• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗୁରୁବାର ହରିୟାଣାର ଡାକ୍ତରାଣୀ ଗୁର୍‌ପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭବନରେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ୪୮ ବର୍ଷୀୟ ମାନ୍‌ଙ୍କର ଏହା ହେଉଛି ଦ୍ବିତୀୟ ବିବାହ।
  2. ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ଆୟୋଜିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ୩ ଲକ୍ଷ ୨୫ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏହା ହେଉଛି ବୋର୍ଡ ଇତିହାସରେ ସର୍ବକାଳୀନ ରେକର୍ଡ। ୨୦୨୧ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୧ ହଜାର ୫୬୧ ଏବଂ ୨୦୨୦ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୫୯ ହଜାର ୧୩୦। 
  3. କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି।
  4. କୋଇଲା ମନ୍ତ୍ରଣାଳୟର କର୍ତ୍ତୃପକ୍ଷ ୬ ଜୁଲାଇ ୨୦୨୨ ରେ ପ୍ରକଳ୍ପ ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସରେ ସମୁଦାୟ ୨୭.୭ ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। 
  5. ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବ୍ରେକ୍ସିଟ୍‌, କୋଭିଡ୍‌ ଏବଂ ମାଉଣ୍ଟିଂ ସ୍କାଣ୍ଡାଲ୍‌ ମଧ୍ୟରେ ଛନ୍ଦି ହୋଇ ତିନି ବର୍ଷ ଦାୟିତ୍ୱରେ ରହିବା ପରେ କଞ୍ଜରଭେଟିଭ୍‌ ପାର୍ଟିର ନେତା ପଦ ଛାଡିଛନ୍ତି।
  6. କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ ।
  7. ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାରି ଆଧୁନିକ ଚିନ୍ତାଧାରା ସହ ଯୋଡିବା ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି ପ୍ରଧାନମନ୍ତ୍ରୀ  ମୋଦୀ  କହିଛନ୍ତି ।
  8. ନିତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଜି-୨୦ର ନୂଆ ସେର୍‌ପା ହେବେ। ବର୍ତ୍ତମାନ ଏହି ପଦରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଛନ୍ତି।
  9. ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏଣିକି ଆନୁପାତିକ ବିଲ ବଦଳରେ ପ୍ରସ୍ତୁତ ହେବ ମାସିକିଆ ବିଲ ବୋଲି ନିଷ୍ପତି ନେଲା ଓଇଆରସି ।
  10. ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ମୋଟ୍‌ ୨ ଜଣଙ୍କୁ ଫାଶୀରେ ଝୁଲାଇ ଦିଆଯାଇଛି। ଡ୍ରଗ୍‌ସ ଚୋରାଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଜଣଙ୍କୁ ଆଜି ସକାଳେ ଫାଶୀଦଣ୍ଡ ହୋଇଛି।
  11. ବିଦେଶୀ ହତିଆର କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ୩ଟି ବ୍ୟାଙ୍କ - HDFC, ICICI ଓ Axis Bank ଉପରେ କେନ୍ଦ୍ର ସରକାରଙ୍କ ମୋହର ଲଗାଇଛନ୍ତି ।
  12. ଛତିଶଗଡ ସରକାର ରାଜ୍ୟର ବିଦ୍ୟାଳୟଗୁଡ଼ିକ ପାଇଁ ଶନିବାର ‘ବ୍ୟାଗ୍‌ଲେସ୍ ଡେ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ବ୍ୟାୟାମ, ଯୋଗ, କ୍ରୀଡା ପ୍ରତିଯୋଗିତା, ସାହିତ୍ୟ-ସାଂସ୍କୃତିକ କାର୍ଯ୍ୟକଳାପ, ବିଭିନ୍ନ କଳା ଶିକ୍ଷା ଆଦି କାର୍ଯ୍ୟକ୍ରମ କରାଯିବ। 
  13. ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ VIVO ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ୬୨,୪୭୬ କୋଟି ଟଙ୍କା ଚିନ୍‌କୁ ପଠାଇଦେଇଥିବା ଇଡି କହିଛି ।
  14. ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ଏଚ୍‌ ସାରସ୍ବତଙ୍କୁ ମଧ୍ୟ ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିଛି। ଏହି ଚିଠି ମିଳିବା ପରେ ପୁଲିସ ସତର୍କ ହୋଇ ତଦନ୍ତ ଆରମ୍ଭ କରିଛି। ଏଥି ସହିତ ଏଚ୍ ସାରସ୍ୱତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। 
  15. ଦୁନିଆରେ ମଙ୍କିପକ୍ସ ମାମଲାରେ ୭୭ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ବିଶ୍ଵ ସ୍ଵାଥ୍ୟ ସଂଗଠନ  ଚେତାବନୀ ଦେଇଛି ।
  16. କେନ୍ଦ୍ର  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି, ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା ।
  17. ୨୦୧୪ ପରେ ଦେଶରେ ୫୦୦ ପ୍ରତିଶତ ବୃଦ୍ଧି ପାଇଛି ଘୃଣା ବିଦ୍ଵେଷକାରୀ ବୟାନବାଜି  ।
  18. ଭାରତ ତଥା ଅନ୍ୟ ଦେଶରେ କରୋନା ଓମିକ୍ରନର ପ୍ରକରଣର ନୂଆ ଉପ ପ୍ରକରଣ ଠାବ ହୋଇଛି। ଏହି ପ୍ରକରଣର ନାମ ବିଏ ୨.୭୫। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।
  19. ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତି ନେଇଛି ଭାରତ।
  20. ୨୦୧୭ ଜୁଲାଇ୬ରେ ଦେଶରେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୫୬୪ ଟଙ୍କା ରହିଥିଲା। ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ ଏଲପିଜି ଦାମ ୧୦୭୯ ଟଙ୍କା ଛୁଇଁଛି। ଦେଶରେ ଗତ ୫ ବର୍ଷ ମଧ୍ୟରେ ଏଲ୍‌ପିଜି ଦାମ୍‌ ପ୍ରାୟ ଦୁଇଗୁଣା ମହଙ୍ଗା ହୋଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.