• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି (ଶନିବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ଉପସ୍ଥାପନ ହେବ ।
  2. ରାଜ୍ୟ ସରକାରଙ୍କ ମାସିକ ମାଗିଜିନ ଉତ୍କଳ ପ୍ରସଙ୍ଗ ଏବଂ ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ସଂସ୍କରଣ ଓଡିଶା ରିଭ୍ୟୁ ମାଗାଜିନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା  ଉନ୍ମୋଚିତ ହୋଇଛି ।
  3. ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗି ଯାଇଛନ୍ତି ତିନିରଥ । ଆଜି ନୀତିନିର୍ଘଣ୍ଟର ଢେର୍‌ ପୂର୍ବରୁ ସବୁନୀତି ସଅଳ ଚାଲିଥିଲା । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି, ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା, ସବୁ କିଛି ଚାଲିଥିଲା ସଅଳ । ଦୁଇବର୍ଷ ପରେ ବଡ଼ଦାଣ୍ଡରେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓ ରଥଟାଣିବାର ସୁଯୋଗ ପାଇଛନ୍ତି ଭକ୍ତ ।
  4. ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସତ୍ୟନଗର ଶଶ୍ମାନରେ ଜଳିଛି ଜୁଇ  ।  ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଥିଲା।ମୃତ୍ୟୁ ବେଳକୁ ଆଶୋକ ପଣ୍ଡାଙ୍କୁ ୫୭ ବର୍ଷ ହୋଇଥିଲା।
  5. ଆତ୍ମନିର୍ଭର ଭାରତ ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଉ ଏକ ପାଦେ ଆଗକୁ ବଢିଛି । ସ୍ୱୟଂ ଚାଳିତ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟରର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ବିନା ଚାଳକରେ ଏହି ବିମାନ ଉଡି ସଫଳତା ହାସଲ କରିଛି । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏରୋନଟିକାଲ ପରୀକ୍ଷଣ ରେଞ୍ଜରୁ ଏହି ଉଡାଣ ଭରିଥିଲା  । 
  6.  ୧୯୭୩ ମସିହାରେ ପ୍ରଥମ କରି ମୋବାଇଲର ଆବିଷ୍କାର କରିଥିଲେ ମାର୍ଟିନ କୁପର  । ବିବିସିର ଏକା କାର୍ଯ୍ୟକ୍ରମରେ ମାର୍ଟିନ କହିଛନ୍ତି  । ସମଗ୍ର ଦିନରୁ ସେ ମୋବାଇଲକୁ କେବଳ ୫ ପ୍ରତିଶତ ସମୟ ଦେଇଥାନ୍ତି  । ବାକି ସମୟରେ ସେ ମୋବାଇଲକୁ ଦେଖନ୍ତି ନାହିଁ କିମ୍ବା ଛୁଅନ୍ତି ନାହିଁ  । ମାର୍ଟିନ କହିଥିଲେ, ଲୋକମାନଙ୍କୁ ଅନୁରୋଧ ମୋବାଇଲ ଅଫ କରିଦିଅନ୍ତୁ ଏବଂ ବାକି ଜୀବନକୁ ଉପଭୋଗ କରନ୍ତୁ  ।
  7. କାର୍, ଟ୍ରକ୍ ଓ ବସ୍‌ରେ ବ୍ୟବହାର ହେଉଥିବା ଟାୟାର ପାଇଁ ଅକ୍ଟୋବର ୧ରୁ ନୂଆ ମାନକ ଲାଗୁ ହେବ। ଚକ ଗଡ଼ିବା ବେଳେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ, ଚକ ଘୁରିବା ବେଳେ ମାଇଲେଜ୍‌କୁ ପ୍ରଭାବିତ କରୁଥିବା ଉପାଦାନ ଓ ଓଦା ସଡ଼କରେ ବ୍ରେକ୍‌ର ପ୍ରଦର୍ଶନକୁ ନେଇ ନୂଆ ମାନକ ଧାର୍ଯ୍ୟ କରାଯାଇଛି।
  8. ରାଜ୍ୟପାଳ ଜୁଲାଇ ୩-୪ରେ ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ୪ ତାରିଖରେ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ଆମ ନିକଟରେ ୧୭୦ ବିଧାୟକଙ୍କ ସମର୍ଥନ ଅଛି।
  9. ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି।
