• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ। ଅନୁବାଦ ନିମନ୍ତେ ଓଡ଼ିଶାରୁ ଦୁଇ ସାରସ୍ବତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଛି।
  2. କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି। 
  3.  ରାଷ୍ଟ୍ରପତି ପଦ ପାଇଁ ଆଜି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
  4.  ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ୍‌ରେ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍‌ପି)ର ମୁଖ୍ୟାଳୟରେ ଖାଦ୍ୟ ନିରପତ୍ତା କ୍ଷେତ୍ରରେ ଓଡ଼ିଶା ସଫଳତାକୁ ବଖାଣିଛନ୍ତି।
  5.  ଶିବ‌ସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ୟୁଟର୍ଣ୍ଣ ନେଇଛନ୍ତି। ଏକ ବଡ଼ ଜାତୀୟ ଦଳ ସେମାନଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି ଗତକାଲି ଏକନାଥ ସିନ୍ଦେ କହିଥିଲେ। କିନ୍ତୁ ଆଜି ସିନ୍ଦେ କହିଛନ୍ତି, ଆମେ କୌଣସି ଜାତୀୟ ଦଳ ସହ ଯୋଗାଯୋଗରେ ନାହୁଁ। 
  6. ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପ‌ୋର୍ଟ କରିଛି।
  7. ରୁଷ୍‌ କେଭେ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଧମକ ଦେଇନାହିଁ। ମସ୍କୋର ଆଣବିକ ଅସ୍ତ୍ର ପ୍ରୟୋଗ ଆଭିମୁଖ୍ୟ ବୋଲି ଯାହା ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି ଶୁକ୍ରବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା କହିଛନ୍ତି।
  8. ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆର୍‌ଏଫ୍‌ଟିଆଇ), କୋଲକାତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
  9. ଲୋକପ୍ରିୟ ମାଲାୟାଲମ ଚଳଚ୍ଚିତ୍ର ଅଭିନେତା ଭି ପି ଖାଲିଦଙ୍କର ଶୁକ୍ରବାର ଦିନ ହୃଦ୍‌ଘାତରେ  ପର‌େଲାକ ହୋଇଛି। ୭୦ ବର୍ଷୀୟ ଖାଲିଦ ଜୁଡେ ଆଣ୍ଟୋନିଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ପାଇଁ କୋଚିରେ ସୁଟିଂ କକରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ।
  10. ଆସନ୍ତା ମାସରୁ ଦେଶରେ ନୂଆ ଶ୍ରମ କୋଡ୍‌ କାର୍ଯ୍ୟକାରୀ ହୋଇପାରେ। ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡ୍‌ରେ ପରିଣତ କରାଯାଇଛି। ନୂଆ ଶ୍ରମ କୋଡ୍‌ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ପକେଟକୁ କମ୍‌ ବେତନ ଆସିପାରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବାବଦ ଯୋଗଦାନ ବଢ଼ିପାରେ। ଏଥିସହିତ ସପ୍ତାହକୁ ୪ ଦିନ କାମ କରିବାର ସୁଯୋଗ ମଧ୍ୟ ମିଳିପାରେ। ତେବେ ଦିନକୁ ୮ ଘଣ୍ଟା ପରିବର୍ତ୍ତେ ସେମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବ।
  11.  ଆମେରିକାର ଫ୍ଲୋରିଡାରେ ଏକ ୫ ମିଟର ଲମ୍ବା ଓ ୯୮ କେଜିର ଅଜଗରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବା ପୂର୍ବରୁ ଅଜଗରଟି ହରିଣ ଖାଇଥିଲା । ଏହାସହ ସେ ଗର୍ଭବତୀ ଥିଲା ବୋଲି ମଧ୍ୟ ଜଣାପଡିଛି ।
  12. ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଆଉ ଆମ ଗହଣରେ ନାହାନ୍ତି। ଶୁକ୍ରବାର ସକାଳେ ଭୁବନେଶ୍ୱର ପ୍ରାଚୀ ବିହାରରେ ଥିବା ତାଙ୍କ ବାସ ଭବନରେ ସେ ଆତ୍ମହତ୍ୟା କରିଛନ୍ତି ।
  13. ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି ।
  14. ୟୁରୋପୀୟ ୟୁନିୟନର ସଦସ୍ୟତା ନିମନ୍ତେ ୟୁକ୍ରେନର ଆବେଦନକୁ ଇୟୁ ସଚିବାଳୟ ଗ୍ରହଣ କରିଛି। ଏଥିସହିତ ୟୁକ୍ରେନକୁ ଏହା ପ୍ରାର୍ଥୀ ମାନ୍ୟତା ପ୍ରଦାନ କରିଛି। ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ୟୁରୋପୀୟ ୟୁନିୟନର ନେତୃବୃନ୍ଦ ସମ୍ମିଳିତ ହେବା ସହିତ ୨୭ ରାଷ୍ଟ୍ର ବିଶିଷ୍ଟ ଇୟୁରେ ସାମିଲ ହେବା ନିମନ୍ତେ ୟୁକ୍ରେନକୁ ଆନୁଷ୍ଠାନିକ ଭାବରେ ପ୍ରାର୍ଥୀ ମାନ୍ୟତା ଦେଇଛନ୍ତି।
  15. ଆତ୍ମହତ୍ୟା ହାର ( ପ୍ରତି ଏକ ଲକ୍ଷ ଲୋକ ରେ ଆତ୍ମହତ୍ୟା ଘଟଣା)ରେ ଦଶ ଶତାଂଶ ବୃଦ୍ଧି ହୋଇଛି। ଭାରତରେ ମହାରାଷ୍ଟ୍ର (୧୩%), ତାମିଲନାଡୁ(୧୧%), ପଶ୍ଚିମବଙ୍ଗ(୯.୫%), ମଧ୍ୟପ୍ରଦେଶ(୮.୬%) ଓ କର୍ଣ୍ଣାଟକ(୮%) ରେ ଆତ୍ମହତ୍ୟା ହାର ଅଧିକ ରହିଛି। ଓଡ଼ିଶାରେ ଆତ୍ମହତ୍ୟା ହାର ୩.୬% ରହିଛି।୨୦୨୦ ରେ ଓଡ଼ିଶାରେ ୫୫୪୬ଟି ଆତ୍ମହତ୍ୟା ଘଟଣା ପିକୃତ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.