• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମିଶନ ଶକ୍ତି ପାଇଁ ୨୦୨୨-୨୩ ଆର୍ଥିକ ବଜେଟରେ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
  2. ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ  । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ଓ ଗରିବ ଅନୁକୂଳ ବଜେଟ୍ ସରକାର ଆଣିଛନ୍ତି  । 
  3. ଓଡିଶା କୃଷି ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି କୃଷି ଉପରେ । କୃଷିର ବିକାଶ ପାଇଁ ବୈଶୟିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ବଡ଼ ଜଳ ସେଚନ ପ୍ରକଳ୍ପ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି  । ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  4. ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସ ଶେଷ ବେଳକୁ ବୁମରାହଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ତାଙ୍କର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୬ ରନ୍ କରିବାକୁ ସକ୍ଷମ ହୋଇଛି  ।  ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ଆଉ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି । 
  5. ଦେଶରେ ଏପର୍ଯ୍ୟନ୍ତ ୧୯୭ କୋଟି ୮୩ ଲକ୍ଷରୁ ଅଧିକ ଡୋଜ୍‍ କୋଭିଡ୍‍ ଟିକା ଦିଆଯାଇଛି । ଗତ  କାଲି  ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ ୫୪ ହଜାରରୁ ଅଧିକ ଡୋଜ୍‍ ଟିକା ଦିଆଯାଇଥିବା ଜଣାପଡିଛି ।
  6. ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଉଦୟପୁର ହିଂସା ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ସ୍ଥାନୀୟ ଲୋକେ ପିଟିଥିବା ସୂଚନା ମିଳିଛି। ଏନଆଇଏ କୋର୍ଟରେ ହାଜରବେଳେ ଟାଣି ଆଣି ୪ ଅଭିଯୁକ୍ତଙ୍କୁ ପିଟିଲେ ସ୍ଥାନୀୟ  ଲୋକେ।
  7. ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୧୬ ରନ କରି ଅଲ ଆଉଟ ହୋଇଯାଇଛି। ଗତକାଲି ଋଷଭ ପନ୍ତ୍‌ ଓ ଆଜି ରବୀନ୍ଦ୍ର ଜଡେଜାଙ୍କ ଶତକ ବଳରେ ଭାରତ ଏହି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି।
  8. ରାଜଧାନୀ ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ ଆଜି ସିଏମସି ପକ୍ଷରୁ ସୂଚନା ମିଳିଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ କଟକଣା କଡା କରିଛି।
  9. ଇରାନରେ ଶନିବାର ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବାରୁ କତର,ୟୁଏଇ ଓ ଚୀନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭବ ହୋଇଛି। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଭୂକମ୍ପରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି।
  10. ଜୁନ୍ ମାସରେ ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୪୪,୬୧୬ କୋଟି ଟଙ୍କା ହୋଇଛି । ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । 
  11. ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
  12. ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବାକୁ ସେ ଏୟାରପୋର୍ଟ ନଯାଇ ନିଜର ଜଣେ ମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି । ଏଭଳି କରିବା ସହ ସେ ବିଜେପିକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ମୋ ସରକାର ଭାଙ୍ଗିଲେ ମୁଁ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି ବୋଲି କହିଛନ୍ତି କେ.ଚନ୍ଦ୍ରଶେଖର ରାଓ।
  13. ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କଲା କୋଲକାତା ପୁଲିସ। ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା।
  14. ବିଜେପି ସମର୍ଥନ ପାଇ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏକନାଥ ସିନ୍ଦେଙ୍କୁ ଶୁକ୍ରବାର ଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି।
  15. ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘରେ ଥିବା ଚୁଲିକୁ ଭାଙ୍ଗିଛନ୍ତି ଦୁର୍ବୃତ୍ତ। ୩୦ରୁ ଅଧିକ ଚୁଲି ଭଙ୍ଗାଯାଇଥିବା ନେଇ ସେବାୟତମାନେ ଅଭିଯୋଗ କରିଛନ୍ତି। ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ ଜଣାଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି।
  16. କୃଷି ଋଣ ପାଇଁ ୮୯୩ କୋଟିର ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ୨ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଜଳନିଧି  ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୁକୁଡା ଚାଷ ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପଶୁଧନ ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା  କରାଯାଇଛି।
  17.  ସୁଧୁରୁଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ପୂର୍ବ ଅପେକ୍ଷା ରାଜ୍ୟର ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି। ନାସ୍‍ ସର୍ବେକ୍ଷଣ ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ(ପର୍ଫମାନ୍ସ ଗ୍ରେଡିଙ୍ଗ୍‍ ଇଣ୍ଡେକ୍ସ) ରିପୋର୍ଟ ଦର୍ଶାଇଛି।
  18. ଜୁଲାଇ ପହିଲାରୁ ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଭଳି ଯୋଜନାର ସୁଧହାର ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆରବିଆଇ ରେପୋ ହାରକୁ ୯୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ପରେ ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ସ୍ଥାୟୀ ଜମା ବା ଏଫଡି ଯୋଜନା ଉପରେ ସୁଧ ବୃଦ୍ଧି କରିଛନ୍ତି।
  19. ମହାରାଷ୍ଟ୍ରର ଅମରାବତୀରେ ହୋଇଛି ଉଦୟପୁର ଭଳି ଜଘନ୍ୟ ହତ୍ୟାକାଣ୍ଡ । ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ କିଛି ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ଜଣେ ଔଷଧ ଦୋକାନୀ ଓ ତାଙ୍କର ବୟସ ୫୪ ବର୍ଷ । ଏହି ହତ୍ୟାକାଣ୍ଡ ଜୁନ ୨୧ ତାରିଖରେ ଘଟିଛି ।
  20. ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ୨୦୧୯ ପରେ କୋଭିଡ୍ ଯୋଗୁଁ ରାଜ୍ୟକୁ ପର୍ଯ୍ୟଟକମାନେ ଆସିବା କମିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.