• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ ।
  2. ବରିଷ୍ଠ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ପାଇଲେ ଆଦିକବି ସାରଳା ଦାସ ସମ୍ମାନ ୨୦୨୨ ।  ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି
  3. ଓଡ଼ିଶାର ମୁକ୍ତା ଯୋଜନାକୁ ସଫଳତା । ୨୦୨୧-୨୨ ଡବ୍ଲୁଆରଆଇ ରୋଜ ସେଣ୍ଟରରେ ଏହି ଯୋଜନାକୁ ଶ୍ରେଷ୍ଠ ମନୋନିତ କରାଯାଇଛି । ପୋଲାଣ୍ଡର କାଟୋଓ୍ବାଇସରେ ଏକାଦଶ ବିଶ୍ବ ଅର୍ବାନ ଫୋରମରେ ବାଜି ମାରିଛି ମୁକ୍ତା ଯୋଜନା । ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଦାଖଲରୁ ମୁକ୍ତାକୁ ଚୟନ କରାଯାଇଛି ।
  4. ଦେଶର ୬ ପ୍ରମୁଖ ଶିଳ୍ପସମୃଦ୍ଧ ତଥା ସଫଳ ରାଜ୍ୟ ତାଲିକାରେ ଓଡ଼ିଶା । ୟୁଜର ଫିଡବ୍ୟାକ୍ ମେଥୋଡୋଲୋଜି ଅନୁସାରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । 
  5. ଏଣିକି ଓଡ଼ିଶାର ଧାମରା ଓ ପୁରୀ ସଂଲଗ୍ନ ତଟରେ ଦୁଇଟି ରୋଲ୍-ଅନ୍ ଓ ରୋଲ୍-ଅଫ୍ ଫେରୀ ସେବା ପ୍ରକଳ୍ପ ପ୍ରତିଷ୍ଠା ହେବ । ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । 
  6. ଶିବସେନାର ୩୮ ବିରୋଧୀ ବିଧାୟକଙ୍କ ବଳରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ପାଖରେ ଅଛି ବିଜେପିର ୧୦୬ ବିଧାୟକଙ୍କ ସମର୍ଥନ । ହେଲେ ଶପଥ ଗ୍ରହଣ ଉତ୍ସବରେ ସିନ୍ଦେଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଫଡ଼ନାବିସ୍ ଶପଥ ନେଇଛନ୍ତି ।
  7. ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ ।
  8. କରୋନା ମହାମାରୀ ପାଇଁ ୨ ବର୍ଷ ବନ୍ଦ ଥିଲା ଅମରନାଥ ଯାତ୍ରା । ୨ ବର୍ଷ ପରେ ବର୍ଷର ପ୍ରଥମ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଜମ୍ମୁ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୮୯୦ ଯାତ୍ରୀଙ୍କୁ ନେଇ ପହଲଗାମ ବେସ୍ କ୍ୟାମ୍ପକୁ ଆରମ୍ଭ ହୋଇଛି ଯାତ୍ରା । କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ତୀର୍ଥଯାତ୍ରୀଙ୍କ ଅମରନାଥ ଯାତ୍ରା ।
  9. ଟୁଇଟ୍‌ କରି ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ବୋର୍ଡ’ (ଏନ୍‌ଆଇବିଟି) କହିଛି, ଦେଶବ୍ୟାପୀ ଦୀର୍ଘ ସମୟ ଧରି ବିଜୁଳି କାଟ ଯୋଗୁଁ ସମସ୍ୟା ଏବଂ ବାଧା ସୃଷ୍ଟି ହେଉଥିବାରୁ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବା ପାଇଁ ପାକିସ୍ତାନର ଟେଲିକମ୍‌ ଅପରେଟର୍‌ମାନେ ସତର୍କ କରାଇ ଦେଇଛନ୍ତି।
  10. ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ରସାୟନ ଓ ପେଟ୍ରୋ ରସାୟନ ବିଭାଗର ସଚିବ ଆରତି ଆହୁଜାଙ୍କୁ ସାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
  11. ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏବଂ ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟଙ୍କ ଶପଥ ଗ୍ରହଣ ପରେ ଏନ୍‌ସିପି ନେତା ଶରଦ ପାୱାର କହିଛନ୍ତି, ସିନ୍ଦେ ତାଙ୍କ ଦକ୍ଷତା ‌ଦେଖାଇଛନ୍ତି ଏବଂ ସଫଳ ହୋଇଛନ୍ତି
  12. ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ‘ବଡ଼ ଖବର’ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ।
  13. ସରିଲା ରବି ଧାନ ସଂଗ୍ରହ। ୨୦୨୧ ମସିହା ଖରିଫ ଧାନ ବିକ୍ରି ବେଳେ ଟୋକନ୍‌ ନେଇ ଚାଷୀ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା, ଏଥର ବି ସମାନ ଅବସ୍ଥା। ଚଳିତ ବର୍ଷ ୧୨ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରି ନଥିବା ପ୍ରାଥମିକ ସୂଚନା ମିଳିଛି।
  14.  ପାଣିପାଗ ବିଭାଗ ପୂର୍ବାନୁମାନ- ଆସନ୍ତା ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ଓଡ଼ିଶା ଉପକୂଳ ପାଖରେ। ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।
  15. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ରହିଛନ୍ତି । 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.