  10. ଉଦ୍ଧବ କହିଥିଲେ ଯେ ବିଦ୍ରୋହୀ ବିଧାୟକମାନେ ପ୍ରକୃତ ଶିବସୈନିକ ନୁହଁନ୍ତି । ଯଦି ବିଜେପି ରୋଟେସନ ଭିତ୍ତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଥାନ୍ତା ତେବେ ମହାବିକାଶ ଅଘାଡ଼ି ମେଣ୍ଟ ହୋଇନଥାନ୍ତା ।
  11. ଟୋକିଓ ଅଲମ୍ବିକ୍‌ରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରା ସ୍ୱିଡେନ୍ ଷ୍ଟକ୍‌ହୋମ୍ ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଖେଳ ସାରି ଫେରୁଥିବା ବେଳେ ଫ୍ୟାନ୍‌ମାନଙ୍କ ସହ ତାଙ୍କର ଉତ୍ତମ ବ୍ୟବହାର ସମସ୍ତଙ୍କ ହୃଦୟ ଜିତିଛି। ଖେଳ ସରିବା ପରେ କିଛି ଭାରତୀୟ ଫ୍ୟାନ୍ ଓ ବିଦେଶୀ ଫ୍ୟାନ୍ ଆସି ତାଙ୍କୁ ଦେଖା କରିବା ସହ ତାଙ୍କ ସହ ଫୋଟ ଉଠାଇଥିଲେ।
  12. ଡାଲର ତୁଳନାରେ ଟଙ୍କା ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଭାରତ ସରକାର ଟଙ୍କାର ବିନିମୟ ମୂଲ୍ୟ ଉପରେ ନଜର ରଖିଛନ୍ତି ।
  13. ଉଦ୍ଧବ ଠାକରେଙ୍କ ବୟାନ ସାମ୍ନାକୁ ଆସିଛି। ସେ ଶୁକ୍ରବାର ଶିବସେନା ଭବନ ପହଞ୍ଚି ମରାଠି କାର୍ଡ ଖେଳିବା ସହ ପାର୍ଟି ଉପରେ ଦାବି କରିଛନ୍ତି। ସେ କହିଛନ୍ତି ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହନ୍ତି। ଆଉ ବିଜେପିର କୌଣସି ନେତା ପାଞ୍ଚ ବର୍ଷ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ। ଯେଉଁଭଳି ଭାବେ ରାଜ୍ୟରେ କ୍ଷମତାର ଖେଳ ଖେଳାଯାଇଛି, ତାହା ଗଣତନ୍ତ୍ର ପ୍ରତି ଉପହାସ।
  14. ଜୁନ୍ ମାସରେ ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୪୪,୬୧୬ କୋଟି ଟଙ୍କା ହୋଇଛି । 
  15.  ଶିବସେନାର ବିଦ୍ରୋହୀ ବିଧାୟକ ମାନଙ୍କ ବିରୁଦ୍ଧରେ କରାଯାଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜେ.ବି. ପଡ଼ିୱାଲାଙ୍କ ଖଣ୍ଡପୀଠ ଆସନ୍ତା ୧୧ ତାରିଖରେ ଏହି ଆବେଦନ ଉପରେ ବିଚାର କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । 
  16. କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି। ଏହା ଜୁଲାଇ ୧ ଠାରୁ ଲାଗୁ କରାଯାଉଛି। 
  17. ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ଖୁବ୍‌ଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ। ଏହି ରୁଟ୍‌ରେ ବିମାନ ଉଡାଣ ପାଇଁ ଯେଉଁ କମ୍ପାନୀ ରାଜି ହେବେ, ରାଜ୍ୟ ସରକାର ତାକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହି ଘୋଷଣା କରିଛନ୍ତି।
  18.  ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଏପରିସ୍ଥିିତିରେ ଆସନ୍ତା ଜୁଲାଇ ୪ ତାରିଖ ଉତ୍ତର ଓଡ଼ିଶା ଏବଂ ତତସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 
  19. ଜୁନ୍ ସୁଦ୍ଧା ଆଧାର ପାନ୍‌ ସଂଯୋଗ କରି ନ ଥିଲେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ଯଦି ଆପଣ ୧ ଜୁଲାଇ ପରେ ଏହି ସଂଯୋଗ କରନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।
  20.  ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.