• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ସୁପ୍ରିମ୍‌କୋର୍ଟରେ ଝଟ୍‌କା ପରେ ବୁଧବାର ରାତିରେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ‌େ‌ର। ଆଜି ରାଜ୍ୟ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାଲାଗି ରାଜ୍ୟପାଳଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେବା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
  2. ପ୍ରାକୃତିକ ସମ୍ପଦରେ ପ୍ରାଚୁର୍ଯ୍ୟଭରା ଓଡିଶା । ଭାରତର ଖଣିଜ ସମ୍ପଦ କ୍ଷେତ୍ରରେ ଓଡ଼ିଶାର ସିଂହଭାଗ ରହିଛି । ଓଡ଼ିଶା ଏବେ ଶିଳ୍ପର ହବ ପାଲଟିଛି ।
  3. ଅଗଷ୍ଟ ମାସ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି  । ଦେଶର ୧୬ତମ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ବୈଠକ ପରେ ସୂଚନା ମିଳିଛି । ତେବେ ଏନେଇ ଜୁଲାଇ ୫ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ  । ଜୁଲାଇ ୧୯ ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି  ।
  4. ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ଲାଗି ବର୍ତ୍ତମାନ ସୁଦ୍ଧା ଆବେଦନ କଲେଣି ୧ ଲକ୍ଷ ୮୩ ହଜାର ଯୁବକଯୁବତୀ । ଗତ ୬ ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ଆବେଦନ ହୋଇଛି । ଏକ ଟ୍ୱିଟରେ ବାୟୁସେନା ପକ୍ଷରୁ କୁହାଯାଇଛି- ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ୧ ଲକ୍ଷ ୮୩ ହଜାର ୬୩୪ ଜଣ ଯୁବକଯୁବତୀ ଆବେଦନ କରିଛନ୍ତି । 
  5. ଅନୁଗୁଳର ଚିତ୍ରକର ରଜତ ନାଥ  ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ।
  6. ରୁଷକୁ ନିଜର ନଂ୧ ଶତ୍ରୁ ଘୋଷଣା କରିଛି  ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବା ନାଟୋ । ନିଜ ସଦସ୍ୟ ଦେଶମାନଙ୍କ ସୁରକ୍ଷା ଓ ଶାନ୍ତି ପାଇଁ ରୁଷ ସବୁଠାରୁ ବଡ଼ ବିପଦ ବୋଲା ନାଟୋ କହିଛି ।
  7. ସରକାରଙ୍କ ମୁଖ୍ୟ ଆଇଗତ ପରାମର୍ଶଦାତା ଭାବେ ଆଉ ୩ ମାସ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର କରିଥିବା ଅନୁରୋଧକୁ ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ ଗ୍ରହଣ କରିଛନ୍ତି ।
  8.  କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା କହ୍ନେୟା ଲାଲ ଟେଲିଙ୍କ ନିର୍ମମ ହତ୍ୟାଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ଉପରେ ନ୍ୟସ୍ତ କରିଛି।
  9.  ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଗତ ଜୁନ୍‌ ୨୪ ତାରିଖରେ ଏଚଏଲଡିଜିଡି ( ହାଇ ଲେବଲ ଡାଇଲଗ୍‌ ଅନ ଗ୍ଲୋବାଲ ଡେଭ୍‌ଲପମେଣ୍ଟ) ତଥା ବୈଶ୍ବିକ ବିକାଶସ୍ତରରେ ଉଚ୍ଚସ୍ତରୀୟ ଆଲୋଚନା ଆୟୋଜନ କରିଥିଲେ। 
  10. ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଆଜି ଏକ ଦୀର୍ଘ ଦିନର ଦାବିକୁ ସ୍ବୀକୃତି ମିଳିଛି। ଔ‌ରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଉସମାନାବାଦ ସହରକୁ ଧାରାଶିବ କରିବାପାଇଁ ଦୀର୍ଘ ଦିନ ଧରି ‌ଯେଉଁ ଦାବି ରହିଥିଲା ତାହାକୁ ଆଜି କ୍ୟାବିନେଟ୍‌ ମଂଜୁରି ମିଳିଛି।
  11. ଚେକ୍‌ ଇସ୍ୟୁ ବେଳେ ବ୍ୟାଙ୍କ୍‌ ଚାର୍ଜ କରୁଥବା ଫିସ୍‌ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବା ନେଇ କାଉନ୍‌ସିଲ୍‌ କହିଛି । ମ୍ୟାପ୍‌, ଚାର୍ଟ, ଆଟ୍‌ଲାସ୍‌ରେ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ। ବ୍ରାଣ୍ଡ ନଥିବା ଏବଂ ପ୍ୟାକ୍‌ ହୋଇନଥିବା ଦ୍ରବ୍ୟ ଉପରେ ପୂର୍ବ ପରି ଜିଏସ୍‌ଟି ଛାଡ଼ କରାଯାଇଛି ।
