ।
  7. ଅନ୍ତର୍ଜାତୀୟ ସ୍ତରରେ ଭାରତୀୟଙ୍କୁ ମିଳିବ ବଡ ଦାୟିତ୍ୱ । ୬୩ ବର୍ଷୀୟା ଭାରତରେ ଜନ୍ମିତ ଡ. ଆରତୀଙ୍କୁ ଆମେରିକା ସରକାରରେ ବିଜ୍ଞାନ କ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ପଦରେ ନିଯୁକ୍ତି ପାଇବେ ଇଣ୍ଡୋ-ଆମେରିକୀୟ ଡକ୍ଟର ଆରତୀ ପ୍ରଭାକର  ।
  8. ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ବରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମ୍‌ରୁ ୩୪,୬୧୫ କୋଟି ଟଙ୍କାର ଠକେଇ ହୋଇଛି। 
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ଜୁନ୍ ୨୬-୨୭ରେ ଜର୍ମାନୀରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଜର୍ମାନୀର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ।
  10. ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ସଂଜୟ ରାଉତଙ୍କ ବାସଭବନ ବାହାରେ ଆଜି ଏକ ବଡ଼ ବ୍ୟାନର ଲାଗିଛି । ବ୍ୟାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ବାଲସାହେବ ଠାକରେ, ଆଦିତ୍ୟ ଠାକରେ, ସଂଜୟ ରାଉତ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ଛବି ଅଛି।
  11. ଜୁନ୍ ୫ରେ ଅନୁଷ୍ଠିତ ପ୍ରଶାସନିକ ସେବା (ପ୍ରେଲିମିନାରି) ପରୀକ୍ଷାରେ ଯେଉଁମାନେ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା ୨୦୨୨ ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ରୋଲ ନମ୍ବର ପ୍ରକାଶ ପାଇଛି।
  12. ଅବିବାହିତ ହୋଇ ଶାରୀରିକ ସମ୍ପର୍କ ରଖୁଥିବାର ଧରାପଡ଼ନ୍ତି, ତେବେ ଆପଣଙ୍କୁ ଗିରଫ କରିବ ପୁଲିସ। ଏଭଳି ଅଜବ ନିୟମ ଭାରତରେ ନୁହେଁ ବରଂ କତାରରେ ଲାଗୁ କରାଯାଇଛି। କତାରରେ ହେବାକୁ ଥିବା ଫିଫା ବିଶ୍ବକପ ଦେଖିବା ପାଇଁ ଆସିବାକୁ ଥିବା ପ୍ରଶଂସକଙ୍କ ଉପରେ ଏହି ନିୟମ ଲାଗୁ କରାଯାଇଛି।
  13. ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ମୃତ୍ୟସଂଖ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି | ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୯୨୦ରେ ପହଞ୍ଚିଥିବାବେଳେ ୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି |
  14. ଦଣ୍ଡାଦେଶ ଶୁଣେଇଛନ୍ତି ସ୍ବତ୍ତନ୍ତ୍ର ପୋକ୍ସୋ ଅଦାଲତ କଟକ । ୨୦୧୮ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ମାୟାଧର ପୂର୍ତ୍ତିକୁ ଏହି ଦଣ୍ଡାଦେଶ ହୋଇଛି । ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣର ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
  15. ବରିଷ୍ଠ ଆଇନଜୀବୀ ବିଜନ ରାୟଙ୍କ ପରଲୋକ । ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ୍‌ର ସେ ଥିଲେ ପୂର୍ବତନ ସଭାପତି । ଷ୍ଟେଟ ବାର୍ କାଉନସିଲର ମଧ୍ୟ ଅଧ୍ୟକ୍ଷ ଥିଲେ ବିଜନ ରାୟ ।
  16.  ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍‌ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ ।
  17. ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। 
  18. କରୋନା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ହେବ ଟିକାକରଣ । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।
  19. ପାକିସ୍ତାନର ୭୪ ବର୍ଷିୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହୀର ଅବ୍ବାସଙ୍କୁ ଲଣ୍ଡନର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।
  20. ଷ୍ଟାର ଦମ୍ପତି ଅନୁଭୁବ-ବର୍ଷା ପାରିବାରିକ ବିବାଦରେ ମଙ୍ଗଳବାର ଅନୁଭବଙ୍କୁ ଲାଗିଛି ଝଟ୍‌କା। ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି କଟକ ଜିଲା ଜଜ୍।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.