• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ଅପରାହ୍ନ ୫.୩୦ରେ ବାଦଲ ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ନିଖୋଜ ଅଛନ୍ତି। 
  2. ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ଘଟିଛି। ଶନିବାର ସକାଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି। ନାରା ସହରରେ ଏକ ସଭାରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଥିଲା।
  3. ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କୁ ଚେନ୍ନାଇ ସ୍ଥିତ କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି।
  4. ଉତ୍ତରାଖଣ୍ଡ ରାମନଗରର ଦେଲା ନଦୀ କୂଳରେ ଏକ ବଡ ଅଘଟଣ ଘଟିଛି। ପଞ୍ଜାବରୁ ପତିଆଲା ନିବାସୀ ପର୍ଯ୍ୟଟକଙ୍କ କାର ଦେଲା ନଦୀର ଦ୍ରୁତ ପ୍ରବାହରେ ଭାସି ଯାଇଛି। ଫଳରେ ୯ ଜଣଙ୍କ ଜୀବନ ଚାଲି ଯାଇଛି। କାରରେ ଥିବା ୧୦ ପର୍ଯ୍ୟଟକ ଦେଲା ରାମନଗର ସ୍ଥିତ ରିସର୍ଟରେ ରହି ଫେରୁଥିଲେ।
  5. କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (ଏମଓସି)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ ।
  6. ମଧ୍ୟପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟ (ଭିଆଇଟି ଭୋପାଳ)ରେ ହନୁମାନ ଚାଳିଶା ପଢ଼ିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  7. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଜନୈକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଆଇଏଏସ୍‌ ଅଧିକାରୀ ସୟଦ ରିଆଜ ଅହମ୍ମଦଙ୍କୁ ଝାଡ଼ଖଣ୍ଡ ସରକାର ଶୁକ୍ରବାର ଦିନ ନିଲମ୍ବିତ କରିଛନ୍ତି।
  8. ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଝିଅକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।
  9. ପୁଲିସ ରୁଜୁ କରିଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ବିବୃତ ଭିଡିଓ ପ୍ରସାରଣ ମାମଲାରେ ‘ଜି ନିଉଜ୍‌’ର ଉପସ୍ଥାପକ ରୋହିତରଞ୍ଜନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
  10. ସରକାରଙ୍କର ସମ୍ମାନଜନକ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦାୟିତ୍ବରେ ଥିବା ‘ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌’ର ପରିଚାଳନା ନିର୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ରେଳବାଇ ବହିଷ୍କାର କରିଛି ବୋଲି ଗୁରୁବାର ଦିନ ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି।
  11. ଖାଇବା ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହି ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଖାଇବାତେଲ ଉତ୍ପାଦନକାରୀ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ।
  12. ଭାରତୀୟ ଜାତୀୟ ପତାକା ବିକ୍ରି ଉପରୁ ଜିଏସଟି ଛାଡ଼ କରାଯାଇଛି। ପୂର୍ବରୁ ସୂତା, ସିଲ୍‌କ, ଉଲ କିମ୍ବା ଖଦିରେ ନିର୍ମିତ ହାତ ତିଆରି ଜାତୀୟ ପତାକା ଉପରୁ ଜିଏସ୍‌ଟି ଛାଡ଼ ହୋଇଥିବା ବେଳେ ଏବେ ମେସିନ ତିଆରି ଓ ପଲିଷ୍ଟର ଜାତୀୟ ପତାକା ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। 
  13. ଆମ୍ନେଷ୍ଟି ଇଣ୍ଡିଆକୁ ୫୧.୭୨ କୋଟି ଟଙ୍କାର ଫାଇନ୍ କଲା ଇଡି, ପୂର୍ବତନ ସିଇଓ ଆକାର ପଟେଲଙ୍କୁ ଦେବାକୁ ହେବ ୧୦ କୋଟି ।
  14. ପାଞ୍ଚ ମାସ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି, ଦ୍ଵିତୀୟ ମୁକାବିଲା ପୂର୍ବରୁ ନେଟ୍ସରେ ଝାଳବୁହା ଅଭ୍ୟାସ୍।
  15. ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ପହଣ୍ଡି ।
  16. ପ୍ରସିଦ୍ଧ ଶୈବକ୍ଷେତ୍ର ପ୍ରଭୁ ଶ୍ରୀଧବଳେଶ୍ୱର ପୀଠର ଭିତିଭୂମି ଓ ପାରିପାର୍ଶ୍ବିକ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
  17. ଫିଲ୍ମ ମେକର ଲୀନା ମଣିମେକଲାଇଙ୍କ ବିରୋଧରେ ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ହେଉଥିବା ବେଲେ ତାତିଲେଣି ହିନ୍ଦୁ ସଂଗଠନ। ଏପଟେ ଜଣେ ସନ୍ଥ ଫିଲ୍ମର ଏଭଳି ପୋଷ୍ଟରକୁ ବିରୋଧ କରି ଆତଙ୍କବାଦୀ ଭଳି ମତ ଦେଇଛନ୍ତି। ଫିଲ୍ମ ମେକରର ମୁଣ୍ଡ କାଟ କଲେ ୨୦ ଲକ୍ଷ ଟଙ୍କା ଦେବେ ବୋଲି ସେ ଘୋଷଣା କରିଛନ୍ତି।
  18. ଭାରତରେ ପ୍ରାୟ ୨ ହଜାରରୁ ଅଧିକ ୱେବ୍‌ସାଇଟ୍ ଉପରେ ସାଇବର ଆଟାକ ହୋଇଛି। ଏଥିରେ ମହାରାଷ୍ଟ୍ରର ଥାନେ ପୁଲିସ ଷ୍ଟେସନ୍ ଓ ଆନ୍ଧ୍ରପ୍ରଦେଶ ପୁଲିସ ୱେବ୍‌ସାଇଟ୍‌ ରହିଛି। ସେହିପରି ଆସାମର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ୱେବ୍‌ସାଇଟକୁ ମଧ୍ୟ ହ୍ୟାକ୍ କରିଛନ୍ତି ବିଦେଶୀ ହ୍ୟାକର। ଏପଟେ ପାକିସ୍ତାନରେ ଟିଭି ଚ୍ୟାନେଲ୍‌ରେ ହ୍ୟାକ୍ ନେଇ ମଧ୍ୟ ସୂଚନା ଦିଆଯାଇଛି।
  19. ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦଙ୍କ ଗତକାଲି ଅର୍ଥାତ୍‌ ୭ ଜୁଲାଇରେ ପରଲୋକ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ । ହଠାତ୍‌ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୮୬ ବର୍ଷ ବୟସରେ ହୋଇଥିଲା।
  20. ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.