• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଓଡିଆ ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ କଥା ଶୁଣି କଥା ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରେ ଜକେଇ ଆସିଲା ଲୁହ ରୋମରେ ଭାବବିହ୍ୱଳ ହେଲେ ।
  2. ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେଲା ଏବଂ ବନ୍ୟା ଯୋଗୁ ୧୧୮ ଜୀବନ ଗଲାଣି ।
  3. ୨୦୦୨ ମସିହାର ଗୁଜରାଟ ଦଙ୍ଗା ମାମଲାରେ ବହୁ ଚର୍ଚ୍ଚିତ ତଥା ବିବାଦୀୟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦେଇଥିବା କ୍ଲିନଚିଟ ଫଇସଲାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । 
  4.  ଏନ୍‌ପିସିଆଇ  ଅନୁଯାଇ ଫାସ୍‌ଟ୍ୟାଗରୁ କେହି ଟଙ୍କା ଚୋରି କରିପାରିବେ ନାହିଁ: ।
  5. ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)- ସହରାଞ୍ଚଳରେ ଜୁନ୍‌ ୨୦୧୫ ରୁ ଜୁନ୍‌ ୨୨, ୨୦୨୨ ସୁଦ୍ଧା ମୋଟ ଏକ ଲକ୍ଷ ୧୦ ହଜାର ୩୦ଟି ଆବାସ ନିର୍ମାଣ ହୋଇଛି।
  6. ଶ୍ରୀଲଙ୍କା ବିପକ୍ଷ ମହିଳା ଟି୨୦ ଶୃଙ୍ଖଳା ଜିତିଲା ଭାରତ ।
  7. ଆର୍ଥିକ ବର୍ଷ ୨୦୨୧-୨୨ରେ ଏନ୍ଫୋସିସର କ୍ୟାପିଟାଲ ରିଟର୍ଣ୍ଣ ୨୪,୧୦୦ କୋଟି, ଲାଭାଂଶ ଘୋଷଣା କଲା କମ୍ପାନି ।
  8. ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପଞ୍ଚମ ମାସରେ ଉପନୀତ ହୋଇଥିବା ବେଳେ ଶନିବାର ରୁଷିଆ ୟୁକ୍ରେନ୍‌ର ପଶ୍ଚିମ ଓ ଉତ୍ତରରେ ଥିବା ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଘନଘନ କ୍ଷେପଣାସ୍ତ୍ର ବୃଷ୍ଟି କରିବା ଦେଖାଯାଇଛି।
  9. ଦ୍ଵାରକାର ଏକ ଅଞ୍ଚଳରୁ ବେଆଇନଭାବେ ୯୯୦ ଗଛ କାଟିବା ଅଭିଯୋଗରେ ବନ ବିଭାଗ ରେଳ ଭୂ-ଉନ୍ନୟନ ପ୍ରାଧିକରଣ (ଆର୍‌ଏଲ୍‌ଡିଏ) ଉପରେ ୫.୯ କୋଟି ଟଙ୍କାର ଜରିମାନା କରିଛି।
  10. ସାରା ବିଶ୍ୱର କାରଖାନା ବା ଉତ୍ପାଦନ ସ୍ଥଳ ଭାବରେ ଚୀନର ସ୍ଥାନ ଭିଏତନାମ ନେବାକୁ ଯାଉଛି।
  11. ଦେଶରେ ପ୍ରଥମ ଥର ପାଇଁ ସର୍ବବୃହତ ଭାସମାନ ସୌର ଶକ୍ତି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇଛି। କେରଳରେ ଟାଟା ପାୱାର ସୋଲାର ସିଷ୍ଟମ୍ସ ପକ୍ଷରୁ ଏହି ୧୦୧.୬ ମେଗାୱାଟ ପିକ୍‍ ପ୍ରକଳ୍ପ ସ୍ଥାପିତ ହୋଇଛି। ଏହାକୁ କାୟାମକୁଲମ୍‍ରେ ୩୫୦ ଏକର ପରିମିତ ଜଳଭାଗରେ ସ୍ଥାପନ କରାଯାଇଛି।
  12. ସମଗ୍ର ବିଶ୍ବରେ ଅନୁଷ୍ଠିତ ଅଧ୍ୟୟନରୁ ସେମାନେ ଏହି ଉପଲବ୍ଧୀ ହାସଲ କରିଛନ୍ତି। ଏହାଦ୍ବାରା ଜନତା ଓ ନେତାଙ୍କ ଜୀବନ ଶୈଳୀରେ ରହିଥିବା ତାରତମ୍ୟ ସ୍ପଷ୍ଟ ବୋଲି ଗବେଷକମାନେ ଦର୍ଶାଇଛନ୍ତି। ସାଧାରଣ ଜନତାଙ୍କ ତୁଳନାରେ ନେତାଙ୍କ ଆୟୁଷ ଅଧିକ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଇଏଫ୍‌ଏଲ ସାଇନ୍ସ ସଂସ୍ଥାର ଗବେଷକ ଏପରି ସୂଚନା ଦେଇଛନ୍ତି।
  13. ହେଲମେଟ ପାଇଁ ତଣ୍ଡ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ। ଆଜି ଅପରାହ୍ନ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ଟ୍ରାଫିକ ପୁଲିସ ବିନା ହେଲମେଟ୍‍ ରେ ଗାଡି ଚଳାଉଥିବାରୁ ଫାଇନ ଆଦାୟ କରିଛନ୍ତି। 
  14. କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ମହିଳା କ୍ରିକେଟ୍‌ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଶନିବାର ୨ୟ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଦୁଇ ଓପ୍‌ନରଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ମଧ୍ୟକ୍ରମ ବିଫଳ ହେବାରୁ ଶ୍ରୀଲଙ୍କା ୫ ୱିକେଟରେ ୧୨୫ ରନ୍‌ କରି ପାରିଥିଲା।
  15. କେନ୍ଦ୍ର ସରକାର GST କ୍ଷତିପୂରଣ ସମୟସୀମାରେ ବୃଦ୍ଧି କରିଛନ୍ତି । ପାଖାପାଖି ୪ ବର୍ଷ ଅର୍ଥାତ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୟକୁ ବଢ଼ାଇ ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ ନୂଆ ନିୟମରେ ଜୁଲାଇ ୨୦୨୨ ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଦିଆଯିବ ।
  16. ମୋ ପୁଅକୁ ମୋ ଆଗରେ ହତ୍ୟା କରାଯାଇଛି। ମୁଁ ମୋ ପୁଅ ମୃତ୍ୟୁର ସାକ୍ଷୀ ବୋଲି ରାଜନୈତିକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆଇଏଏସ୍‌ ଅଫିସର୍‌ ସଞ୍ଜୟ ପ‌ୋପ୍‌ଲି କହିଛନ୍ତି।
  17. ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ଭାବେ ଏହାର ଦୈନନ୍ଦିନ କାର୍ଯ୍ୟକଳାପରୁ ତୁରନ୍ତ ଦୂରେଇ ଯିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶନିବାର ନରିନ୍ଦର ବାତ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  18. ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଏବଂ ରାଜ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ୩୮ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି ସିନ୍ଦେ କହିଛନ୍ତି।
  19. ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ନୂଆ ବିବାଦ। ବାଲାସାହେବଙ୍କ ନାଁକୁ ନେଇ ଶିବସେନା ଓ ବିଦ୍ରୋହୀଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା।
  20. କେନ୍ଦୁଝରର ବଳଦେବଜିଉ ରଥ ବିଶ୍ଵରର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବାକୁ ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.