• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କ୍ବିକ୍ ରେସପନସ୍ ଟିମ ବା କ୍ୟୁଆରଟି ଗଠନ କରିବ ପୂର୍ତ୍ତ ବିଭାଗ । ପ୍ରଥମେ ଅପରେଟିଂ ଗ୍ରୁପ୍ ଟ୍ରି କଟର୍, ଜେସିବି ଓ ସ୍ଥାନୀୟ ଶ୍ରମିକଙ୍କ ଜରିଆରେ ଯାତାୟତ ଅବରୋଧ କରୁଥିବା ଗଛର ଶାଖା କାଟିବେ । ୨୪ଘଣ୍ଟା ଭିତରେ ୩ ମିଟର ଓସାର ରାସ୍ତା ସଫା କରି ରିଲିଫ କାମ ଆରମ୍ଭ ହେବ । ପୁରୁଣା ଭଙ୍ଗା ବ୍ରିଜ୍ ନିକଟରେ ହ୍ୟୁମ୍ ପାଇପ୍ ବିଛାଯିବ ।
  2. ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ଉତ୍ପାଦ” ଭୁବନେଶ୍ୱର ରେଳ ଷ୍ଟେସନରେ ଉପଲବ୍ଧ ହେବ | ସେହିପରି କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହସ୍ତତନ୍ତ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” କଟକ ରେଳ ଷ୍ଟେସନରେ ଉପଲବ୍ଧ ହେବ |ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS), ପୁରୀ ସହିତ ମିଳିତ ଭାବରେ ଏହି ଷ୍ଟଲ୍ ଖୋଲାଯାଇଛି |
  3. ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଯାହାକୁ ବିଜେଡି ସମର୍ଥନ କରିଛି । 
  4.  ଅନ୍ତର୍ଜାତୀୟସ୍ତରରେ CRUTକୁ ପୁରସ୍କାର । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି ।
  5. ପ୍ରତି ଘଣ୍ଟାରେ ନୂଆ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳୁଛି  । ଗୋଟିଏ ପଟେ ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ସହ ଏକନାଥ ସିନ୍ଦେ ଗୌହ୍ବାଟିର ଏକ ହୋଟେଲରେ ରହିଛନ୍ତି  । ସେଇଠୁ ହିଁ ସେ ଶକ୍ତି ପ୍ରଦର୍ଶନ କରିବା ସହ ଗୋଟି ଚାଳନା କରୁଛନ୍ତି  ।
  6. ବିଦ୍ରୋହୀ ବିଧାୟକମାନେ ଚାହିଁଲେ ତାଙ୍କ ଦଳ ମହା ବିକାଶ ଆଗାଡି ସରକାର ଛାଡିବାକୁ ପ୍ରସ୍ତୁତ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିବା ପରେ କଂଗ୍ରେସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ସୂଚନାନୁସାରେ, ଶିବସେନା ନେତାଙ୍କ ବିବୃତ୍ତିରେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ନୂତନ କ୍ୟାମ୍ପସ ‘ବାଣିଜ୍ୟ ଭବନ’ ଏବଂ NIRYAT ପୋର୍ଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ।
  8. ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ଭୋର ୫ଟା ୧୯ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ ନାହିଁ।
  9. ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାର କରାଯାଇଛି। 
  10. ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ସାମାଜିକ କଲ୍ୟାଣ ପାଇଁ ୭.୭ ବିଲିୟନ ଡ଼ଲାର୍ ଅର୍ଥାତ ୬୦,୦୦୦ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କା ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଖର୍ଚ୍ଚ ହେବ।
  11. ମହିଳା ଟି-୨୦ ସିରିଜ୍: ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୪ ରନରେ ମାତଦେଲା ଟିମ୍ ଇଣ୍ଡିଆ ।