  12. ଅକ୍ସଫର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଗବେଷଣା ପରେ ଏହି ଚେତାବନୀ ଜାରି ହୋଇଛି ଯେ ଆଗାମୀ ୨୫ ବର୍ଷରେ ରୋଜଗାରର ଅବସର ଅନେକ ଗୁଣା ହ୍ରାସ ହୋଇଥିବ। ଏବେ ଯେଉଁ କାମ ପାଇଁ ମଣିଷ ବେତନ ନେଉଛନ୍ତି ସଂସ୍ଥାମାନେ ନିଜର ଲାଭ ପାଇଁ ସେହି ସବୁ କାମ ରବୋଟ ଦ୍ୱାରା କରିବାରେ ଲାଗିବେ। ଏଣୁ ଏହି ସବୁ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ହେବ ନଚେତ କର୍ମଚାରୀର ଆବଶ୍ୟକତା ପଡି ନପାରେ।
  13. ଡାକ୍ତରଖାନାରେ ଜେନେରିକ୍ ଔଷଧ ଲେଖିବା ବଦଳରେ ରୋଗୀଙ୍କୁ ଦାମିକିଆ ଔଷଧ ଲେଖୁଛନ୍ତି ଡାକ୍ତର। ଔଷଧରେ ବ୍ରାଣ୍ଡର ନାଁ ବି ଉଲ୍ଲେଖ ରହୁଛୁି। ଫଳରେ ରୋଗୀ ଔଷଧ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛି। ବ୍ରାଣ୍ଡେଡ୍ ଔଷଧ ନ ଲେଖି କେବଳ ଜେନରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର।
  14. ଟ୍ୟାକ୍ସ ଛାଡ଼କୁ ନେଇ ଅର୍ଥମନ୍ତ୍ରୀ କଲେ ଘୋଷଣା, ଆସନ୍ତା ଅଗଷ୍ଟରେ ହେବାକୁ ଥିବା କାଉନସିଲ ବୈଠକରେ ଏନେଇ ନିଆଯିବ ନିଷ୍ପତ୍ତି ।
  15. ରାଜସ୍ଥାନର ଅଶୋକ ଗେହଲଟ୍‌ ସରକାର କହ୍ନେୟାଲାଲ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୫ ପୋଲିସ କର୍ମଚାରୀଙ୍କୁ ବିଶେଷ ଉପହାର ଦେଇଛନ୍ତି। ରାଜ୍ୟ ସରକାର ଉଦୟପୁର ଘଟଣାରେ ଜଡ଼ିତ ଥିବା ୨ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିବା ୫ଜଣ ପୋଲିସ କର୍ମଚାରୀ ତେଜପାଲ, ନରେନ୍ଦ୍ର, ଶୌକତ, ବିକାସ ଓ ଗୌତମଙ୍କୁ ଆଉଟ୍‌ ଅଫ୍‌ ଟର୍ମରେ ପ୍ରୋମୋଶୋନ (ପଦନ୍ନୋତି) ଦେବେ ବୋଲି ଘୋଷଣା କରିଛନ୍ତି।  
  16. ଦକ୍ଷିଣ ଭାରତୀୟ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ କିଛି ଦିନ ପାଇଁ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାଗାର୍ଜୁନ ବିଗ୍‌ ବସ୍‌ ତେଲୁଗୁ ସିଜନ୍‌-୬ର ଶୁଟିଂ ପାଇଁ ଫିଲ୍ମରୁ ଦୂରେଇ ରହିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମାଧ୍ୟମରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିବା ନାଗାର୍ଜୁନ ଇତି ମଧ୍ୟରେ ଆଉ କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ ନାହିଁ।
  17. କୃଷକଙ୍କ ପାଇଁ ମୋଦୀ ସରକାର ନେଲେ ବଡ଼ ନିଷ୍ପତ୍ତି ।  କମ୍ପ୍ୟୁଟରୀକରଣ ହେବ ୬୩ ହଜାର PACS, ୨୫୧୬ କୋଟିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ ।
  18. ଚାନ୍ଦିପୁରରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚାଳକ ବିହୀନ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ହେଲା ସଫଳ ପରୀକ୍ଷଣ, ଏହାର ଓଜନ ୭୫ କିଲୋଗ୍ରାମ ଓ ମୋଟେଇ ୧୮୦ ମିଲିମିଟର ।
  19. ଦିଲ୍ଲୀରେ ମାଗଣା ରାଶନ ଯୋଜନାର ଅବଧି ୩ ମାସ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଣିକି ଗରିବ ଲୋକମାନେ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ମାଗଣାରେ ଶସ୍ୟ ପାଇପାରିବେ ।
  20. ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଦୁବାଇରେ ବିଶ୍ବ ନିବେଶକମାନଙ୍କୁ  ଆହ୍ବାନ ଦେଲେ ନବୀନ । ଆସନ୍ତା ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ ହେବ ଆୟୋଜନ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.