  12. ୟୁରୋପୀୟ ସଂଘର ସଦସ୍ୟ ହେବ ୟୁକ୍ରେନ, ପ୍ରସ୍ତାବକୁ ଗୃହୀତ କଲା ୟୁରୋପୀୟ ସଂସଦ ।
  13. ଚୀନରେ ରାଷ୍ଟ୍ରପତି ମତଦାନକୁ ନେଇ ଜିନପିଙ୍ଗ ଙ୍କ ବିରୁଦ୍ଧରେ ଆରମ୍ଭ ହେଲା ଅଭିଯାନ।
  14. ଜୁଲାଇ ୨୫ରେ ରାମନାଥ କୋବିନ୍ଦ ଏହି ନୂଆ ବାସଭବନକୁ ସ୍ଥାନାନ୍ତର ହେବେ ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନାନୁଯାୟୀ ବଙ୍ଗଳାରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି ଏବଂ କୋବିନ୍ଦଙ୍କ ଝିଅ ଏହି କାର୍ଯ୍ୟ ତଦାରଖ କରୁଛନ୍ତି।
  15. ସୂଚନାନୁଯାୟୀ ଗୌହାଟୀର ରାଡିସନ୍‌ ବ୍ଲୁ ହୋଟେଲ୍‌ରେ ୭ ଦିନ ପାଇଁ ୭୦ ରୁମ୍‌ ବୁକ୍‌ ହୋଇଛି। ୭ ଦିନ ପାଇଁ ହୋଟେଲ୍‌ ରୁମ୍‌ର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ବୋଲି ହୋଟେଲ୍‌ ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ବିଧାୟକମାନଙ୍କର ଖାଇବା ଏବଂ ଅନ୍ୟାନ୍ୟ ସେବା ବାବଦକୁ ଦୈନିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରାଯାଇଛି।
  16. ମୋବାଇଲ୍ ଫୋନ୍ ଟାୱାର ସ୍ଥାପନ କରୁଥିବା କମ୍ପାନୀ ଜିଟିଏଲ୍ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ କହିଛି ଯେ ୨୦୧୭ରୁ ଏହା ଉପରେ ନଜର ରଖାଯାଇ ନ ଥିବାବେଳେ ଟାୱାରଗୁଡିକ ଚୋରି ହୋଇଯାଇଛି। ୨୦୧୮ରେ ଘରୋଇ ଟାୱାର ସେବା କମ୍ପାନୀ ବିପୁଳ କ୍ଷତି ହେତୁ ଏହାର ସେବା ବନ୍ଦ କରି ଦେଇଥିଲା। କୋଭିଡ-୧୯ ଅବଧି ହେତୁ ମନିଟରିଂ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପାଇଁ କମ୍ପାନୀ ସେହି ସମୟ ମଧ୍ୟରେ ଟାୱାର ସାଇଟକୁ ଯାଇପାରି ନଥିଲା।
  17. ଅନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ରୁଷ୍‌ର ଏକ ବୃହତ ସିପିଂ କମ୍ପାନୀ ତାହାର ପଣ୍ୟବାହୀ ଜାହଜମାନଙ୍କ ପାଇଁ ଭାରତର ସୁରକ୍ଷା ପ୍ରମାଣ ପତ୍ର ହାସଲ କରିଛି । ଦୁବାଇର ଏକ କମ୍ପାନୀ ସହାୟତାରେ ରୁଷ୍‌ର ଏହି ପଣ୍ୟବାହୀ ଜାହାଜମାନଙ୍କୁ ଇଣ୍ଡିଆନ୍‌ ରେଜିଷ୍ଟାର ଫର୍‌ ସିପିଂ ପକ୍ଷରୁ ଆବଶକୀୟ ପ୍ରମାଣ ପତ୍ର ଦିଆଯାଇଛି ।
  18. ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ କରିଛନ୍ତି  । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି ।
  19. ଶ୍ରୀନଗର ସନତ ନଗରେ ରହୁଥିବା ବିଲାଲ ଅହମଦ। ଦୀର୍ଘ ୧୧ ବର୍ଷ ହେଲା ସେ ଏକ ସୋଲାର କାର ନିର୍ମାଣ ଲାଗିଥିଲେ। କାର୍‌ଟି କିପରି ସୌରଶକ୍ତିରେ ପରିଚାଳିତ ହେବ ସେ ନେଇ ପୂରା ଉଦ୍ୟମ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ସ୍ୱପ୍ନର ୱାଣ୍ଡର କାର୍‌ ସୌର ଶକ୍ତିରେ ଗଡ଼ିବା ଆରମ୍ଭ କରିଛି।
  20. ସାର୍ବଜନୀନ ସ୍ଥାନରେ ଜାତିସୂଚକ ଦୁର୍ବ୍ୟବହାର ହେଲେ  ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି(ଅତ୍ୟାଚାର ନିବାରଣ) ଆକ୍ଟ ଲାଗୁ ହେବା ଉଚିତ୍। ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ। ଏଥିସହ ଅଦାଲତ ବିଚାରଧୀନ ମାମଲାକୁ ରଦ୍ଦ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.